Categories: ଜାତୀୟ

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ଗ୍ରେନେଡ୍‌ ମାଡ଼ କଲେ ଆତଙ୍କବାଦୀ

ଶ୍ରୀନଗର, ୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଜାରି ରହିଛି। ଏଥିରେ ଭୟଭୀତ ହୋଇ ଆତଙ୍କବାଦୀମାନେ ବିଭିନ୍ନ ରଣନୀତି ଆପଣାଉଛନ୍ତି। ଅପରେଶନ୍‌ରେ ବାଧା ସୃଷ୍ଟି କରାଇବା ଲାଗି ଆତଙ୍କବାଦୀମାନେ ପୁଲଓ୍ବାମା ଜିଲାରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ରବିବାର ପୂର୍ବାହ୍ନ ୧୧ଟା ୪୫ରେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ସ୍ଥାନୀୟ ତ୍ରାଲ ଅଞ୍ଚଳରେ ସିଆର୍‌ପିଏଫ୍‌ ପଟ୍ରୋଲିଂ ଦଳ ଉପରେ ଗ୍ରେନେଡ୍‌ ମାଡ଼ କରି ଆତଙ୍କବାଦୀମାନେ ଖସି ପଳାଇଛନ୍ତି। ଏଥିରେ ସିଆର୍‌ପିଏଫ୍‌ ୧୩୯ ବାଟାଲିୟନ୍‌ର ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀଙ୍କ ଧରିବା ଳାଗି ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share