ଟେକ୍ସାସ୍‌ରେ ଗୁଳି: ୯ ମୃତ

ହ୍ୟୁଷ୍ଟନ୍‌,୮ା୫: ଆମେରିକାର ଟେକ୍ସାସ୍‌ସ୍ଥିତ ଡୋଲ୍ଲାସ ସହରର ଏକ ବ୍ୟସ୍ତବହୁଳ ମଲ୍‌ରେ ଶନିବାର ଗୁଳିକାଣ୍ଡ ଘଟିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ସେ ମଧ୍ୟ ନିହତ ହୋଇଛନ୍ତି। ଦେଶରେ ଚଳିତ ବର୍ଷ ଘଟିଥିବା ୧୯୮ଟି ଗୁଳିକାଣ୍ଡରେ ପ୍ରାୟ ୧୪,୦୦୦ ଜଣଙ୍କ ଜୀବନ ଗଲାଣି, ଯାହାକି ୨୦୧୬ ପରଠୁ ସର୍ବାଧିକ। ବନ୍ଧୁକ ହିଂସାଜନିତ ଏହି ମୃତ୍ୟୁର ଅର୍ଦ୍ଧାଧିକ ଆମତ୍ହତ୍ୟା ବୋଲି ଗନ୍‌ ଭାଓଲେନ୍ସ ଆର୍କାଇଭ୍‌ ତଥ୍ୟରୁ ପ୍ରଘଟ ହେବା ପରେ ଦେଶରେ ବନ୍ଧୁକ ନିୟନ୍ତ୍ରଣ ଆଇନକୁ ନେଇ ପ୍ରଶ୍ନ ଉଠିଛି।
କେତେଜଣଙ୍କ ପାଖରେ ବନ୍ଧୁକ ରହିଛି ତାହା କହିବା ସହଜ ନୁହେଁ। ତେବେ ଆମେରିକାରେ ଦୁନିଆର ସର୍ବାଧିକ ବନ୍ଧୁକ ମାଲିକ ଅଛନ୍ତି। ଆମେରିକା ସମ୍ବିଧାନର ଦ୍ୱିତୀୟ ସଂଶୋଧନ ସେମାନଙ୍କୁ ବନ୍ଧୁକ ଧାରଣର ସୁରକ୍ଷା ଦେଇଥାଏ। ଆମତ୍ରକ୍ଷା, ଶିକାର ଓ ଅବସର ବିନୋଦନ ପାଇଁ ବନ୍ଧୁକ ବ୍ୟବହାର ସେଠାରେ ସାଧାରଣ କଥା। କିନ୍ତୁ ଏହି ସୁବିଧା ଆମେରିକୀୟଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଉଛି। କାରଣ ଟାର୍ଗେଟ ଶୁଟିଂ ମଧ୍ୟ ବଢ଼ିଚାଲିଛି। ଏହି କ୍ରମରେ ଶନିବାର ସ୍ଥାନୀୟ ସମୟ ଅପରାହ୍ନ ୩ଟା ୩୦ରେ ଡୋଲ୍ଲାସ୍‌ର ଆଲେନ୍‌ ପ୍ରିମିୟମ୍‌ ଆଉଟ୍‌ଲେଟ୍‌ରେ ଏକ ଟାର୍ଗେଟ କିଲିଂ ହୋଇଛି। ଲୋକେ ଉକ୍ତ ଶପିଂ ମଲ୍‌ରେ କିଣାକିଣିରେ ବ୍ୟସ୍ତ ଥିବାବେଳେ ହଠାତ୍‌ ଜଣେ ବନ୍ଧୁକଧାରୀ ସେଠାକୁ ଧସେଇ ପଶିଥିଲେ। ସେ ଗ୍ରାହକମାନଙ୍କୁ ଅବିଚାରିତ ଭାବେ ଗୁଳିମାଡ଼ କରିଥିଲେ। ଗୁଳି ଶବ୍ଦରେ ଆତଙ୍କିତ କେତେଜଣ ଗ୍ରାହକ ଓ ମଲ୍‌ କର୍ମଚାରୀ ପ୍ରାଣ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ତଥାପି ଏହି ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ପୋଲିସ ସହ କିଛି ସମୟର ଗୁଳି ବିନିମୟ ପରେ ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ମଲ୍‌କୁ ୨ ଘଣ୍ଟା ପରେ ବିପଦମୁକ୍ତ ଘୋଷଣା କରିଛି। ଗଭର୍ନର ଗ୍ରେଗ୍‌ ଆବ୍ବୋଟ୍ଟ ଏହି ଶୁଟିଂକୁ ଏକ ‘ଅକଥନୀୟ ଟ୍ରାଜେଡି’ ବୋଲି ଅଭିହିତ କରିଛନ୍ତି। ଗୁଳିକାଣ୍ଡ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଅବଗତ କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

କାହିଁକି ବଢ଼ୁଛି ବନ୍ଧୁକ ହିଂସା

ଗନ୍‌ ଭାଓଲେନ୍ସ ଆର୍କାଇଭ୍‌ ତଥ୍ୟାନୁସାରେ ଗତ ୧ ତାରିଖ ସୁଦ୍ଧା ଆମେରିକାର ୧୩,୯୫୯ ଜଣ ବନ୍ଧୁକ ହିଂସାରେ ପ୍ରାଣ ହରାଇଛନ୍ତି। ଅର୍ଥାତ୍‌ ଗୁଳିମାଡ଼ରେ ଦୈନିକ ୧୧୫ ଜଣଙ୍କ ମୃତ୍ୟୁ ଘଟୁଛି। ଏବର୍ଷର ମୃତକଙ୍କ ମଧ୍ୟରୁ ୪୯୧ ସ୍ବଳ୍ପବୟସ୍କ ହୋଇଥିବାବେଳେ ୮୫ ଜଣ ହେଉଛନ୍ତି ଶିଶୁ। ସେହିପରି ମୋଟ ମୃତ୍ୟୁସଂଖ୍ୟାର ୬୬% ଆମତ୍ହତ୍ୟା। ଟେକ୍ସାସ୍‌, କାଲିଫର୍ନିଆ, ନର୍ଥ କାରୋଲିନା, ଫ୍ଲୋରିଡା, ଜର୍ଜିଆ, ଇଲିନୋଇସ୍‌ ଓ ଲୁଇସିଆନାରେ ସର୍ବାଧିକ ଗୁଳିକାଣ୍ଡ ଦେଖିବାକୁ ମିଳିଛି। ବନ୍ଧୁକ ହିଂସାଜନିତ ହିଂସାରେ ୨୦୧୪ ପରଠୁ ଅଦ୍ୟାବଧି ୩୯,୦୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ୨୦୨୧ରେ ଏହି ସଂଖ୍ୟା ୪୮,୮୩୦ ଥିବାବେଳେ ୨୦୨୨ରେ ୪୪,୩୧୦ ଥିଲା। ୟୁଏସ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନର ତଥ୍ୟାନୁସାରେ ୨୦୧୯ରେ ଦେଶରେ ବନ୍ଧୁକ ଗୁଳିରେ ୩୮,୩୫୫ ଏବଂ ୨୦୨୦ରେ ୪୫,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିଲେ ।
ଆମେରିକାରେ ବନ୍ଧୁକ ହିଂସାରେ କ୍ରମବର୍ଦ୍ଧିଷ୍ଣୁ ମୃତ୍ୟୁସଂଖ୍ୟା ପାଇଁ ନ୍ୟାଶନାଲ ରାଇଫଲ ଆସୋସିଏଶନ (ଏନ୍‌ଆର୍‌ଏ)କୁ ଅନେକ ସମୟରେ ଦାୟୀ କରାଯାଇଥାଏ। କାରଣ ଏହି ସଙ୍ଗଠନ ବନ୍ଧୁକ ନିୟନ୍ତ୍ରଣକୁ ବିରୋଧ କରେ। ଏନ୍‌ଆର୍‌ଏ ମତରେ ଲୋକଙ୍କ ହାତରେ ଯେତେ ଅଧିକ ବନ୍ଧୁକ ରହିବ ଆମେରିକା ସେତେ ସୁରକ୍ଷିତ ରହିବ। ଆମେରିକାରେ ଏହା ହେଉଛି ସବୁଠୁ ପ୍ରଭାବଶାଳୀ ସ୍ପେଶାଲ ଇଣ୍ଟ୍ରେଷ୍ଟ ଲବି ଗ୍ରୁପ୍‌, ଯାହା ପାଖରେ ବନ୍ଧୁକ ନୀତି ଉପରେ କଂଗ୍ରେସ ସଦସ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସ୍ବତନ୍ତ୍ର ବଜେଟ ରହିଛି। ଦେଶରେ ବନ୍ଧୁକ ନିୟନ୍ତ୍ରଣ ପାଇଁ କଠୋର ଆଇନର ଆବଶ୍ୟକତା ଥିବା ନେଇ ସମସ୍ତେ ସଚେତନ। ୫୭ ପ୍ରତିଶତଙ୍କ ମତରେ କଡ଼ା ଆଇନ ଅଣାଯିବା କଥା। ୩୨% କୁହନ୍ତି, ଯାହା ଅଛି ଠିକ୍‌ ଅଛି। ୧୦% ଆଇନକୁ ଆହୁରି କୋହଳ କରାଯିବା ଉପରେ ଗୁରୁତ୍ୱ ଦିଅନ୍ତି। ତେବେ ରାଜନୈତିକ ସ୍ବାର୍ଥ ଆଗରେ ସମ୍ଭାବ୍ୟ କଠୋର ଆଇନ ବଳି ପଡ଼ିଥାଏ। ଶାସକ ଡେମୋକ୍ରାଟିକ୍‌ ପାର୍ଟିର ୯୧% କଡ଼ା ବନ୍ଧୁକ ଆଣିବା ପାଇଁ ମତ ଦେଉଥିତ୍ବାବେଳେ ବିରୋଧୀ ରିପବ୍ଲିକାନ୍ସଙ୍କ ମଧ୍ୟରୁ ୨୫% ଏହାକୁ ସମର୍ଥନ କରିଥାନ୍ତି। ତେଣୁ ଏହା ଉପରେ ରାଜନୈତିକ ସହମତି ପ୍ରକାଶ ପାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri