ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍‌ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା

ହାଇଦ୍ରାବାଦ,୨୬।୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ବସିଛନ୍ତି। ଏହି କ୍ରମରେ ଏବେ ଜଣେ ଦକ୍ଷିଣ ଭାରତର ଯୁବ ଅଭିନେତା ରାଜନୀତିକୁ ଆସିବାର ସଙ୍କେତ ଦେଇଛନ୍ତି। ସେ ହେଲେ ବିଜୟ ଥଲାପତି।

ଖୁବ୍‌ଶୀଘ୍ର ବିଜୟ କମଲ ହାସନ ଏବଂ ରଜନୀକାନ୍ତଙ୍କ ଆଦି କଳାକାରଙ୍କ ଭଳି ରାଜନୀତିରେ ପାଦ ରଖିପାରନ୍ତି। ତାଙ୍କ ଫ୍ୟାନ୍‌ କ୍ଲବ ଜେନେରାଲ କାଉନସିଲ୍‌ ବିଜୟ ମକ୍କାଲ୍‌ ଇୟାକ୍କମ୍‌ ଏନେଇ ସ୍ପଷ୍ଟ କରିଛନ୍ତି। ଲୋକ ସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ଏନେଇ ନିଷ୍ପତ୍ତି ନେଇପାରନ୍ତି। ଏହାକୁ ନେଇ ଗୁରୁବାର ଏକ ବୈଠକ ବସିଥିଲା। ଏହାପରେ ଅଭିନେତାଙ୍କୁ ନିଜର ଦଳ ପଞ୍ଜିକୃତ କରିବାର ସ୍ବୀକୃତି ମିଳିଛି।

କହିରଖୁଛୁ, ଦକ୍ଷିଣ ଭାରତରେ ବିଜୟଙ୍କ ପ୍ରଶଂସକ ସଂଖ୍ୟା ଢ଼େର ଅଧିକ। ଏଥିସହ ସେ ସମାଜସେବା କାମ ମଧ୍ୟ କରିଆସୁଛନ୍ତି। ଏଣୁ ତାଙ୍କୁ ନେଇ ଲୋକଙ୍କ ମନରେ ଭଲପାଇବା ରହିଛି। ରାଜନୀତିକୁ ସେ ଆସିବା ପରେ ଏହାର ଲାଭ ମିଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ୨୦୧୮ରେ ଥୁଥୁକ୍କୁଡ଼ି ପୋଲିସ ଫାୟାରିଂ ପରେ ରାଜନୀତିରେ ତାଙ୍କର ଯୋଗଦାନ ବଢ଼ିଥିଲା। ଏଣୁ ସେ ୨୦୨୬ ଆଡ଼କୁ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଆଶା କରାଯାଉଥିଲା। ହେଲେ ତା’ ପୂର୍ବରୁ ସେ ରାଜନୀତିରେ ପାଦ ରଖିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri