Posted inଫୁରସତ

ଫୁଟ୍‌ବଲ ମ୍ୟାଚ୍‌ରୁ ଆରମ୍ଭ ହୋଇଥିଲା ୧୦୦ ଘଣ୍ଟିଆ ଯୁଦ୍ଧ

ଫୁଟ୍‌ବଲ ମ୍ୟାଚ୍‌ ପାଇଁ ଅତୀତରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିବା ଘଟଣା ପ୍ରାୟ କାହାକୁ ଜଣା ନ ଥିବ। ୧୯୭୦ ଫିଫା ବିଶ୍ୱକପ୍‌ ପାଇଁ ୧୯୬୯ରେ ଏଲ ସାଲଭାଡର ଓ ହୁଣ୍ଡରସ ମଧ୍ୟରେ ଖେଳାଯାଇଥିଲା ୩ଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌। ନିୟମ ଅନୁସାରେ ଦୁଇ ଦେଶ ମଧ୍ୟରେ ଦୁଇଟି ମ୍ୟାଚ୍‌ ଖେଳିଯିବା କଥା। କିନ୍ତୁ ଷ୍ଟାଡିୟମରେ ହିଂସା କାରଣରୁ ଫଳାଫଳ ପାଇଁ ତୃତୀୟ ମ୍ୟାଚ୍‌ ଖେଳାଯାଇଥିଲା ୧୯୬୯ ଜୁଲାଇ ୧୪ ତାରିଖରେ। ମ୍ୟାଚ୍‌କୁ ୩-୨ ବ୍ୟବଧାନରେ ଜିତି ନେଇଥିଲା ଏଲ. ସାଲଭାଡର। ଏହି ଠୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ। ଏଲ ସାଲଭାଡରଠାରୁ ଆକାରରେ ହୋଣ୍ଡରସ ୫ ଗୁଣା ବଡ଼ ଦେଶ। ହେଲେ ୧୯୬୯ ସୁଦ୍ଧା ଏଲ ସାଲଭାଡର ଦେଶର ଲୋକ ସଂଖ୍ୟା ଢ଼େର ଅଧିକ ଥାଏ। ଆଉ ଏଲ ସାଲଭାଡର ଦେଶର ଲୋକ ସଂଖ୍ୟାଠାରୁ ଅଧିକ ନାଗରିକ ହୋଣ୍ଡରସରେ ରହୁଥିଲେ।

ଆମେରିକାର ରାଜ୍ୟ ସଂଘ (ଓଏଏସ୍‌)ର ହସ୍ତକ୍ଷେପ ପରେ ଜୁଲାଇ ୧୮ ତାରିଖ ଯୁଦ୍ଧରେ ବିରତି ଲାଗିଥିଲା। ଏଣୁ ଇତିହାସରେ ଏହି ଘଟଣାକୁ ଫୁଟ୍‌ବଲ ଯୁଦ୍ଧ ବା ୧୦୦ ଘଣ୍ଟିଆ ଯୁଦ୍ଧ ବୋଲି ଉଲ୍ଲେଖ କରାଯାଇଛି। ହୋଣ୍ଡରସର ୨୫୦ ସୈନ୍ୟ ଓ ଦୁଇ ହଜାରରୁ ଅଧିକ ନାଗରିକ ପ୍ରାଣ ହରାଇଥିବା ବେଳେ ଏଲ ସାଲଭାଡରର ୯୦୦ ନାଗରିକଙ୍କ ଜୀବନ ନେଇଥିଲା ଏହି ଯୁଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri