Posted inଜାତୀୟ

ଆତଙ୍କବାଦୀଙ୍କ ନୂଆ ଟ୍ରେନିଂକୁ ନେଇ ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ,୬।୮: ଏହା ଏକ ଭିନ୍ନ କଥା ଯେ ବର୍ତ୍ତମାନ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବହୁ ପରିମାଣରେ ବନ୍ଦ କରି ଦିଆଯାଇଛି। ଏହା ସତ୍ତ୍ୱେ ଆତଙ୍କବାଦୀ ସଂଗଠନଗୁଡ଼ିକ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ବୋଲି କୌଣସି ଦାବି କରାଯାଇପାରିବ ନାହିଁ। ନିକଟରେ ବେଙ୍ଗାଲୁରୁରେ ଧରାଯାଇଥିବା ଆତଙ୍କବାଦୀ ମଡ୍ୟୁଲକୁ ଦେଖି ଏହାର ଉଦାହରଣ ଭାବେ ନିଆଯାଇପାରେ।
ଏବେ ପ୍ରଶ୍ନ ଉଠୁଛି ଯେ ସେମାନଙ୍କୁ କିଏ ଆତଙ୍କବାଦୀ ତାଲିମ ଦେଉଛି। ଯେତେବେଳେ ସେମାନେ ବାହାରୁ ଆସନ୍ତି ନାହିଁ ସେତେବେଳେ ଦେଶ ଭିତରେ କିଏ ସେମାନଙ୍କୁ ତାଲିମ ଦେଉଛନ୍ତ। କର୍ଣ୍ଣାଟକ ପୋଲିସର ଏକ ସୂତ୍ର ଅନୁଯାୟୀ, ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯାହା ସ୍ଥାନୀୟ ପୋଲିସ ତଥା ଦେଶର ସୁରକ୍ଷା ଏଜେନ୍ସିର ଚିନ୍ତା ବଢାଇ ଦେଇଛି।
ଜୁଲାଇ ୧୮ରେ କର୍ଣ୍ଣାଟକରେ ଆତଙ୍କବାଦୀ ମଡ୍ୟୁଲ ଗିରଫ ହେବା ପରେ ଅନେକ ତଥ୍ୟ ପଦାକୁ ଆସିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସୟଦ ସୁହେଲ ଖାନ (୨୪), ମହମ୍ମଦ ଉମର (୨୯), ଜାହିଦ ତବରେଜ (୨୫), ସୟଦ ମୁଦାସିର ପାଶା (୨୮) ଏବଂ ମହମ୍ମଦ ଫୈସଲ (୩୦) ଅଛନ୍ତି। ସମସ୍ତେ ଆତଙ୍କବାଦୀ ମଡ୍ୟୁଲରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। କେନ୍ଦ୍ରୀୟ ଅପରାଧ ଶାଖା (ସିସିବି) ସେମାନଙ୍କ ସହ ସଂଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଛି।
ଏହି ସନ୍ଦେହଜନକ ମଡ୍ୟୁଲର ଟ୍ରେନିଂ ଜେଲରେ ଥିବା ସୂଚନା ଆସିଛି। ପୋଲିସର ସୂଚନାନୁସାରେ, ଚଢାଉ ସମୟରେ ଏହି ଲୋକଙ୍କ ସହ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ୭ ଟି ସ୍ଥାନୀୟ ଭାବରେ ନିର୍ମିତ ପିସ୍ତଲ, ୪୫ରାଉଣ୍ଡ କାର୍ଟ୍ରିଜ, ୱାକି-ଟକି ସେଟ, ଏକ ବଡ ଛୁରୀ ଏବଂ ୧୨ଟି ମୋବାଇଲ ମିଳିଥିଲା। କେବଳ ଏତିକି ନୁହେଁ, ସିସିବି ଜଣେ ସନ୍ଦିଗ୍ଧଙ୍କ ଘରୁ ଚାରୋଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ପାଇଥିଲେ। ପୋଲିସ ସେମାନଙ୍କ ଟ୍ରେନିଂ କନେକଶନ ଖୋଜିବାକୁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri