Posted inଜାତୀୟ

୨୦୪୦ ଯାଏ ବଢ଼ିବ ଭାରତର କର୍ମଜୀବୀ ଜନସଂଖ୍ୟା, ପ୍ରକାଶ ପାଇଲା ରିପୋର୍ଟ

ମାନିଲା, ୪।୮: ଆସନ୍ତା ୨୦୪୦ ଯାଏ ଭାରତର କର୍ମଜୀବୀ ଜନସଂଖ୍ୟାରେ ବୃଦ୍ଧି ଘଟିବ। ସେହିପରି ୨୦୫୦ ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଜୀବୀ ଜନସଂଖ୍ୟା ରହିଥିବ ବୋଲି ସଦ୍ୟ ପ୍ରକାଶିତ ଏସିଆନ୍‌ ଡେଭଲପ୍‌ମେଣ୍ଟାଲ ବ୍ୟାଙ୍କ(ଏଡିବି) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୧ ଜନଗଣନା ଅନୁଯାୟୀ, ଭାରତର ସମୁଦାୟ ଜନସଂଖ୍ୟାର ୬୦%ରୁ ଅଧିକ କର୍ମଜୀବୀ ଜନସଂଖ୍ୟା ରହିଛନ୍ତି। ୨୦୩୧ ଯାଏ ଦେଶର କର୍ମଜୀବୀ ଜନସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବ। ୨୦୩୧ ବେଳକୁ ଭାରତର ୬୫.୧% ଜନସଂଖ୍ୟା କର୍ମଜୀବୀ ହୋଇଥିବେ ବୋଲି ଏହି ରିପୋର୍ଟ ଅନୁମାନ କରିଛି। ତେବେ ୨୦୩୬ ବେଳକୁ ଏହି ସଂଖ୍ୟା ସାମାନ୍ୟ ହ୍ରାସ ଘଟି ୬୪.୯%ରେ ପହଞ୍ଚିବ। ଅନ୍ୟପକ୍ଷରେ ଚାଇନା ଓ ଜାପାନର କର୍ମଜୀବୀ ଜନସଂଖ୍ୟା ସମ୍ପ୍ରତି ହ୍ରାସ ପାଇବାରେ ଲାଗଛି। ଆଗାମୀ ବର୍ଷଗୁଡ଼ିକରେ ଉଭୟ ଦେଶର କର୍ମଜୀବୀ ଜନସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଏଡିବି ରିପୋର୍ଟ ପ୍ରକାଶ କରିଛି।

ତେବେ ମିଳିତ ଜାତିସଂଘ(ୟୁଏନ୍‌)ର ସଦ୍ୟ ତଥ୍ୟ ଅନୁଯାୟୀ, ଅଧିକାଂଶ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ସେମାନଙ୍କ ଜନସଂଖ୍ୟାର ଶିଖରକୁ ଅତିକ୍ରମ କରିସାରିଛନ୍ତି। ଆସନ୍ତା ବର୍ଷଗୁଡ଼ିକରେ ଏ ସମସ୍ତ ଦେଶର କର୍ମଜୀବୀ ଜନସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ତେଣୁ ଆଗାମୀ ୨ରୁ ୩ ଦଶନ୍ଧି ନିମନ୍ତେ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକର ଶ୍ରମଶକ୍ତିରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି, ସାମାଜିକ ଓ ଅର୍ଥନୈତିକ ସ୍ତରରେ ପ୍ରତିଭାବାନ୍‌ ଛାତ୍ରୀଛାତ୍ରଙ୍କୁ ଅଧିକ ସଂଖ୍ୟାରେ ଉଚ୍ଚଶିକ୍ଷା ପଢ଼ାଇବା ଆଦି ଅନେକ କ୍ଷେତ୍ରରେ ଫୋକସ୍‌ କରିବାକୁ ପଡ଼ିବ ବୋଲି ଏଡିବି ରିପୋର୍ଟରେ ପ୍ରକାଶ ପାଇଛି।

ସେହିପରି ସକ୍ରିୟ ଆଞ୍ଚଳିକ ସ୍ଥାନାନ୍ତରଣ ନୀତି ଓ ମାନବ ପୁଞ୍ଜି ବିନିଯୋଗ ଆଦି ମାଧ୍ୟମରେ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କର୍ମଜୀବୀ ଜନସଂଖ୍ୟାର ଅଭାବକୁ ସଫଳତାର ସହ ପରିଚାଳନା କରାଯାଇପାରିବ। ଉକ୍ତ ଦେଶଗୁଡ଼ିକର ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବା ଓ ଶ୍ରମ ଅସନ୍ତୁଳନକୁ ସମାଧାନ କରିବା ଆଦି ପାଇଁ ଶ୍ରମ ଗତିଶୀଳତା ଏବଂ ଆଞ୍ଚଳିକ ସହଯୋଗର ଆବଶ୍ୟକତା ରହିଛି ବୋଲି ଏଡିବି ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri