Posted inଜାତୀୟ

ମୂଳପୋଛ ହେବେ ଆତଙ୍କବାଦୀ: ହିଟ୍‌ଲିଷ୍ଟ୍‌ରେ ୧୨ଜଣ

ଶ୍ରୀନଗର, ୨।୭: ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ବଡ଼ଧରଣ ପଦକ୍ଷେପ ଗ୍ରହଣ କରାଯାଇଛି। କଶ୍ମୀର ଜୋନ୍‌ ପୋଲିସ ୧୨ ଜଣ ଆତଙ୍କବାଦୀଙ୍କ ହିଟ୍‌ଲିଷ୍ଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଜୈଶ୍‌-ଇ-ମହମ୍ମଦ୍‌ର ୩ ଜଣ, ଲଶ୍କର-ଇ-ତୋଏବାର ୫ ଜଣ ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ୪ ଆତଙ୍କବାଦୀଙ୍କ ନାମ ରହିଛି। ଜୈଶ୍‌ କମାଣ୍ଡର ଗାଜି ରାଶିଦ୍‌, ଲମ୍ବୁଙ୍କ ନାମ ଉପରେ ରହିଛି। ଏହା ତଳକୁ ହିଜ୍‌ବୁଲ୍‌ର୍‌ ଡ. ସୈଫୁଲାଙ୍କ ନା ଅଛି। ସେହିପରି ତାଲିକାରେ ଲଶ୍କର ଆତଙ୍କବାଦୀ ଉସମାନ୍‌ ଏବଂ ନସରୁଲ୍ଲାଙ୍କ ନାମ ରହିଛି। ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ୧୭୦ ଆତଙ୍କବାଦୀ ସକ୍ରିୟ ଥିବା ପୋଲିସ ପକ୍ଷରୁ କୁହାଯାଇଛି। କଶ୍ମୀର ଜୋନ୍‌ ଆଇଜିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି। ଗତ ୬ ମାସରେ ୧୧୮ ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୧୦୭ ଜଣ ୍‌ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି। ସେହିପରି ହିଜ୍‌ବୁଲ୍‌ର ୫୭, ଲଶ୍କରର ୨୪, ଜୈଶ୍‌ର ୨୨, ଆଇଏସ୍‌ଜେକେର ୭, ଅଂସାର ଗଜବାତ ଉଲ୍‌ ହିନ୍ଦ୍‌ର ୭ ଏବଂ ଅଲବଦର ସଂଗଠନର ଜଣେ ଆତଙ୍କବାଦୀ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୨୮ରୁ ଅମରନାଥ ଯାତ୍ରା

ଶ୍ରୀନଗର,୧୩।୩: ଅମରନାଥ ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ୨୮ ଜୁନ୍‌ରୁ ଏହି ଯାତ୍ରା ଆରମ୍ଭ ହୋଇ ଶ୍ରାବଣ ମାସ ପୂର୍ଣ୍ଣିମାରେ ଶେଷ ହେବ।...

ହରିୟାଣା କଂଗ୍ରେସକୁ ଏକଜୁଟ କରିବାରେ ବ୍ୟସ୍ତ ହାଇକମାଣ୍ଡ, ସଂଗଠନ ଗଠନ ପାଇଁ ପ୍ରସ୍ତୁତି ଜାରି…

ଚଣ୍ଡିଗଡ଼,୧୨।୯ : ଗତ ସାଢ଼େ ୯ ବର୍ଷ ଧରି ହରିୟାଣାରେ କଂଗ୍ରେସ ସଂଗଠନକୁ ପୁନଃ ନିର୍ମାଣ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ଉଦ୍ୟମ କରାଯାଉଛି।...

୩୭୦ ଉଚ୍ଛେଦକୁ ବିରୋଧ କର

ଶ୍ରୀନଗର,୨୬ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର ନେଇ କେନ୍ଦ୍ରର ନିଷ୍ପତ୍ତି ସମସ୍ତ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘର ସଂକଳ୍ପନାମାକୁ ଉଲ୍ଲଂଘନ କରୁଛି। ଏହାଦ୍ୱାରା କଶ୍ମୀରରେ ଜନସଂଖା...

ବାଚସ୍ପତି ପଦରୁ ହଟିଲେ ନିର୍ମଳ ସିଂ

ଜମ୍ମୁ,୧୮ା୧୧(ପି.ଟି.): ଜମ୍ମୁ-କଶ୍ମୀର ବିଧାନସଭା ବାଚସ୍ପତି ପଦରୁ ଭାଜପା ନେତା ନିର୍ମଳ ସିଂଙ୍କୁ ହଟାଇ ଦିଆଯାଇଛି। ବାଚସ୍ପତିଙ୍କ କାର୍ଯ୍ୟକାଳ ଶେଷ ହେଲା ବୋଲି ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର...

ଖାରଜ ହେଲା ହନିପ୍ରିତଙ୍କ ଜାମିନ ଆବେଦନ

ଚଣ୍ଡିଗଡ,୪।୯: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ମୁଖ୍ୟ ସହଯୋଗୀ ଥିବା ହନିପ୍ରିତଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି। ପଞ୍ଜାବ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତଦେହ ନେବାକୁ ପାକିସ୍ତାନକୁ ଖବର …

ଶ୍ରୀନଗର, ୩।୧ : ଜମ୍ମୁ-କଶ୍ମୀରର ଅର୍ନିଆ ସେକ୍ଟରରେ ପାକିସ୍ତାନ ପଟୁୁ ଭାରତରେ ଅନୁପ୍ରବେଶ ଊଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଛନ୍ତି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ...

ରାଜନୈତିକ ଫାଇଦା ପାଇଁ ନିଜକୁ ପଛୁଆ ବର୍ଗରେ ସାମିଲ କରିଛନ୍ତି ମୋଦି: ମାୟାବତୀ

ଲକ୍ଷ୍ନୌ,୨୮।୪: ଅଦର୍‌ ବ୍ୟାକ୍‌ଓ୍ବାର୍ଡ କ୍ଲାସ(ଓବିସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ସାମିଲ କରିବା ପରେ ଏବେ ଏହାକୁ ନେଇ ଉଠିଛି ଝଡ଼। ତେବେ ରାଜନୈତିକ ଫାଇଦା...

୭ରାଜ୍ୟରେ ପ୍ରତିଷ୍ଠା କରାଯିବ ଟେକ୍ସଟାଇଲ ପାର୍କ: ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୭।୩: ଦେଶର ୭ଟି ରାଜ୍ୟରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି, ତାମିଲନାଡୁ, ତେଲେଙ୍ଗାନା,...

Advertisement
Archives

Model This Week