Posted inଖେଳ

ଟେଷ୍ଟ ସିରିଜ: ମହାରାଜାଙ୍କ ହ୍ୟାଟ୍ରିକ: ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌

ଗ୍ରସ୍‌ ଆଇଲେଟ (ସେଣ୍ଟ ଲୁସିଆ) ୨୨ା୬: ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଘରୋଇ ଓ୍ବେଷ୍ଟଇଣ୍ଡିଜକୁ ୧୫୮ ରନରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ହ୍ୟାଟ୍ରିକ ଉଇକେଟ ନେବା ସହ ମୋଟ ୫ ଉଇକେଟ ହାସଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମ ଟେଷ୍ଟରେ ମଧ୍ୟ ଦକ୍ଷିଣ ଆଫ୍ରିକା ଏକ ଇନିଂସ ଓ ୬୩ ରନରେ ବିଜୟ ହାସଲ କରିଥିଲା। ଏଥିସହ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ କ୍ଲିନ ସୁଇପ୍‌ କରିଛି। ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର କାଗିସୋ ରାବାଡା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। କ୍ୱିଣ୍ଟନ ଡି’କକ୍‌ ପ୍ଲେୟର ଅଫ୍‌ ଦି ସିରିଜ ହୋଇଛନ୍ତି।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ୨୯୮ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଆରମ୍ଭ କରି ୫୪ ଓଭରରେ ୧୪୯ ରନକରି ଅଲ୍‌ଆଉଟ ହୋଇଥିଲା ଓ ଦକ୍ଷିଣ ଆଫ୍ରିକା ୧୪୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୩ ଓଭରରେ ୧୭୪ ରନରେ ତୃତୀୟ ଦିବସରେ ଅଲ୍‌ଆଉଟ ହୋଇଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୨୪ ରନର ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ ଆରମ୍ଭ କରି ସୋମବାର ଚତୁର୍ଥ ଦିବସରେ ୫୮.୩ ଓଭରରେ ୧୬୫ ରନକରି ଅଲଆଉଟ ହୋଇ ପରାଜୟ ବରଣ କରିଛି। ଦଳ ତରଫରୁ କିରନ ପାଓ୍ବେଲ ସର୍ବାଧିକ ୫୧ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ବୋଲିଂରେ ମହାରାଜ ୫, କାଗିସୋ ରାବାଡ଼ା ୩, ଲୁନ୍‌ଗି ଏନ୍‌ଗିଡି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ତରଫରୁ ରାସି ଭାନ ଡର ଡୁସେନ ସର୍ବାଧିକ ଅପରାଜିତ ୭୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କେମର ରୋଚ୍‌ ସର୍ବାଧିକ ୪, କାଏଲ ମେୟର୍ସ ୩ ଉଇକେଟ ଅକ୍ତିଆର କରିଥିଲେ। ତୃତୀୟ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୫/୦ରୁ ଓ୍ବେଷ୍ଟଇଣ୍ଡିଜ ଖେଳ ଆରମ୍ଭ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୧୧୨.୪ ଓଭରରେ ୨୯୮।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୫୪ ଓଭରରେ ୧୪୯।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୫୩ ଓଭରରେ ୧୭୪
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ- ୫୮.୩ ଓଭରରେ ୧୬୫ ଅଲଆଉଟ
(ପାଓ୍ବେଲ- ୫୧, ମହାରାଜ- ୫/୩୬, ରାବାଡା- ୩/୪୪)।


Enter your email to get our daily news in your inbox.

All Right Reserved By Dharitri.Com

କାମରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗୁମ୍ମା ଭଲିବଲ ଟିମ ବିଜୟୀ

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସୋମବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri