ୟାକୁ ହିଁ କହନ୍ତି ବନ୍ଧୁତା

କୁହାଯାଏ ଯିଏ ବିପଦବେଳେ ସାହା ହୁଅନ୍ତି ସେ ପ୍ରକୃତ ବନ୍ଧୁ। ଖରାପ ସମୟରେ ହିଁ ଜଣାପଡ଼େ କିଏ ପ୍ରକୃତ ବନ୍ଧୁ ଓ କିଏ ବନ୍ଧୁ ମୁଖାଧାରୀ ଶତ୍ରୁ। ଆଉ ଦକ୍ଷିଣ ଆଫ୍ରିକାର ଏକ ଘଟଣାକୁ ଦେଖିଲେ ଜଣାପଡ଼େ ପ୍ରକୃତରେ ବନ୍ଧୁତାର ସଂଜ୍ଞା କ’ଣ। ଏଠାରେ ଗେର୍ଡି ମାକ୍‌କେନା ନାମ୍ନୀ ଜଣେ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେଣୁ ତାଙ୍କୁ କେମୋ ଥେରାପୀ ଦିଆଯାଉଥାଏ। ଫଳରେ ଅତ୍ୟଧିକ କେଶ ଝଡ଼ିବା ଯୋଗୁ ଅନ୍ୟ କର୍କଟ ରୋଗୀଙ୍କ ପରି ସେ ବି କେଶ କାଟି ଲଣ୍ଡା ହେଲେ। କର୍କଟ ରୋଗର କଷ୍ଟ ସହ ସୌନ୍ଦର୍ଯ୍ୟ ନଷ୍ଟ ହେବାର ଯନ୍ତ୍ରଣା କେତେ ତାହା କେବଳ ଅନୁଭବୀ ହିଁ ଜାଣେ। ଏ ସମ୍ପର୍କରେ ଜାଣିବା ପରେ ତାଙ୍କର ୧୧ଜଣ ବାନ୍ଧବୀ ମାକ୍‌କେନୀଙ୍କ ମନରେ ଟିକେ ଖୁସି ଭରିବା ପାଇଁ ଆପଣେଇଥିଲେ ଏକ ଅଭିନବ ଉପାୟ। ସେମାନେ ମାକ୍‌କେନୀଙ୍କ ସହ ଏକ ଫଟୋଶୁଟ୍‌ କରିବାକୁ ଯୋଜନା କଲେ। ତେବେ ତାହା ସାଧାରଣ ଫଟୋଶୁଟ୍‌ରୁ ଥିଲା କିଛି ଊର୍ଦ୍ଧ୍ୱରେ। କାରଣ ତାଙ୍କ ବାନ୍ଧବୀମାନେ ନିଷ୍ପତ୍ତି ନେଇଥିଲେ ଯେ, ଲଣ୍ଡା ହୋଇ ମାକ୍‌କେନୀଙ୍କ ସହ ଫଟୋଶୁଟ୍‌ କରିବେ; ଯଦ୍ଦ୍ବାରା କି ମାକ୍‌କେନୀଙ୍କ ମୁହଁରେ ହସ ଫୁଟିବ। ଆଉ ତାଙ୍କର ଏହି ବିପତ୍ତି ସମୟରେ ତାଙ୍କ ବନ୍ଧୁମାନେ ପୂରାପୂରି ତାଙ୍କ ସହ ଅଛନ୍ତି ବୋଲି ଜାଣି ମନ ଦୃଢ଼ ହେବ। ଫଟୋଶୁଟ୍‌ ଦିନ ମାକ୍‌କେନୀ ଯେବେ ବାନ୍ଧବୀମାନଙ୍କୁ ଲଣ୍ଡା ଅବସ୍ଥାରେ ଦେଖିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମା ନ ଥିଲା। ତାଙ୍କ ପ୍ରତି ତାଙ୍କ ବାନ୍ଧବୀମାନଙ୍କର ଏତେ ଭଲ ପାଇବା ଦେଖି ସେ ଖୁସିରେ କାନ୍ଦି ପକାଇଥିଲେ। ଦକ୍ଷିଣ ଆଫ୍ରିକାର ଫଟୋଗ୍ରାଫର ତଥା ଭିଡିଓଗ୍ରାଫର୍‌ ଅଲବର୍ଟ ବ୍ରେଣ୍ଡେନହାନ୍‌ ଏହି ମୁହୂର୍ତ୍ତକୁ ଭିଡିଓ କରିନେଇଥିଲେ। ତା’ସହ କରିଥିଲେ ଏହି ଅଭିନବ ଫଟୋଶୁଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ

କର୍କଟ – ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶିର ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ। ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ, ଏବଂ ଆପଣଙ୍କ ଆର୍ଥିକ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri