ବିନା ଟିକେଟରେ ବିଜେଡି ନେତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ

ଯାଜପୁର ଅଫିସ,୫ା୩: ବ୍ୟାସନଗର ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ୩ୟ ଦିବସରେ ଶୁକ୍ରବାର ୨ ଜଣ ପ୍ରାର୍ଥୀଙ୍କ ବ୍ୟତୀତ କୌଣସି ରାଜନୈତିକ ଦଳର ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ। ବିଜେଡିର ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ଚୂଡାନ୍ତ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷେ ଭାଜପା ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନରେ ନୀରବ ରହିଛନ୍ତି। ବ୍ୟାସନଗରରେ ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକଙ୍କ ସହମତିରେ ବିଜେଡି ପ୍ରାର୍ଥୀ ଚୂଡାନ୍ତ ହେଉଥିବାରୁ ତାହା ବିଳମ୍ବିତ ହେଉଛି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ପୌରାଧ୍ୟକ୍ଷା ପଦବୀ ପାଇଁ ପ୍ରମୁଖ ଦଳଗୁଡ଼ିକର ପ୍ରାର୍ଥୀ ଖୋଜା ସରୁନାହଁି। ତେଣୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହିକ୍ରମରେ ବିଜେଡିର ଜଣେ ଆଗଧାଡିର ନେତା ପ୍ରଦ୍ୟୁମ୍ନ ରାଉତ ୧୮ ନମ୍ବର ୱାର୍ଡ ପାଇଁ ବିନା ଟିକେଟରେ ଦଳୀୟ ପତାକା ସହ ସମର୍ଥକଙ୍କ ଗହଣ ଏବଂ କଂଗ୍ରେସର ବରିଷ୍ଠ ନେତା ପଦ୍ମନାଭ ସ୍ବାଇଁ ମଧ୍ୟ ୨୩ ନମ୍ବର ୱାର୍ଡରେ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥର ଅବହେଳିତ ବ୍ୟାସନଗର ମ୍ୟୁନିସିପାଲିଟିରେ ଏକାଧିକ ପ୍ରସଙ୍ଗ ରହିଥିବାରୁ ଶାସକ ବିଜେଡି ପାଇଁ ଲୋକଙ୍କ ଆକ୍ରୋଶ ପ୍ରତିଫଳିତ ହୋଇପାରେ ବୋଲି ଆଲୋଚନା ହେଉଛି।
ବ୍ୟାସନଗର ମ୍ୟୁନିସିପାଲିଟିର ସର୍ବାଙ୍ଗୀନ ବିକାଶ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରାଯାଇଛି। ସନ୍ତରାଠାରେ ଅଧାପନ୍ତରିଆ ଅବସ୍ଥାରେ ପଡିଥିବା ସାଂସ୍କୃତିକ ଭବନ ସମ୍ପନ୍ନ, ଟାଉନ୍‌ହଲ୍‌ର ଉନ୍ନତୀକରଣ, ବ୍ୟାସସରୋବରର ବିକାଶ, ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପାର୍କ ନିର୍ମାଣ, ଖୋଲା ଜିମ୍‌, ନୂତନ ବସଷ୍ଟାଣ୍ଡ ନିର୍ମାଣ ଇତ୍ୟାଦି କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ବି ବ୍ୟାସନଗରରେ ବିକାଶର ଓଲଟା ଚିତ୍ର ଦେଖିବାକୁ ମିଳିଛି। ବିଶେଷକରି ୨୬ଟି ୱାର୍ଡରେ ବହିର୍ଗମନ ଡ୍ରେନେଜ ସିଷ୍ଟମ ନିର୍ମାଣ ହୋଇପାରି ନ ଥିବାରୁ ବିଷାକ୍ତ ବର୍ଜ୍ୟଜଳ ସହରର ୨୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଜମା ହୋଇରହୁଛି। ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ସହରରେ ସଂସ୍କୃତି ଭବନ ନିର୍ମାଣ ପାଇଁ ରାଜ୍ୟ ସଂସ୍କୃତି ଭବନ ପକ୍ଷରୁ ପ୍ରାୟ ୧୦ ବର୍ଷ ହେଲା ୧ କୋଟି ଟଙ୍କା ଲେଖାଏ ମଞ୍ଜୁର ହୋଇଥିଲା। ଯାଜପୁର ସହରର ସଂସ୍କୃତି ଭବନ ନିର୍ମାଣ ସରି ଅତ୍ୟାଧୁନିକ ରୂପ ନେଉଥିବାବେଳେ ବ୍ୟାସନଗର ସଂସ୍କୃତି ଭବନ ଲୋକଙ୍କ ସେବାରେ ଏଯାଏ ଲାଗି ପାରିନାହଁି। ଏହାବାଦ ବ୍ୟାସଦେବ ଟାଉନ୍‌ ହଲ ନିର୍ମାଣ ମଧ୍ୟ ଚାଲିଥିବାରୁ ସହରବାସୀ କୌଣସି କାର୍ଯ୍ୟକ୍ରମ କରିବାକୁ ଚାହିଁଲେ ଖୋଲା ଆକାଶ ତଳେ କରିବାକୁ ବାଧ୍ୟ ହେଉଛନ୍ତି। ୨୬ଟି ୱାର୍ଡକୁ ସଂଯୋଗ କରୁଥିବା ଅର୍ଦ୍ଧାଧିକ ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇରହିଛି। ବ୍ୟାସନଗର ସହରକୁ ଉପଖଣ୍ଡ ମାନ୍ୟତା ଦାବି ହେଉଥିଲେ ହେଁ ତାହା ସରକାର ଶୁଣୁନାହାନ୍ତି। ଅନ୍ୟପକ୍ଷେ ବେସରକାରୀ ଭାବେ ପ୍ରାୟ ଦେଢ଼ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରବାସୀ କେବଳ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା ରଖିଛନ୍ତି। ଦୀର୍ଘଦିନ ହେଲା ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ମିଳୁଥିଲେ ହେଁ ତାହା ସ୍ବପ୍ନ ହୋଇଛି। ଏହାବାଦ ସାଇ ମନ୍ଦିର ନିକଟରେ ଦ୍ୱିତୀୟ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ବଜେଟରେ ସୀମିତ ରହିଥିବାବେଳେ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ, ସହର ମଝିରୁ ଗୁଡ୍‌ସ ଶେଡ୍‌ ହଟାଇବା ଦାବି ଆଦି ପ୍ରତିଶ୍ରୁତିରେ ସୀମିତ ରହିଛି। ଏହିସବୁ ପ୍ରସଙ୍ଗକୁ ନେଇ ବିରୋଧୀ ମଧ୍ୟ ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରିପାରୁନାହିଁ। ଗୋଟିଏ ପଟେ ସହରର ବିକାଶକୁ ଉପେକ୍ଷା ଶାସକ ଦଳ ପାଇଁ ଭାରି ପଡ଼ିପାରେ। ଅନ୍ୟପଟେ ସଦ୍ୟସମାପ୍ତ ପଞ୍ଚାୟତ ନିର୍ବାଚନରେ ପ୍ରମୁଖ ବିରୋଧୀ ଦଳ ଭାଜପାର ଭୋଟହାର ହ୍ରାସ ପାଇଥିବାରୁ ସହରୀ ଭୋଟର କେଉଁଠି ମୋହର ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?