Categories: ଖେଳ

ସେମିରେ ସାତ୍ୱିକ-ଅଶ୍ୱିନୀ

ବ୍ୟାଙ୍କକ୍‌,୨୨।୧: ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମିକ୍ସଡ୍‌ ଡବଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛି ଭାରତର ସାତ୍ୱିସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ସମୀର ବର୍ମାଙ୍କୁ ଇଭେଣ୍ଟରୁ ବିଦାୟ ନେବାକୁ ପଡ଼ିଛି।

ଅଣ ସିଡ୍‌ ଯୋଡ଼ି ସାତ୍ୱିକ ଓ ଅଶ୍ୱିନୀ ବିଶ୍ୱର ୬ଷ୍ଠ ର଼୍ୟାଙ୍କଧାରୀ ମାଲେସିଆର ପେଙ୍ଗ ସୁନ ଚାନ ଓ ଲିଉ ୟିଙ୍ଗ ଗୋଙ୍କୁ ୧୮-୨୧, ୨୪-୨୨,୨୨-୨୦ ଗେମ୍‌ରେ ପରାସ୍ତ କରିଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌କୁ ଜିତିବାକୁ ଭାରତୀୟ ଯୋଡ଼ିକୁ ଲାଗିଥିଲା ଏକ ଘଣ୍ଟା ୧୫ ମିନିଟ୍‌। ବିଶ୍ୱ ମାନ୍ୟତାର ୨୨ତମ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ପରବର୍ତ୍ତୀ ମୁକାବିଲାରେ ଟପ୍‌ ସିଡ୍‌ ଥାଇଲାଣ୍ଡ ଖେଳାଳି ଡେକାପୋଲ ପୁଭାରାନୁକ୍ରୋ ଓ ସାପସିରି ତାରେତାନାଚାଇଙ୍କୁ ଭେଟିବେ। ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ତିଷ୍ଠି ଥିବା ଏକମାତ୍ର ଭାରତୀୟ ପୁରୁଷ ଖେଳାଳି ସମୀର ୧୩-୨୧, ୨୧-୧୯, ୨୦-୨୨ ବ୍ୟବଧାନରେ ବିଶ୍ୱର ୩ନଂ ଖେଳାଳି ଆଣ୍ଡ୍ରେସ ଆଣ୍ଟୋସେନଙ୍କଠାରୁ ପରାସ୍ତ ହୋଇଥିଲେ।

Share