Posted inଫୁରସତ

ରାସ୍ତାର ସେଇ ଧଳା ଓ ହଳଦିଆ ଗାର

ଧଳା ଗାର: ଦେଖିଥବେ ଅନେକ ରାସ୍ତାର ମଝିରେ ଏକ ସିଧା ଧଳା ଗାର ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଦେଖିବାକୁ ମିଳେ। ଯାହା ରାସ୍ତାକୁ ଦୁଇଭାଗରେ ବିଭକ୍ତ କରିଥାଏ। ଯାହାର ଅର୍ଥ ହେଉଛି ଗାଡି ଚାଳକଙ୍କୁ ନିଜ ଲେନ୍‌ରେ ରହି ଗାଡି ଚଳାଇବାକୁ ହେବ। ଏହି ଗାର ଥିବା ରାସ୍ତାରେ ଲେନ୍‌ ବଦଳା ଯାଇପାରିବ ନାହିଁ, ୟୁ ଟର୍ନ ନିଆଯାଇପାରିବ ନାହିଁ କି ଓଭରଟେକ୍‌ ବି କରି ହେବ ନାହିଁ। ଯେଉଁ ଲେନ୍‌ରେ ଯାଉଛନ୍ତି ସେଇ ଲେନ୍‌ର ସିଧା ସିଧା ଯିବାକୁ ହେବ। ଆଉ ଲେନ୍‌ ସେତେବେଳେ ବଦଳା ଯାଇପାରେ ଯେବେ କୌଣସି ଦୁର୍ଘଟଣାରୁ ବଞ୍ଚତ୍ବାକୁ ଥିବ ଅବା ଯେଉଁଠି ଲାଇନ୍‌ ମଧ୍ୟରେ ଗ୍ୟାପ୍‌ ଥିବ। ଏଭଳି ରାସ୍ତା ପ୍ରାୟତଃ ପାହାଡିଆ ଅଞ୍ଚଳରେ ଥାଏ। ଯେଉଁଠି ଦୁର୍ଘଟଣାର ଆଶଙ୍କା ଅଧିକ ଥାଏ।
ବ୍ୟବଧାନ ଥିବା ଧଳା ଗାର: ଅନେକ ସଡ଼କରେ ମଝିରେ ମଝିରେ ବ୍ୟବଧାନ ଥିବା ଧଳାରଙ୍ଗର ଗାର (ବ୍ରୋକେନ ହ୍ବାଇଟ୍‌ ଲାଇନ୍ସ) ଦେଖିବାକୁ ମିଳେ। ଯାହା ଦର୍ଶାଏ କି ସେହି ରାସ୍ତା ଉପରେ ଓଭର୍‌ଟେକ୍‌ କରି ହେବ। ମଝିରେ ୟୁ ଟର୍ନ ନେଇ ହେବ। ଆଉ ଲେନ୍‌ ବି ବଦଳା ଯାଇପାରିବ। ତେବେ ଏସବୁ କରିବା ପୂର୍ବରୁ ରାସ୍ତାର ଆଗପଛକୁ ଧ୍ୟାନ ଦେବା ଜରୁରୀ।
ହଳଦିଆ ଗାର: ଯଦି ରାସ୍ତାରେ ଲମ୍ବା ହଳଦିଆ ଗାର(କଣ୍ଟିନିଓସ୍‌ ୟେଲୋ ଲାଇନ୍‌))ଥାଏ, ସେ ରାସ୍ତାରେ ଓଭରଟେକ୍‌ କରିହେବ। ତେବେ କେବଳ ନିଜ ସାଇଡ୍‌ର ରହି। ଲାଇନ ପାର୍‌ କରି ଅନ୍ୟ ଲାଇନ୍‌କୁ ଯିବାର ଅନୁମତି ନ ଥାଏ। ସାଧାରଣତଃ ଲୋ ଭିଜିବିଲିଟି ରାସ୍ତାରେ ଏହି ଲାଇନ୍‌ ଥାଏ। ତେବେ ତେଲେଙ୍ଗାନାରେ ଏହି ଲାଇନ୍‌ ଥିବାର ଅର୍ଥ ହେଉଛି ନିଜ ଲେନ୍‌ରେ ଥାଇ ବି ଓଭରଟେକ୍‌ କରି ହେବ ନାହିଁ।
ଦୁଇଟି ସିଧା ହଳଦିଆ ଗାର: କିଛି ରାସ୍ତାରେ ପ୍ରାୟ ସମୟରେ ଦୁର୍ଘଟଣା ହୋଇଥାଏ। ତେଣୁ ସେହି ରାସ୍ତାରେ ଓଭରଟେକ୍‌ କରିବା ବିପଜ୍ଜନକ। ଖାସ୍‌ ଏଭଳି ରାସ୍ତାରେ ଦୁଇଟି ପାଖାପାଖି ହଳଦିଆ ଗାର ଥାଏ। ଏଥିରେ କଠୋର ନିୟମ ଥାଏ। ଏହି ଗାର ଥିବା ରାସ୍ତାରେ ଓଭରଟେକ୍‌ କରିବା, ଲେନ୍‌ ବଦଳାଇବା, ୟୁ ଟର୍ନ ନେବା ନିଷେଦ୍ଧ। ନିଜ ଲେନ୍‌ରେ ଥାଇ ବି ଓଭରଟେକ୍‌ କରିବା ମନା।
ବ୍ୟବଧାନ ଥିବା ହଳଦିଆ ଗାର: ବେଳେବେଳେ ଦେଖିଥିବେ ରାସ୍ତାରେ ସିଧା ଓ ନିରନ୍ତର ହଳଦିଆ ଗାର ସହ ଗ୍ୟାପ୍‌ ଥିବା ହଳଦିଆ ଲାଇନ୍‌ ଥାଏ। ଯଦି ଗାଡି ଗ୍ୟାପ ଥିବା ହଳଦିଆ ଗାର ପାର୍ଶ୍ୱରେ ଯାଉଥାଏ ତେବେ ଅନ୍ୟ ଗାଡିକୁ ଓଭରଟେକ୍‌ କରିହେବ। ଯଦି ଗାଡି ସିଧା ଓ ନିରନ୍ତର ଲମ୍ବିଥିବା ହଳିଦିଆ ଗାର ପଟେ ଯାଉଥାଏ ତେବେ ଅନ୍ୟ ଗାଡିକୁ ଓଭରଟେକ୍‌ କରିବା ମନା।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri