ବାସୁଦେବପୁର ମାଟିରେ ଥାଇ ଆପଲ ବେର୍‌

ପଦ୍ମପୁର,୩।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମର କେନାଲ କୂଳରେ ଅଧଏକର ଜମିରେ ହୋଇଛି ବଗିଚା। ଚାରିପଟେ ନିବୁଜ ବାଡ଼ ସାଙ୍ଗକୁ ପକ୍ଷୀ କବଳରୁ ଫସଲକୁ ରକ୍ଷା କରିବା ପାଇଁ ଜାଲ ଘେରାଯାଇଛି। ଲାଲ ଟହ ଟହ, ଛୋଟ ଛୋଟ ସେଓ ଭଳି ଫଳ ଭୂମି ଉପରେ ଗଡୁଛି। ଥାଇ କଶ୍ମୀର ଆପଲ ବେର୍‌ ଭଳି ପ୍ରଜାତିର ୨ ଶହରୁ ଊର୍ଦ୍ଧ୍ୱ ଗଛରେ ଫଳିଛି ଭଳିକି ଭଳି ଫଳ। ଏହି ଫଳର ସ୍ବାଦ ଖୁବ୍‌ ମିଠା ଓ ନିଆରା। ବଜାରରେ କିଲୋ ପ୍ରତି ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଫଳର ଭଲ ଚାହିଦା ମଧ୍ୟ ରହିଛି। ଏହି ଚାଷ କରି ସଫଳ ହୋଇଛନ୍ତି ତୁଳମତୁଳା ଗ୍ରାମର ଉଚ୍ଚଶିକ୍ଷିତ ଉପେନ୍ଦ୍ର ବିଶ୍ୱାଳ (୪୯)। ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ବାସୁଦେବପୁର ମାଟିରେ ଥାଇ ଆପଲ ବେର୍‌ ଫଳାଇ ପାରିଛନ୍ତି।
୧୯୯୭ରେ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ କଲେଜରେ ଅଧ୍ୟାପକ ଚାକିରି ପାଇଁ ସୁଯୋଗ ମିଳିଥିଲା। ହେଲେ ସ୍ବାଧୀନ ଭାବେ କିଛି ନିଆରା କରିବା ଲାଗି ଇଚ୍ଛା ରଖିଥିବା ଉପେନ୍ଦ୍ର ଚାକିରି ନ କରି ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରିଥିଲେ। ପ୍ରଥମେ ୨୦୦୫ରେ ଏକ ଟ୍ରଷ୍ଟର ୭ ଏକର ଜମି ଲିଜ୍‌ ସୂତ୍ରରେ ନେଇ ମାଛ, ଗୋପାଳନ, ପନିପରିବା, କୁକୁଡ଼ା ଚାଷ ଆରମ୍ଭ କରି ସଫଳତା ପାଇଥିଲେ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଆଳୁ, କୋବି, କଲରା, ଅମୃତଭଣ୍ଡା, ଲଙ୍କା, କଦଳୀ, ପିଜୁଳି ଚାଷ କରି ସମଗ୍ର ଅଞ୍ଚଳ ପାଇଁ ସେ ଉଦାହରଣ ପାଲଟିଥିଲେ। ଚାଷ ପ୍ରତି ଆଗ୍ରହ ଥିବା ଦେଖି ସ୍ତ୍ରୀ ପ୍ରଜ୍ଞା ୟୁଟ୍ୟୁବ୍‌ରୁ ଥାଇ ଆପଲ ବେର୍‌ ବିଷୟରେ ତାଙ୍କୁ କହିଥିଲେ। ଏହାପରେ ଉପେନ୍ଦ୍ର ପଶ୍ଚିମବଙ୍ଗରୁ ୨ ଶହ ଚାରା ଆଣି ୨୦୨୧ ଏପ୍ରିଲରେ ୧୦ ଗୁଣ୍ଠ ଜମିରେ ରୋପଣ କରିଥିଲେ। ଦୁଇଶହ ଗଛରେ ଏବେ ପାଖାପାଖି ଏକ ଟନ୍‌ରୁ ଊର୍ଦ୍ଧ୍ୱ ଫଳ ଫଳିଛି, ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ। ତାଙ୍କ ବଗିଚା ଦେଖିବା ସହ ଆପଲ ବେର୍‌ କିଣିବା ପାଇଁ ପ୍ରତ୍ୟହ ଜିଲାର ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ଼ ଜମୁଛି। ଏହି ଫଳ ଗଛର ବିଶେଷ ଗୁଣ ମଧ୍ୟ ରହିଛି। ଠିକ୍‌ ଭାବେ ଯତ୍ନ ନେଲେ ପ୍ରତିବର୍ଷ ଏହା ଅଧିକ ଉତ୍ପାଦନ ଦେଇଥାଏ। ସ୍ବତନ୍ତ୍ର ଭାବେ ଏହି ଗଛର କଟିଂ କରାଯାଇ ଡ୍ରିପିଂ ସିଷ୍ଟମରେ ଜଳସେଚନ ସହ ଚାଷ ପାଇଁ ସମ୍ପୂର୍ଣ୍ଣ ଜୈବିକ ଖତ ଓ କୀଟନାଶକ ବ୍ୟବହାର କରାଯାଉଛି। ଉପେନ୍ଦ୍ରଙ୍କର ଏହି ବଗିଚା ଦେଖି ସାରିବା ପରେ ସ୍ଥାନୀୟ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଚାଷର ଉନ୍ନତୀକରଣ ନିମନ୍ତେ ସହାୟକ ଉପକରଣ ଏବଂ ଆର୍ଥିକ ସହାୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦିଆଯାଇଛି। ତାଙ୍କ ଫାର୍ମରେ କାମ କରି ୪ରୁ ୫ ପରିବାର ପ୍ରତିପୋଷଣ ହେଉଛନ୍ତି। ଉଚ୍ଚଶିକ୍ଷା ଲାଭ କରି କେବଳ ଚାକିରି ପଛରେ ନ ଗୋଡ଼ାଇ ନିଜେ କିଛି କରିବା ସହ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇ ସ୍ବାବଲମ୍ବୀ କରିବାର ଆତ୍ମସନ୍ତୋଷ ଅଲଗା ବୋଲି ଉପେନ୍ଦ୍ର କହିଛନ୍ତି।

କାଳୀପଦ ରାୟ


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri