Categories: ଫୁରସତ

ଉଚ୍ଚ କୋଠାରୁ ଓହ୍ଲାଇବାକୁ ମାଙ୍କଡ଼ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଉଚ୍ଚ କୋଠାରୁ ଏକ ମାଙ୍କଡ଼କୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ପରେ ଆଉ ଏକ ମାଙ୍କଡ଼ ମଧ୍ୟ ତାକୁ ଦେଖି ତଳକୁ ଓହ୍ଲାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share