ଫାଇନାଲ୍‌ରେ ଦଳକୁ ପହଞ୍ଚାଇବା ପରେ ଏମିତି କଥା କହିଦେଲେ ପାଣ୍ଡ୍ୟା

କୋଲକତା,୨୫।୫: ଆଇପିଏଲ ୨୦୨୨ର କ୍ୱାଲିଫାୟାର୍‌-୧ ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି) ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌)କୁ ୭ ଉଇକେଟରେ ପରାସ୍ତ କରି ଫାଇନାଲ ଟିକେଟ ପାଇଛି। ଗୁଜରାଟ ଟାଇଟାନ୍ସ (ଜିଟି)ର ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବହୁତ ଖୁସି ଅଛନ୍ତି। ଦଳକୁ ଫାଇନାଲକୁ ପହଞ୍ଚାଇବା ବରେ ତାଙ୍କ ନାମ ବିକ୍ରି ହେଉଛି ବୋଲି ପାଣ୍ଡ୍ୟା କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ଲୋକମାନେ ମୋ ନାଁରେ ଅନେକ କଥା କହିବେ। ଏହା ସେମାନଙ୍କର କାମ। ମୁଁ କିଛି କରିପାରିବି ନାହିଁ। ମୋ ନାଁ ସର୍ବଦା ବିକ୍ରି ହୁଏ ଏବଂ ମୋର ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ସହିତ ସଫଳତା ପରେ ୨୦୧୬ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ପାଣ୍ଡ୍ୟାଙ୍କୁ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ସହ ତୁଳନା କରାଯାଇଥିଲା। ତା’ପରେ ୨୦୧୯ରେ, ‘କଫି ସହ କରଣ’ରେ ମହିଳାଙ୍କ ବିଷୟରେ ତାଙ୍କର ଅପମାନଜନକ ମନ୍ତବ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ସେ କ୍ଷମା ମାଗିଥିଲେ।
ସେ ଭାରତ ପାଇଁ ଖେଳିଥିବା ଶେଷ ମ୍ୟାଚ ନଭେମ୍ବର ୮ରେ ଦୁବାଇରେ ଚାଲିଥିବା ଟି-୨୦ ବିଶ୍ୱକପରେ ନାମ୍ବିଆ ବିପକ୍ଷରେ ହୋଇଥିଲା। ସେବେଠାରୁ ଅଣ୍ଟା ଅପରେଶନ ହେତୁ ତାଙ୍କୁ ବୋଲିଂରେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସରୁ ମୁକ୍ତ ହେବା ପରେ ଗୁଜରାଟ ତାଙ୍କୁ ଆଇପିଏଲ ସିଜିନ୍‌ ପୂର୍ବରୁ ମେଗା ନିଲାମରେ ୧୫ କୋଟି ଟଙ୍କାରେ କିଣିଥିଲା।
ସେ କହିଛନ୍ତି, ମାହି ଭାଇ ମୋ ଜୀବନରେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ସେ ମୋ ପାଇଁ ଭାଇ, ବନ୍ଧୁ ଏବଂ ପରିବାର ପରି। ମୁଁ ତାଙ୍କଠାରୁ ବହୁତ ଭଲ ଜିନିଷ ଶିଖିଲି। ବ୍ୟକ୍ତିଗତ ଭାବରେ, ମୁଁ କେବଳ ଦୃଢ ଼ ରହି ଏହି ସବୁ ଜିନିଷର ସାମ୍ନା କରିପାରିବି। ଏହି ସିଜିନ୍‌ରେ ପାଣ୍ଡ୍ୟା ହାରାହାରି ୪୫ରୁ ଅଧିକ ୪୫୩ ରନ ସଂଗ୍ରହ କରିଛନ୍ତି। ସେ ୫ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri