ପୋତି ହୋଇପଡ଼ିଛି ଦଶମୌଜା କେନାଲ

ତିହିଡ଼,୨୫।୬(ସଞ୍ଜିତ ବଳ)ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ଦଶମୌଜା କେନାଲ। ଧାନଚାଷ ସମୟରେ ଏବଂ ବନ୍ୟା ପରିସ୍ଥିତିରେ ସହାୟକ ହୋଇଥାଏ। ମାତ୍ର ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ପୋତି ହୋଇପଡ଼ିଛି। କେନାଲ ସଂସ୍କାର ନ ହେଲେ ତିହିଡ଼ି ବ୍ଲକର ୭ ଏବଂ ଭଦ୍ରକ ବ୍ଲକର ୨ ମୋଟ ୯ ପଞ୍ଚାୟତର ଚାଷୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗିବେ। ଖରିଫ ଧାନଚାଷ ପ୍ରଭାବିତ ହେବ। ଫଳରେ ଧାନ ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଜଳସେଚନ ବିଭାଗ ଅଧୀନରେ ଥିବା ଦଶମୌଜା କେନାଲ ସାଳନ୍ଦୀ ନଦୀର ତେମୁହଁାଣୀରୁ ବାହାରି ଭଦ୍ରକ ବ୍ଲକର ବେନ୍ତାଳ ଓ କେଦାରପୁର, ତିହିଡ଼ି ବ୍ଲକର ଗୁଆମାଳ, ତାଳପଦା, ମୁକୁନ୍ଦପୁର, ଭାଟପଡ଼ା, ଫତେପୁର, କୋହ୍ଲ ଓ ସିନ୍ଦୋଳ ପଞ୍ଚାୟତ ମଧ୍ୟ ଦେଇ ଯାଇଛି। ଏସବୁ ପଞ୍ଚାୟତର ଚାଷଜମି ଏହି କେନାଲରୁ ରିଆନାଳ ମାଧ୍ୟମରେ ଜଳସେଚିତ ହୋଇଥାଏ। ଜଳସେଚନର ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଖରିଫ ଧାନଚାଷ ସମୟରେ ଏହି କେନାଲ ପାଣି ଉପରେ ଚାଷୀମାନେ ନିର୍ଭର କରନ୍ତି। ସେହିପରି ଅଧିକ ବର୍ଷା ହୋଇ ବନ୍ୟା ସ୍ଥିତି ଉପୁଜିଲେ ପାଣି ଉକ୍ତ କେନାଲ ମଧ୍ୟ ଦେଇ ନିଷ୍କାସନ ହୋଇଥାଏ। ମାତ୍ର ସାଳନ୍ଦୀ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଖରିଫ ଧାନ ଚାଷ ପୂର୍ବରୁ ନାମକୁମାତ୍ର କେନାଲରୁ ଦଳ ସଫା କରାଇ ନିଜର ଦାୟିତ୍ୱ ସମ୍ପନ୍ନ କରିଥାନ୍ତି। ଫଳରେ କେନାଲ ପୋତି ହେବା ସହ ଦଳ ଓ ଅନାବନା ଘାସରେ ପରିପୂର୍ଣ୍ଣ ହୋଇଥିବାରୁ ଏହାକୁ ଠିକ୍‌ ରୂପେ ସଂସ୍କାର କରା ନ ଗଲେ ପାଣି ତଳମୁଣ୍ଡରେ ଥିବା ଚାଷଜମିରେ ପହଞ୍ଚତ୍ବା କଷ୍ଟସାଧ୍ୟ ହେବ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି।
୨୦୧୯ରେ କେନାଲର ଆଡ଼ିବନ୍ଧ ୨ଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଥିଲା। ଦୂରରୁ ମାଟି ଆଣି ଆଡ଼ିବନ୍ଧ ନିର୍ମାଣର ନିୟମ ଥିବାବେଳେ କେନାଲରୁ ମାଟି ଉଠାଯାଇ ବନ୍ଧ ନିର୍ମାଣ କରାଯାଇଥିବାରୁ କେତେକ ସ୍ଥାନରେ ଏହା ଧସିଯାଇ କେନାଲକୁ ପୋତି ପକାଇଛି। ଏଥିଯୋଗୁ ଆଡ଼ିବନ୍ଧ ଦୁର୍ବଳ ହେବା ସହ ଘାଇ ସୃଷ୍ଟି ହୋଇଛି। ଏହାକୁ ମରାମତି କରା ନ ଗଲେ କେନାଲ ପାଣି ଚାଷଜମିକୁ ନଷ୍ଟ କରିବା ଆଶଙ୍କା ଉପୁଜିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କେନାଲକୁ ଖୁବ୍‌ଶୀଘ୍ର ସଂସ୍କାର କରିବା ସହ ଆଡ଼ିବନ୍ଧ ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ ଜେନାଙ୍କୁ ପଚାରିବାରୁ କେନାଲ ସଂସ୍କାର ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri