କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ, ୧୭ କାଉନ୍‌ସିଲର ପ୍ରାର୍ଥୀଙ୍କ ନାମ ଘୋଷଣା

ପଟ୍ଟାମୁଣ୍ଡାଇ, ୫ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମଣ୍ଡାଇ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଚାଲିବ। ହେଲେ ଦୁଇଦିନ ହେଲା କେହି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଚଳିତଥର କାଉନସିଲର ସହ ପୌର ଅଧ୍ୟକ୍ଷଙ୍କର ବି ହେବ ପ୍ରତ୍ୟକ୍ଷ ନିର୍ବାଚନ। ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କୁ ଜବରଦସ୍ତ ଝଟକା ଦେଇ ବିଜେଡି ଲୋକଙ୍କ ଆସ୍ଥାଭାଜନ ହୋଇଛି। ଏବେ ପୌର ନିର୍ବାଚନ ଉପରେ ୩ ଦଳର ନଜର। ପୌର ନିର୍ବାଚନ ଘୋଷଣା କରାଯିବା ପରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ବିଭିନ୍ନ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି। ତେବେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡି କସରତ ଆରମ୍ଭ କରି ଦେଇଥିବାବେଳେ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ପଛରେ ପଡିଛି। ଶାସକ ଦଳରୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବାଧାଡି ଦଳୀୟ ନେତାମାନଙ୍କୁ ଅଡୁଆରେ ପକାଇଛି। ଅନ୍ୟପକ୍ଷେ ଭାଜପା ମଧ୍ୟ ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣାରେ ପଛରେ ପଡିଛି। କିନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅବିନାଶ ଲେଙ୍କା ନାମ ଘୋଷଣା କରିବା ସହ ୧୭ ଜଣ କାଉନସିଲର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।
ପଟ୍ଟାମୁଣ୍ଡାଇ ପୌର ପରିଷଦ ୨୦ଟି ୱାର୍ଡକୁ ନେଇ ଗଠିତ। ଏହାର ଜନସଂଖ୍ୟା ୪୫ ହଜାରରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ଭୋଟରଙ୍କ ସଂଖ୍ୟା ୨୯,୮୫୭ ବୋଲି ଜଣାପଡ଼ିଛି। ଚଳିତ ନିର୍ବାଚନରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୨୦ଟି ୱାର୍ଡରୁ ୧୯ଟିରେ କାଉନସିଲର ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ। ପୌର ପରିଷଦର ୧୮ ନଂ. ୱାର୍ଡଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ରହିଛି। ହେଲେ ସେଠାରେ କେହି ପ୍ରାର୍ଥୀ ନ ଥିବା କାରଣରୁ ଏହି ୱାର୍ଡରେ ନିର୍ବାଚନ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେବ। ବିଭିନ୍ନ ରାଜନୈତିକ ଦଳ ପାଇଁ ବିଶେଷ କରି ଶାସକ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ପାଲଟିଛି।
କଂଗ୍ରେସ ୨ଥର ଓ ବିଜେଡି ୨ଥର ପୌର ପରିଷଦ ଦଖଲ କରିଛି। ୨୦୧୪ଠାରୁ ପଟ୍ଟାମୁଣ୍ଡାଇ ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିଛି। ପ୍ରଥମଥର ପାଇଁ ମ୍ୟୁନିସିପାଲିଟିର ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ରାଜନୈତିକ ଦଳଗୁଡ଼ିକ ତପତ୍ର ହୋଇ ଉଠିଛନ୍ତି। ଭାଜପାରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ହେବାକୁ ନଗର ସଭାପତି ବିଶ୍ୱରଞ୍ଜନ ପାତ୍ର, ଯୁବନେତା ମହେନ୍ଦ୍ର ଜୀବନ ଦାଶ, ଶଶିକାନ୍ତ ସ୍ବାଇଁ ଓ ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ରଶ୍ମିରଞ୍ଜନ ପ୍ରଧାନ ଲବିରେ ଅଛନ୍ତି। ତେବେ ୧୯ ଜଣ କାଉନସିଲରଙ୍କ ନାମ ତାଲିକା ସ୍ବୀକୃତି ପାଇଁ ରାଜ୍ୟ ମୁଖ୍ୟାଳୟକୁ ପଠାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ପୌର ପରିଷଦର ଅଧ୍ୟକ୍ଷ ଟିକେଟ ପାଇବାକୁ ବିଜେଡିରେ ଲମ୍ବା ଧାଡି ଲାଗିଛି। ରାଜୀବ ରତନ ମିଶ୍ର, ଖଗେଶ୍ୱର ଲେଙ୍କା, ହେମନ୍ତ ସାହୁ, ଶ୍ରୀକାନ୍ତ ରାଉତ, କିଶୋର ସାହୁ, ମନୋଜ ନାୟକ ପ୍ରମୁଖ ଅଧ୍ୟକ୍ଷ ପ୍ରାର୍ଥୀ ଦୌଡରେ ସାମିଲ ହୋଇଛନ୍ତି। ବିଜେଡି ଟିକେଟରେ ଅଧ୍ୟକ୍ଷ ପ୍ରାର୍ଥୀ ହେବାକୁ ଲମ୍ବାଧାଡି ଲାଗିଥିବାବେଳେ ରାଜନଗର ବିଧାୟକ ଧ୍ରୁବ ସାହୁ ଅସମ୍ଭବ ନୀରବତା ଅବଲମ୍ବନ କରିଛନ୍ତି। ବିଧାୟକ ପୌର ପରିଷଦର ବିଭିନ୍ନ ୱାର୍ଡର କାଉନସିଲର ପ୍ରାର୍ଥୀ ବାଛିବାରେ ଲାଗିଛନ୍ତି। ବିଭିନ୍ନ ସୂତ୍ରରୁ ସଂଗୃହୀତ ସର୍ଭେ ରିପୋର୍ଟକୁ ଆଧାର କରି ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌର ପରିଷଦର ଅଧ୍ୟକ୍ଷ ପାଇଁ ଟିକେଟ ପ୍ରଦାନ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri