ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ବାପା

ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଚାଲିଛି। ଉଭୟ ଅନେକ ପାର୍ଟିରେ ଏକତ୍ର ନଜର ଆସନ୍ତି। ଦିଶା ପ୍ରାୟତଃ ଟାଇଗରଙ୍କ ମା’ ଆୟେଶା ଏବଂ ଭଉଣୀ କୃଷ୍ଣା ଶ୍ରଫଙ୍କ ସହ ସମୟ ବିତାଉଥିବାର ଦେଖାଯାଏ। ନିକଟରେ ଦିଶା ଟାଇଗରଙ୍କ ପରିବାର ସହ ମିଶି ତାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ। ଏହାପରେ ଟାଇଗରଙ୍କ ପିତା ତଥା ଅଭିନେତା ଜ୍ୟାକି ଶ୍ରଫ ତାଙ୍କ ପୁଅର ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି।
ଟାଇଗର ପ୍ରଥମେ ୨୫ ବର୍ଷ ବୟସରେ ଡେଟିଂ ଆରମ୍ଭ କରିଥିଲେ। ଦିଶା ଏବଂ ଟାଇଗର ପ୍ରକୃତରେ ଭଲ ବନ୍ଧୁ । ମୁଁ ଜାଣେ ନାହିଁ ସେ ତାଙ୍କ ଭବିଷ୍ୟତ ପାଇଁ କ’ଣ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ମୁଁ ଗୋଟିଏ କଥା ନିଶ୍ଚିତ ଯେ ଟାଇଗର ତାଙ୍କ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତି। ତାଙ୍କ ମା, ପିତା, ଭଉଣୀ କିମ୍ବା ଗର୍ଲଫ୍ରେଣ୍ଡ ହୁଅନ୍ତୁ, ଟାଇଗରଙ୍କ ପାଇଁ ତାଙ୍କ କାମ ଅପେକ୍ଷା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।
ନିକଟରେ ଦିଶା ତାଙ୍କ ଜନ୍ମଦିନ ଟାଇଗର ଶ୍ରଫ ଏବଂ ତାଙ୍କ ଭଉଣୀ କୃଷ୍ଣାଙ୍କ ସହ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଦିଶା ନିଜେ ଏହି ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ।

 

Share