ସାର୍ଥକ ସେହି ସଂଗ୍ରାମୀ ଜୀବନ

୧୯୭୫ ଜୁନ୍‌ ୨୫ ମଧ୍ୟରାତ୍ରିରୁ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ବା ଇମର୍ଜେନ୍ସି ଜାରି କଲେ। ଏହା ବିରୋଧରେ ଗଣତାନ୍ତ୍ରିକ ମାନବ ଅଧିକାର ଫେରିପାଇବା ପାଇଁ ଲଢ଼େଇ ଆରମ୍ଭ ହେଲା। ନିରନ୍ତର ସଂଗ୍ରାମରତ ନେତା ଶିବାଜୀ ପଟ୍ଟନାୟକ, ଆଦରର ଶିବାଜୀ ଭାଇ ଥିଲେ ସେଇ ଲଢ଼େଇରେ ଆରଗଧାଡ଼ିର ନେତା। ଶୁଣିଥିଲି ତାଙ୍କ ପଛରେ ସରକାରୀ ଗିରଫ ପରଓ୍ବାନା ଗୋଡ଼ାଇଛି। ସେତିକି ବେଳର କଥା। ମୋ ଘର ଆଗରେ ମୁଣ୍ଡରେ ଟୋପି ଯୁବଜନ ସମ ଶାର୍ଟ ପ୍ୟାଣ୍ଟ ପରିହିତ ଜଣେ ଡେଙ୍ଗାଲୋକ ସାଇକେଲ ଚଢ଼ି ପହଞ୍ଚତ୍ଗଲେ ଏବଂ ସାଇକେଲଟି ରଖି ଦେଇ ତଡିତ୍‌ ବେଗରେ ଘର ଭିତରକୁ ପଶିଗଲେ। ମୁଁ ଜାଣିଥିଲି ଶିବାଜୀ ଭାଇ ଆସିବେ। କିନ୍ତୁ ସେ ଏମିତି ପହଞ୍ଚତ୍ୟିବେ ବୋଲି କଳ୍ପନା କରି ନ ଥିଲି। ଅଳ୍ପଦିନ ରହିଲେ। ଯେମିତି ଆସିଥିଲେ, ସେମିତି ଆଉ ପ୍ରକାରେ ହଠାତ୍‌ ଅନ୍ୟ କେଉଁ ଅଜ୍ଞାତ ବାସକୁ ଚାଲିଗଲେ। ଗିରଫ ହୋଇ ଜେଲରେ ରହିଲେ ସଂଗ୍ରାମ ଚାଲିବ କେମିତି? ଚଳାଇବ କିଏ? ଭାବୁଥିଲି, ଏବେ ବଡ଼ ବଡ଼ ପଦ ପଦବୀରେ ଥାଇ କ୍ଷମତା ଓ ସୌଭାଗ୍ୟଶାଳୀ ସହପାଠୀମାନଙ୍କଠାରୁ ଯଥେଷ୍ଟ ବୁଦ୍ଧିବିଦ୍ୟା ଥିବା ଶିବାଜୀ ଭାଇ ନିଜ କ୍ୟାରିୟର ଗଢ଼ିବା ଛାଡ଼ି ଏଇ ବାଟରେ ମାଡ଼ିଆସିଲେ- କେମିତି? ଝାମୁଯାତ ବେଳେ ଭଗତାମାନେ ରଡ଼ନିଅଁାର ଲମ୍ବା ଅହିଆରେ ଚାଲିବା ଦେଖିଛି। କିନ୍ତୁ ସଂଘର୍ଷର ଏମିତି ପଥ ଦେଖିବା ଥିଲା ମୋ ପାଇଁ ଗୋଟିଏ ଆକର୍ଷଣ। ଦେଖିଲିନି ସିନା ପଢ଼ିଲି ତାଙ୍କ ‘ସଂଘର୍ଷ ଓ ସଂକଳ୍ପର ପଥରେ’ ବହିଟି।
ସଂଘର୍ଷ ଶଙ୍କିଳ ଦୀର୍ଘ ପଥରେ ଦୃପ୍ତ ଯାତ୍ରାର ବର୍ଣ୍ଣନା ଥିବା ଆତ୍ମଜୀବନୀଟିଏ। କଲେଜରେ ପଢୁଥିବା, ଜୀବନ ଯାତ୍ରା ଆରମ୍ଭ ସମୟ ବା ବୟସ କହିହେବ। ସେହି ସମୟର ବର୍ଣ୍ଣନା ଥିବା ଉପଶୀର୍ଷକଟିଏ-‘ପ୍ରଥମ ଗିରଫଦାରି’ରେ ଲେଖିଛନ୍ତି- ”୧୯୪୮ରେ ପ୍ରଥମ ବାର୍ଷିକ ପରୀକ୍ଷା ସାରି ନୟାଗଡ଼ରେ ଯାଇ ରହିଥିଲା ବେଳେ ମୋର ପ୍ରଥମ ଗିରଫଦାରି। ଗଡ଼ଜାତ ମିଶ୍ରଣ ବେଳେ ପ୍ରଜାମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପାଳନ ନ କରି କଂଗ୍ରେସ ସରକାର କିପରି ବଶ୍ୱାସଘାତକତା କରିଛି ତାହା ଦର୍ଶାଇ ସେଥିପାଇଁ ସ୍ବର ଉତ୍ତୋଳନ କରିବାକୁ ପାର୍ଟି ତରଫରୁ ଆସିଥିବା ଏକ ପ୍ରଚାରପତ୍ର ବାଣ୍ଟିବା ଥିଲା ମୋର ଅପରାଧ। ମୋତେ ଘରୁ ଗିରଫ କରାଯାଇ ମୋ ପାଖରେ ଥିବା ଅବଶିଷ୍ଟ ପ୍ରଚାରପତ୍ର ଜବତ କରାଗଲା। ସକାଳ କଚେରି ସରିଥିବାରୁ ମୋତେ ମାଜିଷ୍ଟ୍ରେଟଙ୍କ ଘରକୁ ନେଇ ଥାନାକୁ ପଠାଇ ଦିଆଗଲା।“ ଏଠାରେ ଉପରେ ବ୍ୟବହାର କରାଯାଇଥିବା ”ବିଶ୍ୱାସଘାତକତା“ ଶବ୍ଦଟି ବଡ଼ ଗୁରୁତ୍ୱପୂର୍ଣ୍ଣ। ଭାରତ ଇଂରେଜମାନଙ୍କ କବଳରୁ ମୁକ୍ତ ହେବା ପରେ ଲୋକେ ନାଗରିକ ଅଧିକାର ପାଇବା ଏବଂ ଗୋଟିଏ ସ୍ବାଧୀନ ଦେଶର ନାଗରିକ ଭାବରେ ମର୍ଯ୍ୟାଦାର ସହିତ ଜୀବନଯାପନ କରିବାର ଯେଉଁ ବିଶ୍ୱାସ କରିଥିଲେ ତାହା ପ୍ରତି ”ଘାତକତା“ ସାମାନ୍ୟ କଥା ନୁହେଁ। ସେଥିପାଇଁ ସଂଗ୍ରାମ କ’ଣ ଆବଶ୍ୟକ ନୁହେଁ?
ତାଙ୍କ ବାପା କୃପାସିନ୍ଧୁ ପଟ୍ଟନାୟକ ଥିଲେ ଜଣେ ପ୍ରତିଷ୍ଠିତ ଓକିଲ। ସେ ସମୟର ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କର ସହପାଠୀ ଓ ବନ୍ଧୁ। ସେ ଇଚ୍ଛା କରିଥିଲେ ସାଲିସ୍‌ କରାଇ ପୁଅକୁ ପୁଣି କଲେଜରେ ଛାଡ଼ିଦେଇ, କହି ଆସିଥାନ୍ତେ- ”ବାବୁରେ ଏଥର ତୋର କ୍ୟାରିୟର ଗଢ଼।“ କିନ୍ତୁ ସେ ନିଜେ ଏକଦା ଥିଲେ ସ୍ବାଧୀନତା ସଂଗ୍ରାମ ବେଳର କଂଗ୍ରେସ ଓ ଗଡ଼ଜାତ ଆନ୍ଦୋଳନ ସହିତ ସମ୍ପୃକ୍ତ ଜଣେ ସାଲିସ୍‌ବିହୀନ ବ୍ୟକ୍ତି।
ଶିବାଜୀ ପଟ୍ଟନାୟକଙ୍କର ଜନ୍ମ ୧୯୩୦ରେ। ସେଇଟି ଲବଣ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନକୁ ଡାକରା ସମୟ। ତା’ ପରେ, ତାଙ୍କୁ ଯେତେବେଳେ ୧୨ ବର୍ଷ, ସେତେବେଳେ ୧୯୪୨ ଭାରତ ଛାଡ଼ ଆନ୍ଦୋଳନ। ତାଙ୍କ ଘରକୁ ବିଶେଷ କରି ଗଡ଼ଜାତ ମିଶ୍ରଣ ତଥା କ୍ରଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ନେତାମାନଙ୍କର ଗମନାଗମନର ସମୟ। ସେ ସେତେବେଳେ ଭଗବତୀ ପାଣିଗ୍ରାହୀଙ୍କୁ ମଧ୍ୟ ଦେଖିଛନ୍ତି। ୧୯୩୭-୩୮ରେ ଓଳସିଂହଠାରେ ହାଇସ୍କୁଲରେ ପଢୁଥିବା ବେଳେ, ତାଙ୍କ ସ୍କୁଲ ରାଜନୈତିକ କେନ୍ଦ୍ରରେ ପରିଣତ ହୋଇଯାଇଥିଲା। ସେଠାରେ ଗଠିତ ହୋଇଥିଲା- ଛାତ୍ର ଫେଡେରେଶନ। ପୁରାତନ ଛାତ୍ର ସମ୍ମିଳନୀକୁ ଆସିଥିଲେ ମାଳତୀ ଚୌଧୁରୀ। ପ୍ରଧାନ ଶିକ୍ଷକ ମଧ୍ୟ ଥିଲେ ଜାତୀୟବାଦୀ। ୧୯୪୨ରେ ସ୍କୁଲରେ ତ୍ରିରଙ୍ଗା ପତାକା ଉଡ଼ାଇ କେତେଜଣ ଛାତ୍ର ରସ୍‌ଟିକେଟ ହୋଇଥିଲେ। ଏହି ସମୟ ଓ ପରିବେଶ, ଛାତ୍ର ଫେଡେରେଶନରେ ମିଶିବା, ତାଙ୍କ ମନକୁ ଗୋଟାଏ ସ୍ବତନ୍ତ୍ର ପାଗରେ ପକାଇଥିବ। ସେ କିପରି ତାଙ୍କ ସମୟର ନେତାମାନଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ ଓ ତା’ର ପରିଣତି ସମ୍ପର୍କରେ ଲେଖିଛନ୍ତି। ତାଙ୍କ ଆତ୍ମଜୀବନୀ ଉପରେ ଦୃଷ୍ଟିପଡ଼ିଲେ, ତାଙ୍କ ବ୍ୟକ୍ତିତ୍ୱର ମର୍ଯ୍ୟାଦା କେତେ ଉଚ୍ଚକୁ ଉଠିଯାଇଥିଲା ତାହା ଲକ୍ଷ୍ୟ କରିହେବ।
ମାଟ୍ରିକ ପାସ୍‌ କଲାପରେ, ରେଭେନ୍ସା କଲେଜରେ ପଢ଼ିବା ବେଳେ ସେ ସମ୍ପୃକ୍ତ ହୋଇଯାଇଥିଲେ କମ୍ୟୁନିଷ୍ଟ ପାର୍ଟି ଓ ଛାତ୍ର ଫେଡେରେଶନ କାମରେ। କମ୍ୟୁନିଷ୍ଟ ପାର୍ଟି କ୍ରମେ ବିଭାଜିତ ହେଲା, ଫଳରେ ସେ ସିପିଆଇ- ଏମ୍‌ ବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି- ମାର୍କ୍ସବାଦୀ ଦଳରେ ସାମିଲ ହୋଇଛନ୍ତି। ଅବିଭାଜିତ ସିପିଆଇ ଏବଂ ବିଭାଜିତ ସିପିଆଇ- ଏମ୍‌ରେ ଓତପ୍ରୋତ ଭାବରେ ମିଶି, ସେ ପାର୍ଟି ଓ ତା’ର ଆଦର୍ଶ ଏବଂ କାର୍ଯ୍ୟକ୍ରମରେ ସମସ୍ତ ସମୟ ଦେଇ କାର୍ଯ୍ୟ କରିଛନ୍ତି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଅର୍ଥନୀତି ବିଜ୍ଞାନ ପ୍ରାଧ୍ୟାପକ ପ୍ରଭାତ ପଟ୍ଟନାୟକ ସଂଗ୍ରାମୀ ଶିବାଜୀ ପଟ୍ଟନାୟକଙ୍କୁ ଅତ୍ୟନ୍ତ ସଚ୍ଚୋଟ, ନିର୍ଭୀକ ଏବଂ ଜ୍ଞାନୀ ନେତା କହିବା ସହିତ ଲେଖିଛନ୍ତି- ‘ନୀତି, ଆଦର୍ଶ ଓ ଚିନ୍ତାଧାରାର ମୌଳିକତା ଆଗରେ ବ୍ୟକ୍ତିଗତ ସମ୍ପର୍କ ହେଉଛି ଗୌଣ, ଏଇ କଥା ଶିବାଜୀବାବୁ ନିଜ ଜୀବନରେ ଦେଖାଇଥିଲେ।’ ସେ, ”ସଂଘର୍ଷ ଓ ସଂକଳ୍ପ ପଥରେ“ ବହିଟିକୁ- ‘ଜଣେ କମ୍ୟୁନିଷ୍ଟ ନେତା ତଥା ବିଶ୍ଳେଷକଙ୍କ ଆତ୍ମଜୀବନୀ’ ବୋଲି ଉଲ୍ଲେଖ କରିଛନ୍ତି।
ଶିବାଜୀ ପଟ୍ଟନାୟକଙ୍କ ସଂଘର୍ଷ ଓ ସଂକଳ୍ପର ପଥ ଥିଲା ଦୀର୍ଘ । ଦେଶ ସ୍ବାଧୀନ ହେବା ପରେ ଭାଗଚାଷୀ ଆନ୍ଦୋଳନର ପୁରୋଧା ସାଜି ସେ ‘ଲଙ୍ଗଳ ଯାହାର ଜମି ତାହାର’ ସ୍ଲୋଗାନ ଦେଇଥିଲେ। ସେ ରାଜ୍ୟର ଭାଗଚାଷୀଙ୍କୁ ସଂଗଠିତ କରିଥିଲେ। ଏହି ଆନ୍ଦୋଳନ ଫଳରେ ଓଡ଼ିଶାର ବହୁ ଭାଗଚାଷୀ ଜମିଦାରମାନଙ୍କଠାରୁ ସେମାନଙ୍କ ହକ୍‌ ଛଡ଼ାଇ ନେବାରେ ସମର୍ଥ ହୋଇଥିଲେ। ସେ ୧୯୭୭, ୧୯୮୯ ଓ ୧୯୯୧ରେ, ତିନିଥର ଭୁବନେଶ୍ୱର ଆସନରୁ ସିପିଆଇ-ଏମ୍‌ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଲୋକ ସଭାକୁ ଯାଇଥିଲେ। ନବେ ଦଶକରେ ଚିଲିକା ହ୍ରଦକୁ ଚିଙ୍ଗୁଡ଼ି ମାଫିଆମାନଙ୍କ କବଳରୁ ମୁକ୍ତ କରିବାକୁ ଆନ୍ଦୋଳନ କରିଥିଲେ। ଚିଙ୍ଗୁଡ଼ିଚାଷୀଙ୍କ ସୁରକ୍ଷା ପାଇଁ ଲଢ଼ିଥିଲେ। ସାଂସଦ ଭାବରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ତାଙ୍କର ଭୂମିକା ଚିର ସ୍ମରଣୀୟ।
ଚାଷୀ ମୂଲିଆ, ଖଟିଖିଆ, ମେହନତୀ ମଣିଷଙ୍କ ପାଇଁ ସାରା ଜୀବନ ଲଢ଼ିଥିବା ଶିବାଜୀ ପଟ୍ଟନାୟକ ମେ’ ୨୩ ତାରିଖ ୨୦୨୨ ମସିହା ଅପରାହ୍ନ ୨ଟା ୧୦ରେ ୯୨ବର୍ଷ ବୟସରେ ଦେହତ୍ୟାଗ କଲେ ସିନା, ତ୍ୟାଗ କରିଥିବା ଦେହଟିକୁ ସୁଦ୍ଧା ଶ୍ମଶାନକୁ ପାରମ୍ପରିକ ସାମାଜିକ ବିଧି ଅନୁସାରେ ସତ୍କାର ପାଇଁ ଯିବାକୁ ଦେଇନାହାନ୍ତି। ଅନ୍ତିମ ଇଚ୍ଛା କହିଦେଇଥିଲେ-ତାଙ୍କ ମରଶରୀରର ଅନ୍ତିମ ସଂସ୍କାର ହେବ ନାହିଁ। ତାହା ମେଡିକାଲ ବିଦ୍ୟାର୍ଥୀଙ୍କ ପାଠପଢ଼ା ପାଇଁ ଏମ୍ସକୁ ଦାନ କରାଯିବ। ସେଇ ଅନୁସାରେ ପାର୍ଥିବ ଶରୀରଟି ତାଙ୍କ ବାସଭବନରୁ ଯାଇ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚତ୍ ଶ୍ରଦ୍ଧାଳୁମାନଙ୍କ ଶେଷ ଦର୍ଶନ ଓ ପୁଷ୍ପ ଅର୍ପଣ ପରେ ସେହି ଆମ୍ବୁଲାନ୍ସରେ ଯାଇଥିଲା ଏମ୍ସ ଅଭିମୁଖେ। ଅପୂର୍ବ ସେଇ ଦୃଶ୍ୟ! ସାର୍ଥକ ସେଇ ଜୀବନ।

  • ଅରବିନ୍ଦ ପଟ୍ଟନାୟକ
    ବନଲତା ଆପାର୍ଟମେଣ୍ଟ, ଶହୀଦନଗର, ଭୁବନେଶ୍ୱର, ମୋ: ୯୪୩୯୫୮୮୬୭୨

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri