ବାସୁଦେବପୁର ମାଟିରେ ଥାଇ ଆପଲ ବେର୍‌

ପଦ୍ମପୁର,୩।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମର କେନାଲ କୂଳରେ ଅଧଏକର ଜମିରେ ହୋଇଛି ବଗିଚା। ଚାରିପଟେ ନିବୁଜ ବାଡ଼ ସାଙ୍ଗକୁ ପକ୍ଷୀ କବଳରୁ ଫସଲକୁ ରକ୍ଷା କରିବା ପାଇଁ ଜାଲ ଘେରାଯାଇଛି। ଲାଲ ଟହ ଟହ, ଛୋଟ ଛୋଟ ସେଓ ଭଳି ଫଳ ଭୂମି ଉପରେ ଗଡୁଛି। ଥାଇ କଶ୍ମୀର ଆପଲ ବେର୍‌ ଭଳି ପ୍ରଜାତିର ୨ ଶହରୁ ଊର୍ଦ୍ଧ୍ୱ ଗଛରେ ଫଳିଛି ଭଳିକି ଭଳି ଫଳ। ଏହି ଫଳର ସ୍ବାଦ ଖୁବ୍‌ ମିଠା ଓ ନିଆରା। ବଜାରରେ କିଲୋ ପ୍ରତି ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଫଳର ଭଲ ଚାହିଦା ମଧ୍ୟ ରହିଛି। ଏହି ଚାଷ କରି ସଫଳ ହୋଇଛନ୍ତି ତୁଳମତୁଳା ଗ୍ରାମର ଉଚ୍ଚଶିକ୍ଷିତ ଉପେନ୍ଦ୍ର ବିଶ୍ୱାଳ (୪୯)। ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ବାସୁଦେବପୁର ମାଟିରେ ଥାଇ ଆପଲ ବେର୍‌ ଫଳାଇ ପାରିଛନ୍ତି।
୧୯୯୭ରେ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ କଲେଜରେ ଅଧ୍ୟାପକ ଚାକିରି ପାଇଁ ସୁଯୋଗ ମିଳିଥିଲା। ହେଲେ ସ୍ବାଧୀନ ଭାବେ କିଛି ନିଆରା କରିବା ଲାଗି ଇଚ୍ଛା ରଖିଥିବା ଉପେନ୍ଦ୍ର ଚାକିରି ନ କରି ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରିଥିଲେ। ପ୍ରଥମେ ୨୦୦୫ରେ ଏକ ଟ୍ରଷ୍ଟର ୭ ଏକର ଜମି ଲିଜ୍‌ ସୂତ୍ରରେ ନେଇ ମାଛ, ଗୋପାଳନ, ପନିପରିବା, କୁକୁଡ଼ା ଚାଷ ଆରମ୍ଭ କରି ସଫଳତା ପାଇଥିଲେ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଆଳୁ, କୋବି, କଲରା, ଅମୃତଭଣ୍ଡା, ଲଙ୍କା, କଦଳୀ, ପିଜୁଳି ଚାଷ କରି ସମଗ୍ର ଅଞ୍ଚଳ ପାଇଁ ସେ ଉଦାହରଣ ପାଲଟିଥିଲେ। ଚାଷ ପ୍ରତି ଆଗ୍ରହ ଥିବା ଦେଖି ସ୍ତ୍ରୀ ପ୍ରଜ୍ଞା ୟୁଟ୍ୟୁବ୍‌ରୁ ଥାଇ ଆପଲ ବେର୍‌ ବିଷୟରେ ତାଙ୍କୁ କହିଥିଲେ। ଏହାପରେ ଉପେନ୍ଦ୍ର ପଶ୍ଚିମବଙ୍ଗରୁ ୨ ଶହ ଚାରା ଆଣି ୨୦୨୧ ଏପ୍ରିଲରେ ୧୦ ଗୁଣ୍ଠ ଜମିରେ ରୋପଣ କରିଥିଲେ। ଦୁଇଶହ ଗଛରେ ଏବେ ପାଖାପାଖି ଏକ ଟନ୍‌ରୁ ଊର୍ଦ୍ଧ୍ୱ ଫଳ ଫଳିଛି, ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ। ତାଙ୍କ ବଗିଚା ଦେଖିବା ସହ ଆପଲ ବେର୍‌ କିଣିବା ପାଇଁ ପ୍ରତ୍ୟହ ଜିଲାର ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ଼ ଜମୁଛି। ଏହି ଫଳ ଗଛର ବିଶେଷ ଗୁଣ ମଧ୍ୟ ରହିଛି। ଠିକ୍‌ ଭାବେ ଯତ୍ନ ନେଲେ ପ୍ରତିବର୍ଷ ଏହା ଅଧିକ ଉତ୍ପାଦନ ଦେଇଥାଏ। ସ୍ବତନ୍ତ୍ର ଭାବେ ଏହି ଗଛର କଟିଂ କରାଯାଇ ଡ୍ରିପିଂ ସିଷ୍ଟମରେ ଜଳସେଚନ ସହ ଚାଷ ପାଇଁ ସମ୍ପୂର୍ଣ୍ଣ ଜୈବିକ ଖତ ଓ କୀଟନାଶକ ବ୍ୟବହାର କରାଯାଉଛି। ଉପେନ୍ଦ୍ରଙ୍କର ଏହି ବଗିଚା ଦେଖି ସାରିବା ପରେ ସ୍ଥାନୀୟ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଚାଷର ଉନ୍ନତୀକରଣ ନିମନ୍ତେ ସହାୟକ ଉପକରଣ ଏବଂ ଆର୍ଥିକ ସହାୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦିଆଯାଇଛି। ତାଙ୍କ ଫାର୍ମରେ କାମ କରି ୪ରୁ ୫ ପରିବାର ପ୍ରତିପୋଷଣ ହେଉଛନ୍ତି। ଉଚ୍ଚଶିକ୍ଷା ଲାଭ କରି କେବଳ ଚାକିରି ପଛରେ ନ ଗୋଡ଼ାଇ ନିଜେ କିଛି କରିବା ସହ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇ ସ୍ବାବଲମ୍ବୀ କରିବାର ଆତ୍ମସନ୍ତୋଷ ଅଲଗା ବୋଲି ଉପେନ୍ଦ୍ର କହିଛନ୍ତି।

କାଳୀପଦ ରାୟ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri