Categories: ଫୁରସତ

ଆତଙ୍କ ଖେଳାଉଛି ସମୁଦ୍ର ରାକ୍ଷସ: କୋଇଲା ପରି କଳା, ରହିଛି ବଡ଼ବଡ଼ ଦାନ୍ତ

ଆମେରିକୀୟ ସମୁଦ୍ର କୂଳରେ ଏକ ଏଲିଅନ୍‌ ପରି ସମୁଦ୍ର ରାକ୍ଷସ ଭାସୁଥିବା ଦେଖିବାକୁ ମିଳିଛି। ଯାହା ପଶୁମାନଙ୍କୁ ସହଜରେ ଗିଳିପାରିବ। ଏହି ଜୀବକୁ ଫୁଟବଲ ମାଛ କୁହାଯାଉଛି। ଯାହାର ରଙ୍ଗ କୋଇଲା ପରି କଳା ଏବଂ ଦାନ୍ତ ଏତେ ତୀକ୍ଷ୍ଣ ଯେ, ଏହା ଲୁହା ମଧ୍ୟ କାଟି ପାରିବ। ଏହି ମାଛଟି ବହୁତ ଭୟାନକ ଦେଖାଯାଉଛି। ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ଆତଙ୍କ ଖେଳିଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଲସ୍‌ଏଞ୍ଜେଲ୍ସର ଲାଗୁନା ବିଚ୍‌ରେ ଏହି ମାଛ ଦେଖିବାକୁ ମିଳିଛି। ଏହା ୨୪ ଇଞ୍ଚର। ଏହାର ମଣିଷ ପରି ଅଙ୍ଗ ପ୍ରତ୍ୟଙ୍ଗ ରହିଛି। ଯାହା ଅତ୍ୟନ୍ତ ଭୟଙ୍କର ଦେଖାଯାଉଛି।

ପ୍ରାୟତଃ ଏହି ମାଛଗୁଡିକ ସମୁଦ୍ରରେ ବହୁତ ଦୂରରୁ ମିଳିଥା’ନ୍ତି। ଲାଗୁନା ବେଳାଭୂମିରେ ଏହା ଦେଖିବାକୁ ବିରଳ। ବିଶେଷଜ୍ଞମାନେ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କିପରି ଗଭୀର ସମୁଦ୍ର ମାଛ ଲସ୍‌ଏଞ୍ଜେଲସ ଉପକୂଳରେ ପହଞ୍ଚିଲା। ଏହି ମାଛର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ‘castateparks ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି।

ଏହି ମାଛଗୁଡ଼ିକ ପୁନଃ ଉତ୍ପାଦନ ପାଇଁ ପରଜୀବୀ। ସେମାନେ ଏପରି ପୁରୁଷ ମାଛର ସନ୍ଧାନରେ ଅଛନ୍ତି, ଯାହା ସେମାନଙ୍କ ଶରୀରରେ ଲାଗି ରହିବ, ସେମାନଙ୍କୁ କାମୁଡ଼ିବ ଏବଂ ଶରୀରକୁ ପରଜୀବୀରେ ପରିପୂର୍ଣ୍ଣ କରିବ। ଏହାକୁ ପରଜୀବୀ ଗର୍ଭଧାରଣ ପ୍ରକ୍ରିୟା କୁହାଯାଏ। ଏହି ପ୍ରଜନନ ପ୍ରକ୍ରିୟା ହେତୁ ପୁରୁଷ ମାଛ ଅନ୍ଧ ହୋଇଯାଏ, ଏବଂ ତା’ପରେ ସେମାନେ ସାରାଜୀବନ ମାଈ ମାଛ ଉପରେ ନିର୍ଭରଶୀଳ ରହିଥା’ନ୍ତି, କାରଣ ସେମାନେ ଦେଖି ପାରନ୍ତି ନାହିଁ।

Share