ଦେହରକ୍ଷୀଙ୍କୁ ବିବାହ କଲେ ଥାଇଲାଣ୍ଡ ରାଜା

ବ୍ୟାଙ୍ଗକକ୍‌,୨।୫: ରାଜ୍ୟାଭିଷେକର ଗୋଟିଏ ଦିନ ପୂର୍ବରୁ ଥାଇଲାଣ୍ଡ ରାଜା ମାହା ବାଜିରାଲଙ୍ଗକର୍ନ ବୁଧବାର ତାଙ୍କ ଉପମୁଖ୍ୟ ଦେହରକ୍ଷୀଙ୍କୁ ବିବାହ କରିଛନ୍ତି। ଏହାପରେ ତାଙ୍କୁ ସେ କୁଇନ୍‌ ସୁଥିଦା ଆଖ୍ୟା ଦେଇଛନ୍ତି। ରୟାଲ ଗେଜେଟରେ ଏହି ଆଶ୍ଚର୍ଯ୍ୟ କରିବା ଭଳି ଖବର ଆସିବା ପରେ ରାଜାଙ୍କର ଏହି ବିବାହ ସମସ୍ତ ଥାଇ ଚ୍ୟାନେଲରେ ପ୍ରସାରଣ କରାଯାଇଥିଲା। ସୂଚନାଯୋଗ୍ୟ, ୭୦ ବର୍ଷର ଶାସନ ପରେ ବାଜିରାଲଙ୍ଗକର୍ନ ପିତା ରାଜା ଭୂମିବୋଲ ଅଦୁଲ୍ୟାଦେଜଙ୍କ ୨୦୧୬ରେ ମୃତ୍ୟୁ ପରେ ବାଜିରାଲଙ୍ଗକର୍ନଙ୍କୁ ସାମ୍ବିଧାନିକ ଭାବେ ଉକ୍ତ ଆସନରେ ଅଧିଷ୍ଠିତ କରାଯାଇଥିଲା। ୬୬ ବର୍ଷୀୟ ବାଜିରାଲଙ୍ଗକର୍ନ କିଙ୍ଗ ରାମା ଏକ୍ସ ନାମରେ ମଧ୍ୟ ପରିଚିତ।

Share