ରଜନିକାନ୍ତଙ୍କୁ ପଛରେ ପକାଇଲେ ଥାଲାପଥି ବିଜୟ

ଚେନ୍ନାଇ,୨୨।୧: ତାମିଲ ଫିଲ୍ମ ‘ମାଷ୍ଟର’ ପ୍ରଥମ ସପ୍ତାହରେ ହିଁ ବକ୍ସ ଅଫିସରେ ରେକର୍ଡ ବ୍ରେକିଂ ଆୟ କରିଛି। ଥାଲାପଥି ବିଜୟଙ୍କ ଏହି ଫିଲ୍ମ ତାମିଲ ନାଡୁରେ ଆୟ କରିଛି ୧୦୦ କୋଟି ଟଙ୍କା। ଡ୍ରାମା, ଥ୍ରିଲର ଓ ଆକ୍ସନ ଭିତ୍ତିକ ଫିଲ୍ମ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସଫଳ ସାବ୍ୟସ୍ତ ହୋଇଛି। ଏଥିସହ ନିର୍ଦ୍ଦେଶକ ଲୋକେଶ କାନାଗାରଞ୍ଜ-ବିଜୟଙ୍କ ଏହା ଚତୁର୍ଥ ଫିଲ୍ମ, ଯାହା କେବଳ ତାମିଲ ନାଡୁରେ ୧୦୦ କୋଟି ଟଙ୍କା ଆୟ କରିଛି।

ପୂର୍ବରୁ ବିଜୟଙ୍କ ଅଭିନିତ ଫିଲ୍ମ ବିଗିଲ, ମାର୍ସାଲ ଓ ସରକାର ରାଜ୍ୟରେ ହିଁ ୧୦୦ କୋଟି ଆୟ କରିବାର ମାଇଲଷ୍ଟୋନ ଛୁଇଁଥିଲା। ଏହି ତାଲିକାରେ ସ୍ଥାନ ପାଇଛି ସୁପରଷ୍ଟାର ରଜନିକାନ୍ତ ଓ ଅଜିଥଙ୍କ ଗୋଟିଏ ଲେଖାଏ ଫିଲ୍ମ। ବିଜୟଙ୍କ ସମସ୍ତ ଫିଲ୍ମ ତାମିଲ ନାଡୁ ବକ୍ସ ଅଫିସରେ ମୋଟ ୫୫୦ କୋଟି ଟଙ୍କା ଆୟ କରିଛି। ଏହି ଧାରାରେ ତାଙ୍କ ପଛକୁ ରହିଛନ୍ତିି ରଜନୀକାନ୍ତ (୪୨୦ କୋଟି ) ଓ ଅଜିଥ (୩୭୦ କୋଟି)।

Share