Categories: ଜାତୀୟ

ନଡ୍ଡାଙ୍କ ପାଇଁ ଅଗ୍ନି ପରୀକ୍ଷା: ୫ ରାଜ୍ୟରେ ସରକାରଙ୍କୁ ସୁରକ୍ଷା-୪ ରାଜ୍ୟରେ ବିଜୟ ଚିନ୍ତା…

ନୂଆଦିଲ୍ଲୀ,୧୭।୧ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ପୁଣି ବଢ଼ିଛି। ତେବେ ୨୦୨୩ ତାଙ୍କ ପାଇଁ ଅଗ୍ନିପରୀକ୍ଷା ସମୟ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଚଳିତ ବର୍ଷ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ପ୍ରଦର୍ଶନ ନେଇ ନଡ୍ଡାଙ୍କ ଉପରେ ଚାପ ପଡ଼ିବା ସ୍ବାଭାବିକ।

ସେଥିମଧ୍ୟରୁ ୫ ଭାଜପା ଶାସିତ ରାଜ୍ୟରେ ସରକାରଙ୍କୁ ସୁରକ୍ଷା ଦେବା ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଜନା କରୁଥିବାବେଳେ ୪ ଅଣଭାଜପା ଶାସିତ ରାଜ୍ୟରେ କିଭଳି ବିଜୟ ହାସଲ କରାଯିବ ସେଥିପାଇଁ ତାଙ୍କର ଚିନ୍ତା ବଢ଼ିବାରେ ଲାଗିଛି।

ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ଏବଂ ରାଜସ୍ଥାନ ଆଦି ୪ ଅଣଭାଜପା ସରକାର ରାଜ୍ୟରେ କ୍ଷମତା ଦଖଲ ଲାଗି ନଡ୍ଡା ରଣନୀତି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share