୧୯୯୮ରେ ମୁକ୍ତି ଲାଭ କରିଥିବା ଏହି ୬ ଟି ଫିଲ୍ମ ହୋଇଥିଲା ସୁପରହିଟ୍‌

ଭାରତର ଲୋକ ବଲିଉଡ ଚଳଚ୍ଚିତ୍ରକୁ ଅଧିକ ଭଲ ପାଆନ୍ତି । ୯୦ ଦଶକରେ ଚଳଚ୍ଚିତ୍ରରେ ଅନେକ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଅନେକ ନୂତନ କଳାକାର ବଲିଉଡରେ ପ୍ରବେଶ କରିଥିଲେ। ୧୯୯୮ ବଲିଉଡ ଜଗତ ପାଇଁ ବହୁତ ଅସ୍ଥିର ଥିଲା। ଯେଉଁ ସମୟରେ ଅନେକ ବଡ଼ ଫିଲ୍ମ ରିଲିଜ ହୋଇଥିବା ବେଳେ ଅନେକ ଫିଲ୍ମ ହିଟ୍‌ ହୋଇ ନ ଥିଲା। ତେବେ ୧୯୯୮ରେ ରିଲିଜ ହୋଇଥିବା ସର୍ବୋତ୍ତମ ଏବଂ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ବିଷୟରେ….

ସୋଲଜର

ବବିଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ସୁପରହିଟ ଫିଲ୍ମ ସୋଲଜର ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା। ଏକ ଆକ୍ସନ ଫିଲ୍ମରେ ଡେବ୍ୟୁ କରିବା ପରେ ବବିଦେଓଲ ବଲିଉଡରେ ଏକ ବଡ ତାରକା ଭାବେ ପରିଚିତ ହୋଇଥିଲେ। ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରକୁ ଏକ ନୂତନ ସଫଳତା ଦେଇଥିଲା। ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରେ ୫.୪୯ ଲକ୍ଷ ଆୟ କରିଥିଲା।

କୁଛ କୁଛ ହୋତା ହୈ
୯୦ ଦଶକରେ ଶାହାରୁଖ ଖାନଙ୍କ ଚାହିଦା ବଢ଼ିଥିଲା। ଏହି ସମୟରେ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ସୁପରହିଟ୍‌ ହୋଇଥିଲା। ୧୯୯୮ ମସିହାରେ ସେ ଚଳଚ୍ଚିତ୍ର ‘କୁଛ କୁଛ ହୋତା ହୈ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ରୋମାଣ୍ଟିକ ଫିଲ୍ମ ଲୋକଙ୍କ ହୃଦୟ ଜିତିଥିଲା। ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ସହ ରାଣୀ ମୁଖାର୍ଜୀ ଏବଂ କାଜଲ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ସେହି ବର୍ଷ ସର୍ବାଧିକ ଆୟ କରିଥିଲା।

ବଡ ମିଆଁ ଛୋଟେ ମିଆଁ
ଗୋବିନ୍ଦା ଏବଂ ଅମିତାଭ ବଚ୍ଚନଙ୍କ ଡବଲ ରୋଲ ସହିତ ଏହି କମେଡି ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଗୋବିନ୍ଦା ଏବଂ ଅମିତାଭ ଗୋଟିଏ ଭୂମିକାରେ ପୋଲିସ ହୋଇଥିବାବେଳେ ଅନ୍ୟ ଭୂମିକା ସହରର ସବୁଠାରୁ ଦୁର୍ଦ୍ଦାନ୍ତ ଚୋର ହୋଇ ଥିଲେ।

ପ୍ୟାର ତୋ ହେନାଇଥା
ଏହା ଅଜୟ ଦେବଗନ ଏବଂ କାଜଲଙ୍କ ଏକ କମେଡି, ରୋମାଣ୍ଟିକ ଫିଲ୍ମ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗାନ ଚୋର ଭୂମିକାରେ ଅଭିନୟ କରିଥିଲେ। କାଜୋଲ ପ୍ୟାରିସରୁ ଭାରତକୁ ଆସି ତାଙ୍କ ପ୍ରତାରକ ପ୍ରେମିକକୁ ପାଇଛନ୍ତି। ଏହି ଚଳଚ୍ଚିତ୍ରଟିକୁ ଦର୍ଶକ ଭଲଭାବେ ଗ୍ରହଣ କରିଥିଲେ।

ମେଜର ସାବ୍‌
୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଟିନୁ ଆନନ୍ଦଙ୍କ ନିର୍ଦ୍ଦେଶିତ ଏକ ବଲିଉଡ ଆକ୍ସନ ଡ୍ରାମା ଫିଲ୍ମ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଅଜୟ ଦେବଗନ, ସୋନାଲି ବେନ୍ଦ୍ରେ ଏବଂ ନାଫିସା ଅଲି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟିକୁ ୧୯୯୮ ମସିହାରେ ହିଟ ଫିଲ୍ମ ଭାବେ ବିବେଚନା କରାଯାଇଥିଲା।

ଗୁଲାମ
ଆମୀର ଖାନ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନିତ ଏହି ଫିଲ୍ମରେ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ। ଏହା ୧୯୮୮ ଚଳଚ୍ଚିତ୍ର ପାଶାର ରିମେକ ଥିଲା। ଯଦିଓ ଚଳଚ୍ଚିତ୍ର ଦର୍ଶକଙ୍କୁ ସେତିକି ପସନ୍ଦଆସ ିନ ଥିଲ , ମାତ୍ର ଆୟ କରିବାରେ ଏହା ପଛରେ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri