ଖୋଲିଲା ୨୦୦ ବର୍ଷର ପୁରୁଣା ମନ୍ଦିର, ୨୦ ହଜାରରୁ ଅଧିକ ଭକ୍ତ ସାମିଲ

ସିଙ୍ଗାପୁର,୧୩ା୨: ପ୍ରାୟ ୨୦୦ ବର୍ଷ ତଳେ ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ର୍ନିମିତ ଦେଶର ସର୍ବ ପୁରାତନ ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ସମାରୋହରେ ୨୦୦୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଦେଶର ଉପମୁଖ୍ୟମନ୍ତ୍ରୀ ଲରେନ୍ସ ଓ୍ବଙ୍ଗଙ୍କ ସହ ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ବର୍ଷେ ଧରି ପୁନରୁଦ୍ଧାର କାର୍ଯ୍ୟ ପରେ ୧୨ ଫେବୃୟାରୀରେ ଜାତୀୟ ମେମୋରିଆଲ ଶ୍ରୀ ମରିୟମନ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଏହି କାମରେ ୩.୫ ମିଲିୟନ ସିଙ୍ଗାପୁର ଡଲାର ଖର୍ଚ୍ଚ ହୋଇଛି। ଏଥିପାଇଁ ୧୨ ଜଣ ବିଶେଷଜ୍ଞ ମୂର୍ତ୍ତି ଏବଂ ଭାରତର ୭ ଜଣ ଧାତୁ ଏବଂ କାଠ କଳାକାର, ଗମ୍ବୁଜ ଏବଂ ଛାତ ଉପରେ ଥିବା ଫ୍ରେସ୍କୋରେ କାମ କରିଥିଲେ। ମନ୍ଦିରର ମୂଳ ରଙ୍ଗ ଏବଂ ଗଠନକୁ ବଜାୟ ରଖାଯାଇଛି।

ଓ୍ବଙ୍ଗ୍‌ ତାଙ୍କ ଫେସ୍‌ବୁକ୍‌ରେ ଲେଖିଥିଲେ, ଏହା ସିଙ୍ଗାପୁରର ବହୁ ସାଂସ୍କୃତିକ ଜୀବନର ଏକ ଅଂଶ। ଏଠାରେ ସବୁ ସମ୍ପ୍ରଦାୟ ଏକତ୍ରିତ ହୋଇ ପରସ୍ପରର ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରନ୍ତି। ସକାଳର ବର୍ଷା ମନ୍ଦିରର ସମର୍ପଣ ସମାରୋହରେ ଯୋଗ ଦେଇଥିବା ୨୦ ହଜାର ଲୋକଙ୍କ ଉତ୍ସାହକୁ ଫିକା କରି ନ ଥିଲା। ଏହି କାର୍ଯ୍ୟରେ ଭାଗ ନେ ମୁଁ ବହୁତ ଖୁସି। ଏକ ବର୍ଷର ପୁନରୁଦ୍ଧାର କାର୍ଯ୍ୟରେ ତାମିଲନାଡୁର ମୁଖ୍ୟ ଶିଳ୍ପୀ ଡକ୍ଟର କେ. ଦକ୍ଷିଣମୂର୍ତ୍ତିଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ।

Share