Categories: ଫୁରସତ

୧୦ ବର୍ଷ ଝିଅର ଶରୀର ଦେଖାଗଲା ୮୦ ବର୍ଷୀୟା ବୃଦ୍ଧାଙ୍କ ପରି, ଆଉ ତା’ ପରେ…

ୟୁକ୍ରେନ୍‌ର ଜଣେ ୧୦ ବର୍ଷର ଝିଅଙ୍କ ମୃତ୍ୟୁ ଘଟିଛି। ଯାହାଙ୍କ ଶରୀର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ପରି ଦେଖାଗଲା। ଏହି ଝିଅଙ୍କ ମୃତ୍ୟୁରେ କଳାପ୍ରେମୀଙ୍କ ବହୁତ ଆଘାତ ଲାଗିଛି। କାରଣ ଝିଅଟି ଭଲ ପେଣ୍ଟିଂ କରେ। ଡାକ୍ତରଙ୍କ କହିବାନୁଯାୟୀ, ଝିଅଟି ଏମିତି ଏକ ରୋଗରେ ପୀଡ଼ିତ ଥିଲେ ଯେ, ଯାହାକି ପୂରା ଦୁନିଆରେ ଏପରି ମାତ୍ର ୧୭୯ ଜଣ ରୋଗୀ ଅଛନ୍ତି।

ଏହି ଝିଅଙ୍କ ନାମ ଇରିନା ଇରୋଚକା ଖିମିଚ। ଇରିନା ପ୍ରେଜେରିଆ ନାମକ ଏକ ରୋଗରେ ପୀଡ଼ିତ ଥିଲେ। ଯେଉଁ ରୋଗ ହେଲେ ବୟସ ୮ ଗୁଣ ବଢ଼ିଯାଇଥାଏ। ଡାକ୍ତର କୁହନ୍ତି, ପ୍ରତିବର୍ଷ ଇରିନାଙ୍କ ଶରୀର ୧୦ ବର୍ଷ ବଢ଼ୁଥିଲା। ତାଙ୍କର ଏହି ରୋଗ ଭଲ କରିବା ପାଇଁ ସେ ଆମେରିକାରୁ ବୋଷ୍ଟନ ଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିବା ଦୁଃଖଦାୟକ।

ଇରିନାଙ୍କ ପାଖରେ ଅନେକ ପ୍ରତିଭା ଥିଲା। ସେ ଦୁଇ ହାତରେ ଦୁଇ ପ୍ରକାରର ପେଣ୍ଟିଂ ଏକାସାଙ୍ଗରେ କରିପାରୁଥିଲେ। ତାଙ୍କ ପେଣ୍ଟିଂ ଜନମାନସରେ ବେଶ୍‌ ଆଦୃତ ଥିଲା। ଇରିନା ଛୋଟବେଳୁ ଜଣେ ପ୍ରତିଭାଶାଳୀ କଳାକାର ଥିଲେ। ସେ ତାଙ୍କର କଳା ପ୍ରଦର୍ଶନ କରି ବେଶ୍‌ ସଫଳତା ଅର୍ଜନ କରିଥିଲେ। ଇରିନାଙ୍କ ମା’ ସୋସିଆଲ ମିଡିଆରେ କହିଛନ୍ତି କି, ଇରିନାଙ୍କ ମୃତ୍ୟୁ ଘଟିଛି। ଇରିନା ପ୍ୟାରିସ ଯିବାକୁ ସ୍ବପ୍ନ ଦେଖୁଥିଲେ। କିନ୍ତୁ ତା’ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଲା।

Share