କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ, ୧୭ କାଉନ୍‌ସିଲର ପ୍ରାର୍ଥୀଙ୍କ ନାମ ଘୋଷଣା

ପଟ୍ଟାମୁଣ୍ଡାଇ, ୫ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମଣ୍ଡାଇ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଚାଲିବ। ହେଲେ ଦୁଇଦିନ ହେଲା କେହି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଚଳିତଥର କାଉନସିଲର ସହ ପୌର ଅଧ୍ୟକ୍ଷଙ୍କର ବି ହେବ ପ୍ରତ୍ୟକ୍ଷ ନିର୍ବାଚନ। ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କୁ ଜବରଦସ୍ତ ଝଟକା ଦେଇ ବିଜେଡି ଲୋକଙ୍କ ଆସ୍ଥାଭାଜନ ହୋଇଛି। ଏବେ ପୌର ନିର୍ବାଚନ ଉପରେ ୩ ଦଳର ନଜର। ପୌର ନିର୍ବାଚନ ଘୋଷଣା କରାଯିବା ପରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ବିଭିନ୍ନ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି। ତେବେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡି କସରତ ଆରମ୍ଭ କରି ଦେଇଥିବାବେଳେ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ପଛରେ ପଡିଛି। ଶାସକ ଦଳରୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବାଧାଡି ଦଳୀୟ ନେତାମାନଙ୍କୁ ଅଡୁଆରେ ପକାଇଛି। ଅନ୍ୟପକ୍ଷେ ଭାଜପା ମଧ୍ୟ ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣାରେ ପଛରେ ପଡିଛି। କିନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅବିନାଶ ଲେଙ୍କା ନାମ ଘୋଷଣା କରିବା ସହ ୧୭ ଜଣ କାଉନସିଲର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।
ପଟ୍ଟାମୁଣ୍ଡାଇ ପୌର ପରିଷଦ ୨୦ଟି ୱାର୍ଡକୁ ନେଇ ଗଠିତ। ଏହାର ଜନସଂଖ୍ୟା ୪୫ ହଜାରରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ଭୋଟରଙ୍କ ସଂଖ୍ୟା ୨୯,୮୫୭ ବୋଲି ଜଣାପଡ଼ିଛି। ଚଳିତ ନିର୍ବାଚନରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୨୦ଟି ୱାର୍ଡରୁ ୧୯ଟିରେ କାଉନସିଲର ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ। ପୌର ପରିଷଦର ୧୮ ନଂ. ୱାର୍ଡଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ରହିଛି। ହେଲେ ସେଠାରେ କେହି ପ୍ରାର୍ଥୀ ନ ଥିବା କାରଣରୁ ଏହି ୱାର୍ଡରେ ନିର୍ବାଚନ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେବ। ବିଭିନ୍ନ ରାଜନୈତିକ ଦଳ ପାଇଁ ବିଶେଷ କରି ଶାସକ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ପାଲଟିଛି।
କଂଗ୍ରେସ ୨ଥର ଓ ବିଜେଡି ୨ଥର ପୌର ପରିଷଦ ଦଖଲ କରିଛି। ୨୦୧୪ଠାରୁ ପଟ୍ଟାମୁଣ୍ଡାଇ ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିଛି। ପ୍ରଥମଥର ପାଇଁ ମ୍ୟୁନିସିପାଲିଟିର ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ରାଜନୈତିକ ଦଳଗୁଡ଼ିକ ତପତ୍ର ହୋଇ ଉଠିଛନ୍ତି। ଭାଜପାରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ହେବାକୁ ନଗର ସଭାପତି ବିଶ୍ୱରଞ୍ଜନ ପାତ୍ର, ଯୁବନେତା ମହେନ୍ଦ୍ର ଜୀବନ ଦାଶ, ଶଶିକାନ୍ତ ସ୍ବାଇଁ ଓ ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ରଶ୍ମିରଞ୍ଜନ ପ୍ରଧାନ ଲବିରେ ଅଛନ୍ତି। ତେବେ ୧୯ ଜଣ କାଉନସିଲରଙ୍କ ନାମ ତାଲିକା ସ୍ବୀକୃତି ପାଇଁ ରାଜ୍ୟ ମୁଖ୍ୟାଳୟକୁ ପଠାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ପୌର ପରିଷଦର ଅଧ୍ୟକ୍ଷ ଟିକେଟ ପାଇବାକୁ ବିଜେଡିରେ ଲମ୍ବା ଧାଡି ଲାଗିଛି। ରାଜୀବ ରତନ ମିଶ୍ର, ଖଗେଶ୍ୱର ଲେଙ୍କା, ହେମନ୍ତ ସାହୁ, ଶ୍ରୀକାନ୍ତ ରାଉତ, କିଶୋର ସାହୁ, ମନୋଜ ନାୟକ ପ୍ରମୁଖ ଅଧ୍ୟକ୍ଷ ପ୍ରାର୍ଥୀ ଦୌଡରେ ସାମିଲ ହୋଇଛନ୍ତି। ବିଜେଡି ଟିକେଟରେ ଅଧ୍ୟକ୍ଷ ପ୍ରାର୍ଥୀ ହେବାକୁ ଲମ୍ବାଧାଡି ଲାଗିଥିବାବେଳେ ରାଜନଗର ବିଧାୟକ ଧ୍ରୁବ ସାହୁ ଅସମ୍ଭବ ନୀରବତା ଅବଲମ୍ବନ କରିଛନ୍ତି। ବିଧାୟକ ପୌର ପରିଷଦର ବିଭିନ୍ନ ୱାର୍ଡର କାଉନସିଲର ପ୍ରାର୍ଥୀ ବାଛିବାରେ ଲାଗିଛନ୍ତି। ବିଭିନ୍ନ ସୂତ୍ରରୁ ସଂଗୃହୀତ ସର୍ଭେ ରିପୋର୍ଟକୁ ଆଧାର କରି ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌର ପରିଷଦର ଅଧ୍ୟକ୍ଷ ପାଇଁ ଟିକେଟ ପ୍ରଦାନ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?