Posted inଖେଳ

ଟେଷ୍ଟ ସିରିଜ: ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଖ୍ରୀଷ୍ଟଚର୍ଚ୍ଚ, ୭।୧(ଏପି): ଯୁବ ଦ୍ରୁତ ବୋଲର କାଇଲ ଜେମିସନଙ୍କ ଅସାଧାରଣ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ସ୍ଥାନୀୟ ହାଗଲି ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ପାକିସ୍ତାନକୁ ବୁଧବାର ଏକ ଇନିଂସ ଓ ୧୭୬ ରନରେ ପରାସ୍ତ କରିଛି। ଫଳରେ ଦୁଇ ମ୍ୟାଚବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ କ୍ଲିନ୍‌ ସୁଇପ୍‌ କରିଛି। ନ୍ୟୁଜିଲାଣ୍ଡ ଏଥିସହିତ ଚଳିତ ଗ୍ରୀଷ୍ମରେ କ୍ରମାଗତ ଦୁଇଟି ଟେଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ କରିଛି ଓ ୪ଟି ଟେଷ୍ଟରେ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହାସଲ କରିଥିବା ଜେମିସନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସିରିଜରେ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ଗତ ୬ଟି ଟେଷ୍ଟରେ ଏହା ଜେମିସନଙ୍କ ଚତୁର୍ଥ ୫ ଉଇକେଟ ସଫଳତା ସାବ୍ୟସ୍ତ ହୋଇଛି।
ଟସ୍‌ ହାରି ପାକିସ୍ତାନ ପ୍ରଥମ ଇନିଂସରେ ଲଢୁଆ ପ୍ରଦର୍ଶନ କରି ୮୩.୫ ଓଭରରେ ୨୯୭ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଓ୍ବିଲିୟମସନଙ୍କ ୨୩୮ ରନର ଦ୍ୱିଶତକୀୟ ଇନିଂସ, ହେନେରୀ ନିକୋଲ୍ସଙ୍କ ୧୫୭ ଓ ଡାରିଲ ମିଚେଲଙ୍କ ଅପରାଜିତ ୧୦୨ ରନର ଶତକୀୟ ପାଳି ବଳରେ ୧୫୮.୫ ଓଭରରେ ୬ ଉଇକେଟ ହରାଇ ୬୫୯ ରନ ସଂଗ୍ରହ କରିଥିଲା। ଫଳରେ ପାକିସ୍ତାନ ବୃହତ୍‌ ୩୬୨ ରନରେ ପଛରେ ପଡିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ମାମୁଲି ବ୍ୟାଟିଂ ପ୍ରଦର୍ଶନ କରି ୮୧.୪ ଓଭରରେ ୧୮୬ ରନ କରି ଅଲ୍‌ଆଉଟ ହୋଇଥିଲା ଓ ଇନିଂସ ପରାଜୟ ବରଣ କରିଥିଲା।
ତୃତୀୟ ଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୮/୧ରୁ ପାକିସ୍ତାନ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଆବିଦ ଅଲି ୭ରୁ ଖେଳ ଆରମ୍ଭ କରି ୨୬ ଓ ମହମ୍ମଦ ଆବାସ ୧ରୁ ଖେଳ ଆରମ୍ଭ କରି ମାତ୍ର ୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଘରୋଇ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ନିୟମିତ ବ୍ୟବଧାନରେ ଉଇକେଟ ହରାଇ ପାକିସ୍ତାନ ଅଲ୍‌ଆଉଟ ହୋଇଥିଲା। ଦଳ ତରଫରୁ ଆଝାର ଅଲି ୩୭, ହାରିସ ସୋହେଲ ୧୫, ଫଓ୍ବାଦ ଆଲମ ୧୬, ଅଧିନାୟକ ମହମ୍ମଦ ରିଜଓ୍ବାନ ୧୦, ଫହିମ ଆଶ୍ରଫ ୨୮, ଜାଫର ଗୋହର ୩୭ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଜେମିସନ ସର୍ବାଧିକ ୬, ଟ୍ରେଣ୍ଟ ବୋଲ୍ଟ ୩, କେନ୍‌ ଓ୍ବିଲିୟମସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ: ୮୩.୫ ଓଭରରେ ୨୯୭।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୫୮.୫ ଓଭରରେ ୬୫୯/୬ରେ ଇନିଂସ ଘୋଷଣା
ପାକିସ୍ତାନ ଦ୍ୱିତୀୟ ଇନିଂସ: ୮୧.୪ ଓଭରରେ ୧୮୬ ଅଲ୍‌ଆଉଟ
(ଆବିଦ ଅଲି-୨୬, ଆଝାର ଅଲି- ୩୭, ଫହିମ- ୨୮, ଜାଫର ଗୋହର- ୩୭, ଜେମିସନ-୬/୪୮, ବୋଲ୍ଟ- ୩/୪୩, ଓ୍ବିଲିୟମସନ- ୧/ ୧୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri