ଟେକ୍ସାସ୍‌ ଡେଏରି ଫାର୍ମରେ ବିସ୍ଫୋରଣ: ୧୮ ହଜାର ଗୋରୁ ମୃତ

ଟେକ୍ସାସ୍‌, ୧୪ା୪: ଆମେରିକା ଟେକ୍ସାସର ଡିମିଟ ସହରରେ ଥିବା ଡେଏରି ଫାର୍ମରେ ସୋମବାର ବିସ୍ଫୋରଣ ଘଟି ୧୮,୦୦୦ ଗୋରୁଙ୍କ ମୃତ୍ୟୁ ଘଟିଛି। ଡେଏରି ଫାର୍ମରେ ଲାଗିଥିବା ମେଶିନ ଉତ୍ତପ୍ତ ହେବା ଯୋଗୁ ଉକ୍ତ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହେବା ସହ ନିଆଁ ଚାରିଆଡ଼େ ଖେଳେଇଯିବାରୁ ଗୋରୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ବିସ୍ଫୋରଣରୁ କିଛି ଗାଈ ବର୍ତ୍ତିଯାଇଥିବାବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏହା ଏକ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ଥିବା ଆନିମଲ ଓ୍ବେଲ୍‌ ଫେୟାର ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ବିସ୍ଫୋରଣରେ ୩୬ ନିୟୁତ ଡଲାରର କ୍ଷତି ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ଆଶଙ୍କା କରାଯାଉଛି। ଘଟଣା ସମୟରେ ଜଣେ ମହିଳା କର୍ମଚାରୀ ଫାର୍ମରେ ଫସିଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଉକ୍ତ ଡାଏରି ଫାର୍ମର ପରିଚାଳନା ଫ୍ରାଙ୍କ ବ୍ରାଣ୍ଡ୍‌ ଡେରିଜ୍‌ କରୁଥିଲା।

Share