‘ମନ୍‌ କି ବାତ୍‌’ର ୧୨ ବର୍ଷର ଯାତ୍ରା

ନୂଆଦିଲ୍ଲୀ, ୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨ବର୍ଷର ଯାତ୍ରାକୁ ଏକ ‘ତୀର୍ଥଯାତ୍ରା’ ବୋଲି ଅଭିହିତ କରିଛନ୍ତି। ନାଗରିକମାନଙ୍କ ପ୍ରଚେଷ୍ଟାକୁ ନିକଟରୁ ବୁଝିବା ଏବଂ ସେମାନଙ୍କ ଅବଦାନ ପ୍ରତି ସମ୍ମାନ ଜଣାଇବାର ଏହା ଏକ ସୁଯୋଗ ବୋଲି ସେ ବର୍ଣ୍ଣନା କରିଛନ୍ତି। ଏହି କାର୍ଯ୍ୟକ୍ରମର ୧୩୯ତମ ସଂସ୍କରଣରେ ମୋଦି କହିଛନ୍ତି ଯେ, ଏହି ରେଡିଓ ସମ୍ବୋଧନ ତାଙ୍କୁ ଦେଶର ପ୍ରତ୍ୟେକ ପରିବାର ସହିତ ଯୋଡ଼ି ହେବାର ସୁଯୋଗ ଦେଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ‘ମନ୍‌ କି ବାତ୍‌’ ଦେଶର ସାଧାରଣ ଜନତାଙ୍କ ପରିଶ୍ରମ, ବୀରତ୍ୱ, ପ୍ରତିବଦ୍ଧତା, ସମର୍ପଣ ଏବଂ ସେବା ମନୋଭାବର ପ୍ରଶଂସା ଗାନ କରିବାର ଏକ ‘ପବିତ୍ର ଅବସର’ ହୋଇ ରହିଆସିଛି। ଆମ ଦେଶରେ ତୀର୍ଥଯାତ୍ରାର ଏକ ପ୍ରାଚୀନ ପରମ୍ପରା ରହିଛି। ମୋଦି କହିଛନ୍ତି ଏହି ୧୨ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ କୋଣରୁ ଏଭଳି ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି, ଯାହା ସାଧାରଣତଃ ସମାଜର ନଜରରୁ ଦୂରେଇ ରହିଯାଏ।

Dharitri – Odisha’s No.1 Odia Daily

Share