ସେନା ବିରୋଧୀ ଦଳକୁ ମିଳିଲା ବହୁ ଆସନ, ଏହାପରେ ବି ଶାସନ କ୍ଷମତା ରହିବ ସେନା ହାତରେ

ବ୍ୟାଙ୍କକ,୧୫।୫: ଥାଇଲାଣ୍ଡରେ ହୋଇଥିବା ସାଧାରଣ ନିର୍ବାଚନରେ ସେନା ଶାସନ ବିରୋଧୀ ଦଳଙ୍କୁ ବହୁ ଆସନ ମିଳୁଛି। ଏହାପରେ ଅନୁମାନ କରାଯାଉଛି କି ଥାଇଲାଣ୍ଡରେ ପ୍ରାୟ ଗୋଟିଏ ଦଶକ ହେବ ଶାସନ କ୍ଷମତାରେ ଥିବା ସେନା ସମର୍ଥିତ ସରକାର ବିଦାୟ ନେଇପାରନ୍ତି। ଏବେ ପର୍ଯ୍ୟନ୍ତ ୯୯ ପ୍ରତିଶତ ଭୋଟିଂର ଗଣତିରେ ବିରୋଧୀ ଦଳ ମୁଭ ଫରଓ୍ବାର୍ଡ ପାର୍ଟି ଓ ପପୁଲିଷ୍ଟ ଫେୟୁ ଥାଇ ପାର୍ଟି ବହୁ ସଂଖ୍ୟାରେ ବିଜୟୀ ହୋଇଛନ୍ତି। ହେଲେ ଏବେବି ବିରୋଧୀ ଦଳଙ୍କ ସରକାର ଗଠନ ହେବ କି ନା ତାହା ସ୍ପଷ୍ଟ ହୋଇନାହିଁ। କାରଣ ଶାସନ କ୍ଷମତା ଏବେବି ସେନା ନିକଟରେ ରହିଛି।

Share