ପାଣି ପାଇଁ ଯିିବାକୁ ପଡୁଛି ୨ କି.ମି.

ଖଡ଼ିଆଳ,୧।୪: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ। ଖଡିଆଳ ବ୍ଲକଠାରୁ ଏହି ଗ୍ରାମ ୧୦ କି.ମି. ଦୂର। ଗାଁରେ ୩ରୁ ୪ଟି ନଳକୂପ ରହିଛି। ନଳକୂପରେ ମାତ୍ରାଧିକ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ତାହା ବ୍ୟବହାର ଉପଯୁକ୍ତ ହେଉନାହିଁ। ଏପରି ସ୍ଥଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରେ ଏକ ଓଭରହେଡ ଟାଙ୍କି ନିର୍ମାଣ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ବ୍ୟବସ୍ଥା କରାଯାଇଥିଲା। ପାନୀୟ ଜଳ ବ୍ୟବହାର କରି ଅନେକ ଲୋକଙ୍କ ପେଟ ଦରଜ ହେବା ସହିତ କିଡ୍‌ନୀ ରୋଗରେ ଶିକାର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଫଳରେ ଗ୍ରାମବାସୀ ବାଧ୍ୟହୋଇ ୨ କି.ମି. ଦୂର ଅର୍ଜୁନ ନଦୀରୁ ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଗ୍ରୀଷ୍ମ ମାସ ଆରମ୍ଭ ହୋଇଥିବାରୁ ନଦୀର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଫଳରେ ପାଣି ସଂଗ୍ରହ କଷ୍ଟକର ସାଧ୍ୟ ହୋଇପଡିଛି। ଏନେଇ ଗ୍ରାମବାସୀ ଅନେକ ଥର ଜିଲା ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରିନାହାନ୍ତି । ପାନୀୟ ଜଳ ସଙ୍କଟ ଦୂର ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଭୁଲିଆସିକୁଆଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ।...

ଅତିବଡ଼ୀ ଜଗନ୍ନାଥ ଦାସ

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ...

ଖାରବେଳ ଭବନରେ ଖୋଲିବ ଏଜି ଅଫିସ

ଭୁବନେଶ୍ୱର,୩।୯(ବ୍ୟୁରୋ): ନିକଟରେ ଉଦ୍‌ଘାଟନ ହୋଇଥିବା ଖାରବେଳ ଭବନରେ ରାଜ୍ୟ ସରକାର ଆଡଭୋକେଟ ଜେନେରାଲ(ଏଜି)ଙ୍କ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ହାଇକୋର୍ଟ ଠାରୁ ଆରମ୍ଭ କରି...

ପୋଲିସର ମନମୁଖୀ ଶାସନକୁ ବିରୋଧ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀଙ୍କ ଧାରଣା

ଭଟ୍‌ଲି, ୨।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ପୋଲିସର ମନମୁଖୀ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଭଟଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀମାନେ। ଏ ନେଇ...

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆ : ଆଦୃତିକୁ ନେଇ ହେବ ସର୍ଭେ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଗରିବ ଆଦିବାସୀମାନେ ଚାଷ କରୁଥିବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ୨୦୧୯ରେ ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ସାମିଲ କରିଛନ୍ତି। ଏହା...

ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଚାଲିଗଲା ଜୀବନ

ମୋହନା,୭।୭: ଗଜପତି ଜିଲାର ମୋହନା ନାରାୟଣନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ...

ଯାଞ୍ଚ ନ କରି ଜରିମାନା ଆଦାୟକୁ ବିରୋଧ: ଆର୍‌ଟିଓ ଘେରିଲେ ଯୁବଗୋଷ୍ଠୀ

ପାରଳାଖେମୁଣ୍ଡି,୨୯ା୧୧(ଡି.ଏନ.ଏ.): ଗଜପତି ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କେତେକ କାର୍ଯ୍ୟକଳାପକୁ ନାପସନ୍ଦ କରି ପାରଳାଖେମୁଣ୍ଡିର ଯୁବଗୋଷ୍ଠୀ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି।...

ଢେଙ୍କାନାଳରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ,୧୫।୮-ଢେଙ୍କାନାଳ ଷ୍ଟାଡିୟମଠାରେ ଶନିବାର ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।...

Advertisement
Archives

Model This Week