Posted inଜାତୀୟ

ଜୀବନ ଭୟରେ ଜଙ୍ଗଲ ଛାଡୁଛନ୍ତି ଆତଙ୍କବାଦୀ, ସର୍ଚ୍ଚ ଅପରେଶନ୍‌ ଜାରି …

ଶ୍ରୀନଗର,୩୧।୧୦: ଦୁଇ ସପ୍ତାହ ପରେ ରବିବାର ସକାଳେ ଜମ୍ମୁ-ରାଜୌରୀ ଜାତୀୟ ରାଜପଥକୁ ଯାତାୟତ ପାଇଁ ଖୋଲି ଦିଆଯାଇଛି। ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ଗତ ୨୧ ଦିନ ଧରି ଜାରି ରହିଥିବା ସର୍ଚ୍ଚ ଅପରେଶନ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀ ଲୁଚି ରହିଥିବା ପୁଞ୍ଚର ସୁରାନକୋଟ ଜଙ୍ଗଲ ସହିତ ରବିବାର ମେଣ୍ଡରର ଭଟ୍ଟି ଡୁରିଆନ ଜଙ୍ଗଲ ଏବଂ ରଜୌରୀ ଜିଲ୍ଲାର ଥାନାମାଣ୍ଡି ନିକଟରେ ସର୍ଚ୍ଚ ଅପରେଶନ କରାଯାଇଥିଲା।

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ସୁରାନକୋଟର ମେହେନ୍ଦରର ଭୀମବର୍‌ ଗାଲି ଏବଂ ଜେରା ୱାଲି ଗାଲି ମଧ୍ୟରେ ମୁଖ୍ୟ ରାଜପଥରେ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

ବିଶେଷ କରି ଟ୍ୟାକ୍ସି ଅପରେଟରମାନଙ୍କ ସୁବିଧା ଲାଗି ଏହି ଅନୁମତି ଦିଆଯାଇଛି। ଅବରୋଧିତ ଜଙ୍ଗଲ ଅଞ୍ଚଳ ଦେଇ ଯାଉଥିବା ରାସ୍ତାକୁ ସତର୍କତାମୂଳକ ପଦକ୍ଷେପ ଭାବରେ ଅକ୍ଟୋବର ୧୫ରେ ବନ୍ଦ କରାଯାଇଥିଲା। ମିଳିତ ସୁରକ୍ଷାକର୍ମୀଙ୍କ ଲଗାତାର ସର୍ଚ୍ଚ ଅପରେଶନ୍‌ ଯୋଗୁ ଆତଙ୍କବାଦୀମାନେ ଜୀବନ ଭୟରେ ଜଙ୍ଗଲ ଛାଡ଼ି ପଳାଉଥିବା ଅଧିକାରୀ କହିଛନ୍ତି।

ଇତିମଧ୍ୟରେ ଆତଙ୍କବାଦୀଙ୍କୁ ଖାଦ୍ୟ ଏବଂ ଆଶ୍ରୟସ୍ଥଳ ସମେତ ଲଜିଷ୍ଟିକ ସହାୟତା ଯୋଗାଇ ଦିଆଯାଇଥିବା ଅଭିଯୋଗରେ ଦୁଇ ମହିଳାଙ୍କ ସମେତ୧୨ରୁ ଅଧିକ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଜମ୍ମୁ ଅଞ୍ଚଳର ରାଜୌରୀ ଏବଂ ପୁଞ୍ଚରେ ଅନୁପ୍ରବେଶ ଉଦ୍ୟମ ଚଳିତ ବର୍ଷ ଜୁନ ଠାରୁ ବୃଦ୍ଧି ପାଇଛି। ସେହିପରି ପୃଥକ ପୃଥକ ଏନକାଉଣ୍ଟରରେ ୯ ଜଣ ଆତଙ୍କବାଦୀ ନିହତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri