Posted inଜାତୀୟ

ସେହି ୩୨ ସେକେଣ୍ଡର ଭୟଙ୍କର ଦୃଶ୍ୟ ବିଶ୍ୱବାସୀଙ୍କୁ କରିଦେଇଛି ସ୍ତବ୍ଧ

ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଲଣ୍ଡନ ଅଭିମୁଖେ ୨୪୨ ଜଣଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ଗୁରୁବାର ଅପରାହ୍ନରେ ଗୁଜରାଟର ଅହମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରିଉ ସଦସ୍ୟ ଥିଲେ। ୧୧ଏ ନମ୍ବର ସିଟ୍‌ରେ ଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ୱାସକୁମାର ଜୀବିତ ଥିବାବେଳେ ଅନ୍ୟ ୨୪୧ ଜଣ ପ୍ରାଣ ହରାଇଥିବା ବିଶ୍ୱାସ କରାଯାଉଛି। ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ବିମାନ ଖସିବା ଫଳରେ ଅନେକ ଡାକ୍ତରୀ ଛାତ୍ର ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଅପରାହ୍ନ ୧ଟା ୩୮ ମିନିଟ୍‌ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ୫ ମିନିଟ୍‌ ପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହଷ୍ଟେଲ କୋଠାରେ ବିମାନଟି ଖସିପଡ଼ିବାବେଳେ ଘଟିଥିବା ବିସ୍ଫୋରଣର ସେହି ୩୨ ସେକେଣ୍ଡର ଭୟଙ୍କର ଦୃଶ୍ୟ ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି। ବିମାନଟି ଛାରଖାର ହୋଇଯାଇଥିବାବେଳେ ଯାଇଛି ପ୍ରାୟ ୨୬୫ ଜୀବନ।

ଅହମଦାବାଦରୁ ବାହାରିଥିବା ଏୟାର ଇଣ୍ଡିଆ ବିମାନ ଲଣ୍ଡନ ପର୍ଯ୍ୟନ୍ତ ଦୀର୍ଘ ଦୂରତା ଯିବାକୁ ଥିବାରୁ ସେଥିରେ ଇନ୍ଧନ ଭରି ରହିଥିଲା। ତେବେ ଏହା ଉଡ଼ାଣ କରିବା ପରେ ୮୨୫ ଫୁଟ୍‌ରୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ଉଠିପାରି ନ ଥିଲା। ବିପଦର ସମ୍ମୁଖୀନ ହୋଇଥିବା ନେଇ ପାଇଲଟ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରଙ୍କ ନିକଟକୁ କଲ୍‌ କରିଥିଲେ। ତେବେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରରୁ ବାରମ୍ବାର କଲ୍‌ ସତ୍ତ୍ୱେ କୌଣସି ଜବାବ ମିଳି ନ ଥିଲା। ବିମାନର ଭଗ୍ନାବଶେଷ ହଷ୍ଟେଲ ଡାଇନିଂ ହଲ୍‌ର କାନ୍ଥ ଭେଦ କରି ଲାଖି ରହିଥିବା ଦେଖାଯାଇଛି। ସେତେବେଳେ ହଷ୍ଟେଲ ଟେବୁଲରେ କେତେକ ପ୍ଲେଟ୍‌ରେ ଖାଦ୍ୟ ପରଷା ଯାଇଥିବା ଭିଡିଓରୁ ଦେଖିବାକୁ ମିଳିଛି।
ଅହମଦାବାଦରୁ ଲଣ୍ଡନର ଗାଟଓ୍ବିକ୍‌ ଯାଉଥିବା ବିମାନ ନମ୍ବର ଏଆଇ୧୭୧ରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡୀୟ ଏବଂ ୭ ଜଣ ପର୍ତ୍ତୁଗାଲ ନାଗରିକ ଥିଲେ। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କର ଦୁର୍ଘଟଣାରେ ପରଲୋକ ହୋଇଛି। ସେ ଏୟାର ଇଣ୍ଡିଆ ବିମାନରେ ଲଣ୍ଡନ ଯାଉଥିଲେ। ଜରୁରୀ ସେବା କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲାବେଳେ ଆହତମାନଙ୍କୁ ହସ୍ପିଟାଲ ନେବା ଲାଗି ୨ ଡଜନରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ଅହମଦାବାଦ ଏୟାରପୋର୍ଟକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ବ୍ରିଟେନ୍‌ ପ୍ରତିପକ୍ଷ କେଇର ଷ୍ଟାର୍ମରଙ୍କ ସମେତ ବହୁ ବିଶ୍ୱନେତା ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଏହା ଅତ୍ୟନ୍ତ ହୃଦୟ ବିଦାରକ ଦୁଃଖ, ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ସେ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଅହମଦାବାଦ ଯାଇ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ହସ୍ପିଟାଲ ଯାଇ ଆହତମାନଙ୍କୁ ଭେଟିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମର କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ଭୟାବହ ଥିବା ଫଟୋରୁ ସ୍ପଷ୍ଟ ହେଉଛି। ବିମାନ ଯାତ୍ରୀମାନଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ଭାରତରେ ଥିବା ବ୍ରିଟିଶ ହାଇକମିଶନର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବା ସହ ଦୁର୍ଘଟଣାର ତଥ୍ୟ ଜାଣିବା ଓ ସହାୟତା ପ୍ରଦାନ ଦିଗରେ ଉଦ୍ୟମ ଚଳାଇଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ ପାଇଁ ଯାତ୍ରୀ ହେଲ୍ପଲାଇନ ନମ୍ବର ୧୮୦୦ ୫୬୯୧ ୪୪୪ ଜାରି କରାଯାଇଛି। ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ବିବୃତି ଅନୁଯାୟୀ, ବିମାନ ଚଳାଉଥିବା ପାଇଲଟ କ୍ୟାପ୍‌ଟେନ ସୁମିତ ସଭରଓ୍ବାଲଙ୍କର ୮,୨୦୦ ଘଣ୍ଟାର ଅଭିଜ୍ଞତା ଥିବାବେଳେ ଫାଷ୍ଟ ଅଫିସର କ୍ଲିଭ୍‌ କୁନ୍ଦରଙ୍କର ୧,୧୦୦ ଘଣ୍ଟାର ଅଭିଜ୍ଞତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?