ବିନା ଟିକେଟରେ ବିଜେଡି ନେତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ

ଯାଜପୁର ଅଫିସ,୫ା୩: ବ୍ୟାସନଗର ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ୩ୟ ଦିବସରେ ଶୁକ୍ରବାର ୨ ଜଣ ପ୍ରାର୍ଥୀଙ୍କ ବ୍ୟତୀତ କୌଣସି ରାଜନୈତିକ ଦଳର ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ। ବିଜେଡିର ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ଚୂଡାନ୍ତ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷେ ଭାଜପା ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନରେ ନୀରବ ରହିଛନ୍ତି। ବ୍ୟାସନଗରରେ ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକଙ୍କ ସହମତିରେ ବିଜେଡି ପ୍ରାର୍ଥୀ ଚୂଡାନ୍ତ ହେଉଥିବାରୁ ତାହା ବିଳମ୍ବିତ ହେଉଛି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ପୌରାଧ୍ୟକ୍ଷା ପଦବୀ ପାଇଁ ପ୍ରମୁଖ ଦଳଗୁଡ଼ିକର ପ୍ରାର୍ଥୀ ଖୋଜା ସରୁନାହଁି। ତେଣୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହିକ୍ରମରେ ବିଜେଡିର ଜଣେ ଆଗଧାଡିର ନେତା ପ୍ରଦ୍ୟୁମ୍ନ ରାଉତ ୧୮ ନମ୍ବର ୱାର୍ଡ ପାଇଁ ବିନା ଟିକେଟରେ ଦଳୀୟ ପତାକା ସହ ସମର୍ଥକଙ୍କ ଗହଣ ଏବଂ କଂଗ୍ରେସର ବରିଷ୍ଠ ନେତା ପଦ୍ମନାଭ ସ୍ବାଇଁ ମଧ୍ୟ ୨୩ ନମ୍ବର ୱାର୍ଡରେ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥର ଅବହେଳିତ ବ୍ୟାସନଗର ମ୍ୟୁନିସିପାଲିଟିରେ ଏକାଧିକ ପ୍ରସଙ୍ଗ ରହିଥିବାରୁ ଶାସକ ବିଜେଡି ପାଇଁ ଲୋକଙ୍କ ଆକ୍ରୋଶ ପ୍ରତିଫଳିତ ହୋଇପାରେ ବୋଲି ଆଲୋଚନା ହେଉଛି।
ବ୍ୟାସନଗର ମ୍ୟୁନିସିପାଲିଟିର ସର୍ବାଙ୍ଗୀନ ବିକାଶ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରାଯାଇଛି। ସନ୍ତରାଠାରେ ଅଧାପନ୍ତରିଆ ଅବସ୍ଥାରେ ପଡିଥିବା ସାଂସ୍କୃତିକ ଭବନ ସମ୍ପନ୍ନ, ଟାଉନ୍‌ହଲ୍‌ର ଉନ୍ନତୀକରଣ, ବ୍ୟାସସରୋବରର ବିକାଶ, ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପାର୍କ ନିର୍ମାଣ, ଖୋଲା ଜିମ୍‌, ନୂତନ ବସଷ୍ଟାଣ୍ଡ ନିର୍ମାଣ ଇତ୍ୟାଦି କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ବି ବ୍ୟାସନଗରରେ ବିକାଶର ଓଲଟା ଚିତ୍ର ଦେଖିବାକୁ ମିଳିଛି। ବିଶେଷକରି ୨୬ଟି ୱାର୍ଡରେ ବହିର୍ଗମନ ଡ୍ରେନେଜ ସିଷ୍ଟମ ନିର୍ମାଣ ହୋଇପାରି ନ ଥିବାରୁ ବିଷାକ୍ତ ବର୍ଜ୍ୟଜଳ ସହରର ୨୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଜମା ହୋଇରହୁଛି। ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ସହରରେ ସଂସ୍କୃତି ଭବନ ନିର୍ମାଣ ପାଇଁ ରାଜ୍ୟ ସଂସ୍କୃତି ଭବନ ପକ୍ଷରୁ ପ୍ରାୟ ୧୦ ବର୍ଷ ହେଲା ୧ କୋଟି ଟଙ୍କା ଲେଖାଏ ମଞ୍ଜୁର ହୋଇଥିଲା। ଯାଜପୁର ସହରର ସଂସ୍କୃତି ଭବନ ନିର୍ମାଣ ସରି ଅତ୍ୟାଧୁନିକ ରୂପ ନେଉଥିବାବେଳେ ବ୍ୟାସନଗର ସଂସ୍କୃତି ଭବନ ଲୋକଙ୍କ ସେବାରେ ଏଯାଏ ଲାଗି ପାରିନାହଁି। ଏହାବାଦ ବ୍ୟାସଦେବ ଟାଉନ୍‌ ହଲ ନିର୍ମାଣ ମଧ୍ୟ ଚାଲିଥିବାରୁ ସହରବାସୀ କୌଣସି କାର୍ଯ୍ୟକ୍ରମ କରିବାକୁ ଚାହିଁଲେ ଖୋଲା ଆକାଶ ତଳେ କରିବାକୁ ବାଧ୍ୟ ହେଉଛନ୍ତି। ୨୬ଟି ୱାର୍ଡକୁ ସଂଯୋଗ କରୁଥିବା ଅର୍ଦ୍ଧାଧିକ ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇରହିଛି। ବ୍ୟାସନଗର ସହରକୁ ଉପଖଣ୍ଡ ମାନ୍ୟତା ଦାବି ହେଉଥିଲେ ହେଁ ତାହା ସରକାର ଶୁଣୁନାହାନ୍ତି। ଅନ୍ୟପକ୍ଷେ ବେସରକାରୀ ଭାବେ ପ୍ରାୟ ଦେଢ଼ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରବାସୀ କେବଳ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା ରଖିଛନ୍ତି। ଦୀର୍ଘଦିନ ହେଲା ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ମିଳୁଥିଲେ ହେଁ ତାହା ସ୍ବପ୍ନ ହୋଇଛି। ଏହାବାଦ ସାଇ ମନ୍ଦିର ନିକଟରେ ଦ୍ୱିତୀୟ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ବଜେଟରେ ସୀମିତ ରହିଥିବାବେଳେ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ, ସହର ମଝିରୁ ଗୁଡ୍‌ସ ଶେଡ୍‌ ହଟାଇବା ଦାବି ଆଦି ପ୍ରତିଶ୍ରୁତିରେ ସୀମିତ ରହିଛି। ଏହିସବୁ ପ୍ରସଙ୍ଗକୁ ନେଇ ବିରୋଧୀ ମଧ୍ୟ ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରିପାରୁନାହିଁ। ଗୋଟିଏ ପଟେ ସହରର ବିକାଶକୁ ଉପେକ୍ଷା ଶାସକ ଦଳ ପାଇଁ ଭାରି ପଡ଼ିପାରେ। ଅନ୍ୟପଟେ ସଦ୍ୟସମାପ୍ତ ପଞ୍ଚାୟତ ନିର୍ବାଚନରେ ପ୍ରମୁଖ ବିରୋଧୀ ଦଳ ଭାଜପାର ଭୋଟହାର ହ୍ରାସ ପାଇଥିବାରୁ ସହରୀ ଭୋଟର କେଉଁଠି ମୋହର ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri