ଅଗଷ୍ଟ ୯ରୁ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ’

ଭୁବନେଶ୍ୱର୪।୮(ଅନିଲ ଦାସ): ଭାଜପା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ଚାଷୀ ସମାବେଶ କରି ‘ଧନ୍ୟବାଦ ପ୍ରଧାନମନ୍ତ୍ରୀ ଓ ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମ କରିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀମାନଙ୍କୁ ଅବଗତ କରାଯିବ। ଆସନ୍ତା ଅଗଷ୍ଟ ୯ ‘କ୍ରାନ୍ତି ଦିବସରେ’ ଭୁବନେଶ୍ୱରଠାରେ ଓଡ଼ିଶାର ୨ ଶହ ଚାଷୀନେତାଙ୍କୁ ନେଇ ଦଳ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ’ କରିବ। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ ଓ ଜିଲା ସଭାପତିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୪ ନିର୍ବାଚନରେ ଭାଜପା ବହୁମତ ପାଇ ରାଜ୍ୟରେ ସରକାର ଗଠନ କରିବାର ମାସେ ମଧ୍ୟରେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା କରିବା ସହ ରାଜ୍ୟର ୫୮ଟି ସବ୍‌ ଡିଭିଜନ୍‌ରେ ଶୀତଳଭଣ୍ଡାର ନିର୍ମାଣ କରିବା, ସହରାଞ୍ଚଳ ଚାଷୀଙ୍କୁ ପିଏମ୍‌ କିଷାନ ନିଧି ଯୋଜନାରେ ସାମିଲ କରିବା ସହ ରାଜ୍ୟର ୬ ଲକ୍ଷ ଚାଷୀଙ୍କୁ ଏଥିରେ ସାମିଲ କରିବା, ସମସ୍ତ ଚାଷ ଜମିକୁ ଉଠା ଜଳସେଚନ ଦ୍ୱାରା ଜଳସେଚିତ କରାଯିବା ନିଷ୍ପତ୍ତିକୁ ବୈଠକରେ ସ୍ବାଗତ କରାଯାଇଛି। ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃଷକ ମୋର୍ଚ୍ଚା ଧନ୍ୟବାଦ ଜଣାଇଛି।
ବୈଠକରେ ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ହଳପାଣି ମାଝୀ,ପୁଲିନ୍‌ ପ୍ରକାଶ ପୁହାଣ, ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ସମ୍ପାଦକ ସର୍ବଶ୍ରୀ ମନୋଜ କୁମାର ସାହୁ, ଅଶୋକ କୁମାର ରଥ, ପରାଉ ହେମ୍ବ୍ରମ, ବିକ୍ରମ କେଶରୀ ରାଉତରାୟ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା କେନ୍ଦ୍ର ସରକାରଙ୍କ ଆଇଆର୍‌ସି ମହିଳା ନିର୍ଦ୍ଦେଶିକା ମନୀଷା ଚିନ୍ମୟୀ ବେହେରା, ରାଜ୍ୟ ସଂଯୋଜିକା ଜୟଲକ୍ଷ୍ମୀ ମହାନ୍ତି, ରାଜ୍ୟ ସଂଯୋଜକ ମଧୁସୂଦନ ଶର୍ମା, ଅବନେଶ୍ୱର ପ୍ରଧାନଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri