ଓଡ଼ିଶା ଉପରେ ଆତଙ୍କବାଦୀଙ୍କ ନଜର: ଗୋଇନ୍ଦାକୁ ଅଧିକ ସକ୍ରିୟ

ଭୁବନେଶ୍ୱର,୧୭ା୧୧(ତ୍ରିନାଥ ମହାନ୍ତି):ଆତଙ୍କବାଦୀଙ୍କ ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶା ହାଇଆଲର୍ଟରେ ରହିଛି। ପୁରୀ, ଭୁବନେଶ୍ୱର, କଟକ, ପାରାଦୀପ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ଭଳି ବଡ଼ ସହର ସମେତ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ଉପକୂଳ ତଥା ସମୁଦ୍ରାଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି। ଦିଲ୍ଲୀ ଘଟଣାରେ ଓଡ଼ିଶା ଲିଙ୍କ୍‌ ରହିଥିବା ଚର୍ଚ୍ଚା ହେଉଥିବାରୁ ଏଠାରେ ଆତଙ୍କୀ ଲୁଚିଥିବା ସନ୍ଦେହରେ ଚେକିଂ ଓ ବ୍ଲକିଂ ଜାରି ରହିଛି। ଅନ୍ୟପକ୍ଷରେ ପୂର୍ବରୁ ଆତଙ୍କବାଦୀ ଲିଙ୍କ୍‌ରେ ଓଡ଼ିଶାରୁ ଅନେକ ଦେଶଦ୍ରୋହୀଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆତଙ୍କୀ ସଂଗଠନକୁ ଠାବ କରାଯାଇଛି।
୨୦୧୫ ଜାନୁଆରୀ ୨୩ରେ ଚାନ୍ଦିପୁରସ୍ଥିତ ସାମରିକ ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍‌ଡିଓ) ଏବଂ କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଇ ଈଶ୍ୱରଚନ୍ଦ୍ର ବେହେରା ଗିରଫ ହୋଇଥିଲେ। ସେ ଡିଆର୍‌ଡିଓ ଚାରିପଟେ ବୁଲି କ୍ୟାମେରାରେ ଫଟୋ ଉଠାଇ ପାକିସ୍ତାନକୁ ପଠାଇଥିଲେ। ୨୦୧୫ ଡିସେମ୍ବରରେ କଟକ ସାଲେପୁର ପଶ୍ଚିମକଚ୍ଛ ଗଁାରୁ ଗିରଫ ହୋଇଥିଲେ ଅବଦୁର ରହମନ। ଆତଙ୍କବାଦୀ କାର୍ଯ୍ୟ କଳାପରେ ସାମିଲହେବା ନେଇ ତାଙ୍କ ନାମରେ ଅଭିଯୋଗ ଥିଲା। ସେ ଯୁବକମାନଙ୍କୁ ପାଠ ପଢାଇବା ବାହାନାରେ ଆତଙ୍କବାଦୀ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରୁଥିଲେ। ଶେଷରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ୨୦୧୬ ଜାନୁଆରୀ ୧୭ରେ ରାଉରକେଲାରୁ ୫ ସିମି (ଷ୍ଟୁଡେଣ୍ଟ୍‌ସ ଇସ୍‌ଲାମିକ୍‌ ମୁଭ୍‌ମେଣ୍ଟ୍‌ସ ଅଫ୍‌ ଇଣ୍ଡିଆ) ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ସେମାନେ ମଧ୍ୟପ୍ରଦେଶ ଜେଲରୁ ଫେରାର ହୋଇ ଓଡ଼ିଶାରେ ଲୁଚି ରହିବା ସହ ତେଲଙ୍ଗାନା ପାଇଁ ଆତଙ୍କବାଦୀ କାର୍ଯ୍ୟ ଚଳାଇଥିଲେ। ଓଡ଼ିଶା ଏବଂ ତେଲଙ୍ଗାନା ପୋଲିସ ପକ୍ଷରୁ ମିଳିତ ଅପରେଶନ୍‌ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ସେହିପରି ପାକିସ୍ତାନ ସୁନ୍ଦରୀ ଜାଲରେ ପଡ଼ି ଚାନ୍ଦିପୁର ଡିଆର୍‌ଡିଓର ୪ଜଣ କର୍ମଚାରୀ ହନିଟ୍ରାପ୍‌ରେ ଫସିଥିଲେ। ଯୁବତୀ ଜଣକ ଆଇଏସ୍‌ଆଇ ଏଜେଣ୍ଟ ହୋଇଥିବା ବେଳେ ସେ ଏହି ୪ କର୍ମଚାରୀଙ୍କ ଦ୍ୱାରା ଗୁପ୍ତ ତଥ୍ୟ ନେଇ ପାକିସ୍ତାନକୁ ଦେଉଥିଲେ। ଏହା ଜଣାପଡ଼ିବା ପରେ ୨୦୨୧ ସେପ୍ଟେମ୍ବର ୧୫ରେ ସମ୍ପୃକ୍ତ ୪ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିବା ସହ ତଦନ୍ତ କରିଥିଲା। ୨୦୨୩ ଡିସେମ୍ବରରେ ସୟଦ ଇଶାନ ବୁଖାରୀଙ୍କୁ ଗିରଫ କରାଯାଇଥିଲା। ସେ ୫ ବର୍ଷ ହେବ ଓଡ଼ିଶାରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଅଭିଯୋଗ ଥିଲା। ତାଙ୍କ ଘର କଶ୍ମୀର ହୋଇଥିବା ବେଳେ ସେ ମିଛକଥା କହି ଯାଜପୁରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସେ ନିଜକୁ କେତେବେଳେ ଡାକ୍ତର ତ ଆଉ କେତେବେଳେ ଏନ୍‌ଆଇଏ ଅଧିକାରୀ ଓ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଉଥିଲ। ଆହୁରି ମଧ୍ୟ ଏକାଧିକ ଯୁବତୀଙ୍କୁ ମିଛ କଥା କହି ବିବାହ କରି ଟଙ୍କା ଲୁଟିବା ସହ ସେମାନଙ୍କ ମାଧ୍ୟମରେ ଗୁପ୍ତ ତଥ୍ୟ ସଂଗ୍ରହ କରି ପାକିସ୍ତାନକୁ ଦେଉଥିଲେ। ୨୦୨୩ ଜୁନ୍‌ରେ ଏସ୍‌ଟିଏଫ ୪ଜଣଙ୍କୁ ବାଲେଶ୍ୱରରୁ ଗିରଫ କରିଥିଲା। ସେମାନେ ପାକିସ୍ତାନ ଆଇଏସ୍‌ଆଇକୁ ସିମ୍‌ କାର୍ଡ ଓଟିପି ବିକ୍ରି କରୁଥିଲେ। ଆତଙ୍କବାଦୀମାନେ ଓଡ଼ିଶାରୁ ଓଟିପି ନେଇ ଦେଶବିରୋଧୀ କାର୍ଯ୍ୟ କରିବା ସହ ସୋସିଆଲ ମିଡିଆରେ ଦେଶବିରୋଧୀ ତଥ୍ୟ ଦେଉଥିଲେ। ଏହି ଓଟିପି ମାଧ୍ୟମରେ ଏକାଧିକ ବେନାମୀ ଆକାଉଣ୍ଟ ଖୋଲାଯାଇ ତାହା ଜରିଆରେ ପାକିସ୍ତାନରୁ ଟଙ୍କା ଆତଙ୍କବାଦୀଙ୍କ ପାଖକୁ ଆସୁଥିଲା। ନିକଟରେ ହରିୟାଣାରୁ ଗିରଫ ହୋଇଥିବା ଜଣେ ବ୍ଲଗର ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଲିଙ୍କ୍‌ରେ ରହିଥିଲେ। ସେ ଏକାଧିକଥର ପୁରୀ ଆସିବା ସହ ନିଜକୁ ବ୍ଲଗର ପରିଚୟ ଦେଇ ଏଠାକାର ଜଣେ ଯୁବତୀଙ୍କ ସହ ବନ୍ଧୁତା କରିଥିଲେ। ସେମାନେ ପୁରୀ ଏବଂ ଓଡ଼ିଶାର ଏକାଧିକ ଐତିହ୍ୟ ସ୍ଥାନର ଗୁପ୍ତ ତଥ୍ୟ ଆଇଏସ୍‌ଆଇକୁ ପଠାଇଥିବା ସନ୍ଦେହ କରାଯାଇଥିଲା। ଏନେଇ ପୋଲିସ ଓ ଏନ୍‌ଆଇଏ ଉକ୍ତ ଯୁବତୀଙ୍କୁ ମଧ୍ୟ ଆତଙ୍କବାଦୀଙ୍କ ଲିଙ୍କ୍‌ ନେଇ ତଦନ୍ତ ପରିସରଭୁକ୍ତ କରିଥିଲା।
ଏ ସମ୍ପର୍କରେ ରାଜ୍ୟ ପୋଲିସ ବିଭାଗର ଲ’ ଆଣ୍ଡ୍‌ ଅର୍ଡର ଏଡିଜି ସଞ୍ଜର କୁମାର କହିଛନ୍ତି, ଓଡ଼ିଶାରୁ ବିଗତ ଦିନରେ ଆତଙ୍କବାଦୀ ଲିଙ୍କ୍‌ରେ ରହିଥିବା ବ୍ୟକ୍ତିଙ୍କୁ ଗିରଫ ପରେ ପୋଲିସ ଅଧିକ ସକ୍ରିୟ ରହିଛି। କିଛି ଭୟ କରିବାର ନାହିଁ। ଓଡ଼ିଶା ପୋଲିସ ସର୍ବଦା ଦିଲ୍ଲୀ ଏନ୍‌ଆଇଏ ଏବଂ ଆଇବି ସହ ଯୋଗାଯୋଗରେ ରହିଛି। ସେଭଳି କିଛି ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ସୂଚନା ମିଳିଲେ ତୁରନ୍ତ ପଦକ୍ଷେପ ନିଆଯିବ। ଏବେ ରାଜ୍ୟ ଗୋଇନ୍ଦା ଏବଂ ଖବରୀ(ସୂଚନାଦାତା)ଙ୍କୁ ଅଧିକ ସକ୍ରିୟ କରାଯାଇଛି। ଦେଶବିରୋଧୀ କାର୍ଯ୍ୟକଳାପରେ କେହି ସମ୍ପୃକ୍ତ ଥିଲେ ତୁରନ୍ତ ଧରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?