ବିନା ମେଶିନରେ ଧାନର ମାନ ପରୀକ୍ଷା

ନୟାଗଡ଼ ଅଫିସ,୨୪ା୨: ଧାନକିଣାରେ ମିଲରଙ୍କ କଟ୍‌ନୀଛଟ୍‌ନୀକୁ ରୋକିବାରେ ପ୍ରଶାସନ ବ୍ୟର୍ଥ ହୋଇଛି। କୁଇଣ୍ଟାଲ ପିଛା ୧୦ରୁ୧୫ କେଜି ଧାନ କାଟି ମିଲରଙ୍କୁ ଚାଷୀ ବିକ୍ରି କରିବାକୁ ବାଧ୍ୟ ହେଉଛି। ଧାନ ମଣ୍ଡିରେ ଧାନ ସଫେଇ ମେଶିନ୍‌ ଓ ମଶ୍ଚର ଡିଟେକଶନ ମେଶିନ୍‌ ଥିଲେ ମଧ୍ୟ କାମରେ ଲାଗୁନି । ଧାନର ମାନ ଠିକ୍‌ ଅଛି କହି କଟ୍‌ନୀଛଟ୍‌ନୀକୁ ବିରୋଧ କଲେ ଚାଷୀର ଧାନକୁ ହାତରେ ପରୀକ୍ଷା କରାଯାଇ ମାନ ଠିକ୍‌ ନାହିଁ କହି ହଇରାଣ ହରକତ କରାଯାଉଛି । ପ୍ରତିବାଦ କଲେ ମିଲର ଧାନ ଉଠାଇବ ନାହିଁ କହୁଛି । ଏଣୁ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରିକୁ ନେଇ ଚାଷୀ କ୍ଷୋଭ,ଅସନ୍ତୋଷ ବ୍ୟକ୍ତ କରିଛି।
ବୁଧବାର ନୟାଗଡ଼ ବ୍ଲକର ବାଲୁଗଁାରେ ଧାନ ମଣ୍ଡିର ପାଳି ଥିଲା। ସେଠାରେ ଚାଷୀଙ୍କଠାରୁ ମିଲର ଧାନର ମାନ ପରୀକ୍ଷା ନ କରି କୁଇଣ୍ଟାଲ ପିଛା ୧୦ ରୁ୨୦ କେଜି ଧାନ କାଟିବା ଆରମ୍ଭ କରିଥିଲା। ଚାଷୀମାନେ ଏହାକୁ ଖୋଲା ଖୋଲି ବିରୋଧ କରି ଧାନର ମାନ ପରୀକ୍ଷା କରି କିଣିବାକୁ ପରାମର୍ଶ ଦେଇଥିଲେ। ହେଲେ ମିଲର ମାନ ପରୀକ୍ଷଣ ନ କରି ଏକଥାଳିରେ କିଛି ଧାନକାଢ଼ି ହାତରେ ଧାନ ବାଛି ଥିଲେ। ମେଶିନ୍‌ ଥାଉ ଥାଉ ହାତରେ କାହିଁକି ଧାନ ପରୀକ୍ଷା କରାଯିବ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ । ଏପରି କି ହାତରେ ଧାନ ପରୀକ୍ଷା କରିବାକୁ ନିୟମ ଅଛି କି ବୋଲି ପଚାରି ଥିଲେ । ହେଲେ ମିଲର କି ସେଠାରେ ଉପସ୍ଥିତ ଥିବା କୌଣସି କର୍ମଚାରୀ କିଛି ଉତ୍ତର ଦେଇ ନ ଥିଲେ । ଉତ୍ତେଜନା ବଢ଼ିବା ପରେ ମିଲର କୁଇଣ୍ଟାଲ ପିଛା ୭ରୁ ୧୩କେଜି ଧାନ କାଟି ନେଇ ଯାଇଥିଲେ। ମିଲର ଧାନକିଣାକୁ ଚାଷୀମାନେ ବିରୋଧ କରିଥିଲେ ମଧ୍ୟ ବାଧ୍ୟ ହୋଇ ଧାନ ଦେଇଥିଲେ।

ଏନେଇ ବାଲୁଗଁାର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ମଣ୍ଡିରେ ଧାନ ପରୀକ୍ଷା ହେଲା ନାହିଁ। ଅଭିଯୋଗ ପରେ ଧାନର ମାନ ହାତରେ ପରୀକ୍ଷା କରି ଧାନ ନେଲେ । ଧାନ କୁଇଣ୍ଟାଲ ପିଛା ବେପାରୀ ୧ହଜାରରୁ ୧୨ଶହ ମଧ୍ୟରେ କିଣୁଛି । କିନ୍ତୁ ସରକାର ନେଲେ ୧୦ରୁ ୧୫ କେଜି କଟିଲେ ମଧ୍ୟ ଅଧିକ ଅର୍ଥ ମିଳୁଛି । ଚାଷୀ ମଣ୍ଡିକୁ ନେଇ ଧାନ ଫେରାଇ ଆଣିଲେ କିଛି ସୁଫଳ ମିଳିବନି। ଏଣୁ ବାଧ୍ୟହୋଇ ଧାନ ବିକୁଛି । ଚାଷୀର ଅସୁବିଧା ନେଇ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଗଲା। ଜିଲାପାଳ ଆଲୋଚନା କରିବାକୁ କହି ଚାଷୀଙ୍କୁ ଅଣଦେଖା କଲେ। ମଣ୍ଡିରେ କଟ୍‌ନୀଛଟ୍‌ନୀ ହେବନାହିଁ ଜିଲାପାଳ କହିଥିଲେହେଁ ତାଙ୍କ ନିର୍ଦ୍ଦେଶକୁ କେହି ମାନୁ ନାହାନ୍ତି । ଏପରି କି ଜିଲାପାଳ ଚାଷୀଙ୍କ ଅସୁବିଧା ଜାଣି ନୀରବ ରହୁଛନ୍ତି। ଅବସରପ୍ରାପ୍ତ ସମବାୟବିତ୍‌ ବିମଳ ଚନ୍ଦ୍ର ଷଡ଼ଙ୍ଗୀ କୁହନ୍ତି, ଧାନ ମଣ୍ଡିରେ ଧାନ ସଫେଇ ମେଶିନ୍‌ ଓ ମଶ୍ଚର ଡିଟେକଶନ ମେଶିନ୍‌ ରଖାଯାଉଛି। ସଫେଇ ମେଶିନରେ ଧାନ ପକାଗଲେ ବାଲି,ଗୋଡି ମାଟି, ପଥର,ଧୂଳି, ଅଗାଡ଼ି ଅଲଗା ହୋଇଯିବ । ମିଲର ସଫା ଧାନ କିଣିବ । ପୁଣି ମଶ୍ଚର ଡିଟେକଶନ ମେଶିନ୍‌ ବ୍ୟବହାର କଲେ ଧାନର ମାନ ଜଣାପଡିବ । ହେଲେ ପରୀକ୍ଷା ଓ ସଫେଇ ନ କରି ହାତରେ ମାନ ପରୀକ୍ଷଣ କରିବା ଆଇନରେ ନାହିଁ। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଉଚିତ । ନଚେତ ଚାଷୀ ଏଭଳି କ୍ଷତି ସହି ସବୁବେଳେ ଧାନବିକ୍ରି କରି ଚାଲିଥିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri