ବିବାହକୁ ନେଇ ଏମିତି କହିଲେ ଅଭିନେତା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଶେଷ ଥର ପାଇଁ ଫିଲ୍ମ ‘ରାଧେଶ୍ୟାମ’ରେ ନଜର ଆସିଥିଲେ। ତାଙ୍କର ଲୁକ୍‌ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ତେବେ କିଛି ଦିନ ତଳେ ତାଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ତାଙ୍କ ପ୍ରଶଂସକ ସବୁବେଳେ ତାଙ୍କ ବିବାହ ବିଷୟରେ ଜାଣିବାକୁ ଆଗ୍ରହୀ ଥାନ୍ତି। ଅନୁଷ୍କା ଶେଟ୍ଟୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଗୁଜବ ଉଠିଥିଲା। ଯାହାକୁ ପ୍ରଭାସ ଖଣ୍ଡନ କରି କହିଥିଲେ ଯେ ସେମାନେ ଦୁହେଁ ଭଲ ବନ୍ଧୁ।
ନିକଟରେ ଏକ ସାକ୍ଷାତକାରରେ ପ୍ରଭାସ ତାଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ। ବିବାହକୁ ନେଇ ପ୍ରଶ୍ନ ଉଠିଲେ ସେ ବିରକ୍ତି ହୁଅନ୍ତି କି ନାହିଁ ତାଙ୍କୁ ପଚରାଯାଇଥିଲା । ଏହାର ଉତ୍ତରରେ ପ୍ରଭାସ କହିଛନ୍ତି, ଯେତେବେଳେ ଲୋକମାନେ ମୋ ବିବାହ ବିଷୟରେ ପଚାରନ୍ତି ମୁଁ ବିରକ୍ତ ହୁଏ ନାହିଁ। ମୁଁ ବୁଝି ପାରୁଛି ଯେ ଏହା ଏକ ଚିନ୍ତାର ବିଷୟ। ଏହା ଏକ ସ୍ବାଭାବିକ ଏବଂ ଏକ ସାଧାରଣ ପ୍ରଶ୍ନ। ଯଦି ମୁଁ ସେମାନଙ୍କ ସ୍ଥାନରେ ଥାନ୍ତି ତେବେ ମୁଁ ମଧ୍ୟ ସେଭଳି ପ୍ରଶ୍ନ ପଚାରିଥାନ୍ତି।

Share