Categories: ଖେଳ

ପାନ୍ଥର୍ସ ବିପକ୍ଷରେ ଥାଲାଇଭାସ୍‌ ବିଜୟୀ

ବେଙ୍ଗାଲୁରୁ,୨୯ା୧୦: ପ୍ରୋ କବାଡି ଲିଗ୍‌ରେ ଶୁକ୍ରବାର ଜୟପୁର ପିଙ୍କ ପାନ୍ଥର୍ସକୁ ପରାସ୍ତ କରିଛି ତାମିଲ ଥାଲାଇଭାସ୍‌। ରେଡର୍‌ ନରେନ୍ଦରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ୩୮-୨୭ରେ ମ୍ୟାଚକୁ ଜିତି ନେଇଛି ଥାଲାଇଭାସ୍‌। ଏହା ସହିତ ଚଳିତ ଟୁର୍ନାମେଣ୍ଟରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି ଦଳ। ଥାଲାଇଭାସ୍‌ ପକ୍ଷରୁ ରେଡର୍‌ ନରେନ୍ଦର ଏକାକୀ ୧୩ ପଏଣ୍ଟ ସ୍କୋର କରି ମ୍ୟାଚର ହିରୋ ରହିଥିଲେ। ଅନ୍ୟତମ ରେଡର ଅଜିଙ୍କ୍ୟ ପଓ୍ବାର ମଧ୍ୟ ୬ ପଏଣ୍ଟ ସ୍କୋର କରିଥିଲେ। ପାନ୍ଥର୍ସ ପକ୍ଷରୁ ଅର୍ଜୁନ୍‌ ଦେଶଓ୍ବାଲ ସର୍ବାଧିକ ୯ ପଏଣ୍ଟ ସ୍କୋର କରିଥିବା ବେଳେ ଭବାନୀ ରାଜପୁତ ୪ ଓ ଷ୍ଟାର ରେଡର ରାହୁଲ ଚୌଧୁରୀ ଫେଲ ମାରିଥିଲେ। ପରାଜୟ ସହିତ ୮ ମ୍ୟାଚରୁ ୨୬ ପଏଣ୍ଟ ପାଇ ଜୟପୁର ପିଙ୍କ ପାନ୍ଥର୍ସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଥାଲାଇଭାସ୍‌ ଦଶମ ସ୍ଥାନରେ ରହିଛି।

Share