୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ ୩ ଦିନ ପରେ ବାହାରିବାକୁ ଥିବା ରିଜୋଲ୍ୟୁଶନ ଏଯାଏ ହୋଇପାରି ନାହିଁ। ଫଳରେ ସହରର ଉନ୍ନୟନ କାର୍ଯ୍ୟକୁ ନେଇ ପୌରାଞ୍ଚଳବାସିନ୍ଦାଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହୋଇଛି।
ପୌରପାଳିକା ନିୟମ ଅନୁଯାୟୀ ପୌର ପରିଷଦ ବୈଠକର ୩ ଦିନ ମଧ୍ୟରେ ରିଜୋଲ୍ୟୁଶନ ବାହାରିବା କଥା। କିନ୍ତୁ ଅନୁଗୋଳ ପୌରପାଳିକାରେ ଏ ନେଇ ବ୍ୟତିକ୍ରମ ଦେଖିବାକୁ ମିଳିଛି। ୩୦ ଦିନ ପରେ ମଧ୍ୟ ଉକ୍ତ ରିଜୋଲ୍ୟୁଶନ ବାହାରିପାରି ନାହିଁ। ପୌର ପରିଷଦର ପ୍ରଥମ ବୈଠକରେ ପୂର୍ବରୁ ହୋଇଥିବା ୬୦ଟି ଟେଣ୍ଡରକୁ ନେଇ ତୁମ୍ବିତୋଫାନ ହୋଇଥିଲା। ଏହାକୁ ବାତିଲ କରିବାକୁ ଦାବି କରାଯାଇଥିଲା। ସେହିପରି ୨୧ଟି ଅଙ୍ଗନୱାଡ଼ିର ନିଜସ୍ବ ଗୃହ ଓ ୱାଟର ଏଟିଏମ୍‌ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଚଳ ହୋଇଯାଇଥିବା ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକ ସରିବା ପରେ ୩ ଦିନ ମଧ୍ୟରେ ତୁରନ୍ତ ରିଜୋଲ୍ୟୁଶନ ପ୍ରସ୍ତୁତ କରାଯାଇ ଜିଲାପାଳ, ରାଜ୍ୟ ସରକାର ଓ କାଉନସିଲରଙ୍କୁ ପ୍ରଦାନ କରାଯିବା କଥା। କିନ୍ତୁ ଅନୁଗୋଳ ପୌର ପରିଷଦରେ ୩୦ ଦିନ ହେବ ରିଜୋଲ୍ୟୁଶନ ଲେଖା ଚାଲୁଛି। ଏହା କେବେ ସରିବ, ତାହା କହିବା ମୁସ୍କିଲ। ଏ ନେଇ କେତେଜଣ କାଉନସିଲରଙ୍କ ସହ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଓଡ଼ିଶା ପୌରପାଳିକା ସେକ୍ସନ୍‌ ୭୧ରେ ଉଲ୍ଲେଖ ରହିଛି କି, ବୈଠକର ୩ ଦିନ ମଧ୍ୟରେ ରିଜୋଲ୍ୟୁଶନ ବାହାର କରାଯାଇ ଜିଲାପାଳ, କାଉନସିଲର ଓ ରାଜ୍ୟସରକାରଙ୍କ ନିକଟକୁ ପଠାଯିବ। ଏହାପରେ ଉକ୍ତ ରିଜୋଲ୍ୟୁଶନ ପୌର ନିର୍ବାହୀ ଅଧିକାରୀଙ୍କ ଅଧୀନରେ ରହିବ। କିନ୍ତୁ ଏଯାଏ ପୌରାଧ୍ୟକ୍ଷ ତାହା ପ୍ରଦାନ କରି ନ ଥିବାରୁ ଆଗାମୀ ଦିନରେ ଏହାକୁ ନେଇ ପୌର ପରିଷଦରେ ବିବାଦ ଉପୁଜିବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri