Categories: ଜାତୀୟ

୨ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ, ସର୍ଚ୍ଚ ଅପରେଶନ ଜାରି…

ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ୨ ଜଣ ବିହାରର ଶ୍ରମିକଙ୍କ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ଏହି ଘଟଣା ଶନିବାର ପୁଲଓ୍ବାମାର ଖରପୋରାର ରତ୍ନପୋରାରେ ଘଟିଛି। ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆତଙ୍କବାଦୀଙ୍କ ଆକ୍ରମଣ ପରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରିବା ସହିତ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଶ୍ରମିକ ମାନଙ୍କୁ ବିହାରର ବେତିଆ ଜିଲାର ଶମଶାଦ ଅହମ୍ମଦ ଏବଂ ଫୈଜାନ କାଦରି ଭାବେ ଚିହ୍ନଟ କରାଯାଇଛି।

Share