Posted inଜାତୀୟ

ମୂଳପୋଛ ହେବେ ଆତଙ୍କବାଦୀ: ହିଟ୍‌ଲିଷ୍ଟ୍‌ରେ ୧୨ଜଣ

ଶ୍ରୀନଗର, ୨।୭: ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ବଡ଼ଧରଣ ପଦକ୍ଷେପ ଗ୍ରହଣ କରାଯାଇଛି। କଶ୍ମୀର ଜୋନ୍‌ ପୋଲିସ ୧୨ ଜଣ ଆତଙ୍କବାଦୀଙ୍କ ହିଟ୍‌ଲିଷ୍ଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଜୈଶ୍‌-ଇ-ମହମ୍ମଦ୍‌ର ୩ ଜଣ, ଲଶ୍କର-ଇ-ତୋଏବାର ୫ ଜଣ ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ୪ ଆତଙ୍କବାଦୀଙ୍କ ନାମ ରହିଛି। ଜୈଶ୍‌ କମାଣ୍ଡର ଗାଜି ରାଶିଦ୍‌, ଲମ୍ବୁଙ୍କ ନାମ ଉପରେ ରହିଛି। ଏହା ତଳକୁ ହିଜ୍‌ବୁଲ୍‌ର୍‌ ଡ. ସୈଫୁଲାଙ୍କ ନା ଅଛି। ସେହିପରି ତାଲିକାରେ ଲଶ୍କର ଆତଙ୍କବାଦୀ ଉସମାନ୍‌ ଏବଂ ନସରୁଲ୍ଲାଙ୍କ ନାମ ରହିଛି। ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ୧୭୦ ଆତଙ୍କବାଦୀ ସକ୍ରିୟ ଥିବା ପୋଲିସ ପକ୍ଷରୁ କୁହାଯାଇଛି। କଶ୍ମୀର ଜୋନ୍‌ ଆଇଜିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି। ଗତ ୬ ମାସରେ ୧୧୮ ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୧୦୭ ଜଣ ୍‌ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି। ସେହିପରି ହିଜ୍‌ବୁଲ୍‌ର ୫୭, ଲଶ୍କରର ୨୪, ଜୈଶ୍‌ର ୨୨, ଆଇଏସ୍‌ଜେକେର ୭, ଅଂସାର ଗଜବାତ ଉଲ୍‌ ହିନ୍ଦ୍‌ର ୭ ଏବଂ ଅଲବଦର ସଂଗଠନର ଜଣେ ଆତଙ୍କବାଦୀ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

IGIରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ, ମାଡ଼ ମାରି….

ନୂଆଦିଲ୍ଲୀ,୨୦ା୧୨: ପୁଣି ଏୟାରଲାଇନ୍ସ ନାଁରେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri