ଟେକ୍ସାସ୍‌ରେ ଗୁଳି: ୯ ମୃତ

ହ୍ୟୁଷ୍ଟନ୍‌,୮ା୫: ଆମେରିକାର ଟେକ୍ସାସ୍‌ସ୍ଥିତ ଡୋଲ୍ଲାସ ସହରର ଏକ ବ୍ୟସ୍ତବହୁଳ ମଲ୍‌ରେ ଶନିବାର ଗୁଳିକାଣ୍ଡ ଘଟିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ସେ ମଧ୍ୟ ନିହତ ହୋଇଛନ୍ତି। ଦେଶରେ ଚଳିତ ବର୍ଷ ଘଟିଥିବା ୧୯୮ଟି ଗୁଳିକାଣ୍ଡରେ ପ୍ରାୟ ୧୪,୦୦୦ ଜଣଙ୍କ ଜୀବନ ଗଲାଣି, ଯାହାକି ୨୦୧୬ ପରଠୁ ସର୍ବାଧିକ। ବନ୍ଧୁକ ହିଂସାଜନିତ ଏହି ମୃତ୍ୟୁର ଅର୍ଦ୍ଧାଧିକ ଆମତ୍ହତ୍ୟା ବୋଲି ଗନ୍‌ ଭାଓଲେନ୍ସ ଆର୍କାଇଭ୍‌ ତଥ୍ୟରୁ ପ୍ରଘଟ ହେବା ପରେ ଦେଶରେ ବନ୍ଧୁକ ନିୟନ୍ତ୍ରଣ ଆଇନକୁ ନେଇ ପ୍ରଶ୍ନ ଉଠିଛି।
କେତେଜଣଙ୍କ ପାଖରେ ବନ୍ଧୁକ ରହିଛି ତାହା କହିବା ସହଜ ନୁହେଁ। ତେବେ ଆମେରିକାରେ ଦୁନିଆର ସର୍ବାଧିକ ବନ୍ଧୁକ ମାଲିକ ଅଛନ୍ତି। ଆମେରିକା ସମ୍ବିଧାନର ଦ୍ୱିତୀୟ ସଂଶୋଧନ ସେମାନଙ୍କୁ ବନ୍ଧୁକ ଧାରଣର ସୁରକ୍ଷା ଦେଇଥାଏ। ଆମତ୍ରକ୍ଷା, ଶିକାର ଓ ଅବସର ବିନୋଦନ ପାଇଁ ବନ୍ଧୁକ ବ୍ୟବହାର ସେଠାରେ ସାଧାରଣ କଥା। କିନ୍ତୁ ଏହି ସୁବିଧା ଆମେରିକୀୟଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଉଛି। କାରଣ ଟାର୍ଗେଟ ଶୁଟିଂ ମଧ୍ୟ ବଢ଼ିଚାଲିଛି। ଏହି କ୍ରମରେ ଶନିବାର ସ୍ଥାନୀୟ ସମୟ ଅପରାହ୍ନ ୩ଟା ୩୦ରେ ଡୋଲ୍ଲାସ୍‌ର ଆଲେନ୍‌ ପ୍ରିମିୟମ୍‌ ଆଉଟ୍‌ଲେଟ୍‌ରେ ଏକ ଟାର୍ଗେଟ କିଲିଂ ହୋଇଛି। ଲୋକେ ଉକ୍ତ ଶପିଂ ମଲ୍‌ରେ କିଣାକିଣିରେ ବ୍ୟସ୍ତ ଥିବାବେଳେ ହଠାତ୍‌ ଜଣେ ବନ୍ଧୁକଧାରୀ ସେଠାକୁ ଧସେଇ ପଶିଥିଲେ। ସେ ଗ୍ରାହକମାନଙ୍କୁ ଅବିଚାରିତ ଭାବେ ଗୁଳିମାଡ଼ କରିଥିଲେ। ଗୁଳି ଶବ୍ଦରେ ଆତଙ୍କିତ କେତେଜଣ ଗ୍ରାହକ ଓ ମଲ୍‌ କର୍ମଚାରୀ ପ୍ରାଣ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ତଥାପି ଏହି ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ପୋଲିସ ସହ କିଛି ସମୟର ଗୁଳି ବିନିମୟ ପରେ ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ମଲ୍‌କୁ ୨ ଘଣ୍ଟା ପରେ ବିପଦମୁକ୍ତ ଘୋଷଣା କରିଛି। ଗଭର୍ନର ଗ୍ରେଗ୍‌ ଆବ୍ବୋଟ୍ଟ ଏହି ଶୁଟିଂକୁ ଏକ ‘ଅକଥନୀୟ ଟ୍ରାଜେଡି’ ବୋଲି ଅଭିହିତ କରିଛନ୍ତି। ଗୁଳିକାଣ୍ଡ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଅବଗତ କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

କାହିଁକି ବଢ଼ୁଛି ବନ୍ଧୁକ ହିଂସା

ଗନ୍‌ ଭାଓଲେନ୍ସ ଆର୍କାଇଭ୍‌ ତଥ୍ୟାନୁସାରେ ଗତ ୧ ତାରିଖ ସୁଦ୍ଧା ଆମେରିକାର ୧୩,୯୫୯ ଜଣ ବନ୍ଧୁକ ହିଂସାରେ ପ୍ରାଣ ହରାଇଛନ୍ତି। ଅର୍ଥାତ୍‌ ଗୁଳିମାଡ଼ରେ ଦୈନିକ ୧୧୫ ଜଣଙ୍କ ମୃତ୍ୟୁ ଘଟୁଛି। ଏବର୍ଷର ମୃତକଙ୍କ ମଧ୍ୟରୁ ୪୯୧ ସ୍ବଳ୍ପବୟସ୍କ ହୋଇଥିବାବେଳେ ୮୫ ଜଣ ହେଉଛନ୍ତି ଶିଶୁ। ସେହିପରି ମୋଟ ମୃତ୍ୟୁସଂଖ୍ୟାର ୬୬% ଆମତ୍ହତ୍ୟା। ଟେକ୍ସାସ୍‌, କାଲିଫର୍ନିଆ, ନର୍ଥ କାରୋଲିନା, ଫ୍ଲୋରିଡା, ଜର୍ଜିଆ, ଇଲିନୋଇସ୍‌ ଓ ଲୁଇସିଆନାରେ ସର୍ବାଧିକ ଗୁଳିକାଣ୍ଡ ଦେଖିବାକୁ ମିଳିଛି। ବନ୍ଧୁକ ହିଂସାଜନିତ ହିଂସାରେ ୨୦୧୪ ପରଠୁ ଅଦ୍ୟାବଧି ୩୯,୦୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ୨୦୨୧ରେ ଏହି ସଂଖ୍ୟା ୪୮,୮୩୦ ଥିବାବେଳେ ୨୦୨୨ରେ ୪୪,୩୧୦ ଥିଲା। ୟୁଏସ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନର ତଥ୍ୟାନୁସାରେ ୨୦୧୯ରେ ଦେଶରେ ବନ୍ଧୁକ ଗୁଳିରେ ୩୮,୩୫୫ ଏବଂ ୨୦୨୦ରେ ୪୫,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିଲେ ।
ଆମେରିକାରେ ବନ୍ଧୁକ ହିଂସାରେ କ୍ରମବର୍ଦ୍ଧିଷ୍ଣୁ ମୃତ୍ୟୁସଂଖ୍ୟା ପାଇଁ ନ୍ୟାଶନାଲ ରାଇଫଲ ଆସୋସିଏଶନ (ଏନ୍‌ଆର୍‌ଏ)କୁ ଅନେକ ସମୟରେ ଦାୟୀ କରାଯାଇଥାଏ। କାରଣ ଏହି ସଙ୍ଗଠନ ବନ୍ଧୁକ ନିୟନ୍ତ୍ରଣକୁ ବିରୋଧ କରେ। ଏନ୍‌ଆର୍‌ଏ ମତରେ ଲୋକଙ୍କ ହାତରେ ଯେତେ ଅଧିକ ବନ୍ଧୁକ ରହିବ ଆମେରିକା ସେତେ ସୁରକ୍ଷିତ ରହିବ। ଆମେରିକାରେ ଏହା ହେଉଛି ସବୁଠୁ ପ୍ରଭାବଶାଳୀ ସ୍ପେଶାଲ ଇଣ୍ଟ୍ରେଷ୍ଟ ଲବି ଗ୍ରୁପ୍‌, ଯାହା ପାଖରେ ବନ୍ଧୁକ ନୀତି ଉପରେ କଂଗ୍ରେସ ସଦସ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସ୍ବତନ୍ତ୍ର ବଜେଟ ରହିଛି। ଦେଶରେ ବନ୍ଧୁକ ନିୟନ୍ତ୍ରଣ ପାଇଁ କଠୋର ଆଇନର ଆବଶ୍ୟକତା ଥିବା ନେଇ ସମସ୍ତେ ସଚେତନ। ୫୭ ପ୍ରତିଶତଙ୍କ ମତରେ କଡ଼ା ଆଇନ ଅଣାଯିବା କଥା। ୩୨% କୁହନ୍ତି, ଯାହା ଅଛି ଠିକ୍‌ ଅଛି। ୧୦% ଆଇନକୁ ଆହୁରି କୋହଳ କରାଯିବା ଉପରେ ଗୁରୁତ୍ୱ ଦିଅନ୍ତି। ତେବେ ରାଜନୈତିକ ସ୍ବାର୍ଥ ଆଗରେ ସମ୍ଭାବ୍ୟ କଠୋର ଆଇନ ବଳି ପଡ଼ିଥାଏ। ଶାସକ ଡେମୋକ୍ରାଟିକ୍‌ ପାର୍ଟିର ୯୧% କଡ଼ା ବନ୍ଧୁକ ଆଣିବା ପାଇଁ ମତ ଦେଉଥିତ୍ବାବେଳେ ବିରୋଧୀ ରିପବ୍ଲିକାନ୍ସଙ୍କ ମଧ୍ୟରୁ ୨୫% ଏହାକୁ ସମର୍ଥନ କରିଥାନ୍ତି। ତେଣୁ ଏହା ଉପରେ ରାଜନୈତିକ ସହମତି ପ୍ରକାଶ ପାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri