ଗତ ମାସରେ ଟ୍ୟୁନିସିଆରୁ ଆସିଥିଲେ ଆତଙ୍କବାଦୀ

ପ୍ୟାରିସ୍‌,୩୧ା୧୦(ଆଇଏଏନ୍‌ଏସ୍‌): ଫ୍ରାନ୍ସର ନିସ୍‌ସ୍ଥିତ ନୋର୍ଟେ ଡେମ୍‌ ଚର୍ଚ୍ଚରେ ଛୁରାମାଡ଼ କରି ୩ ଜଣଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଜଣେ ଟ୍ୟୁନିସିଆ ନାଗରିକ। ୨୧ ବର୍ଷୀୟ ଇବ୍ରାହିମ୍‌ ଔଇସାଓଉଇ ଆକ୍ରମଣ ବେଳେ ପୋଲିସର ଗୁଳିମାଡ଼ରେ ଗୁରୁତର ଅଛନ୍ତି। ତାଙ୍କୁ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ମିଳିଥିବା ସୂଚନାନୁସାରେ ଇବ୍ରାହିମ ଗତମାସରେ ଏକ ଶରଣାର୍ଥୀ ବୋଟ୍‌ରେ ୟୁରୋପକୁ ଆସିଥିଲେ। ଲାମ୍ପେଦୁସା ଦ୍ୱୀପରେ ପହଞ୍ଚତ୍ବା ପରେ ତାଙ୍କୁ ଏକ ଇଟାଲୀୟ ରେଡ୍‌କ୍ରସ ଦସ୍ତାବିଜ ଜାରି କରାଯାଇଥିଲା। ତାଙ୍କ ନିକଟରୁ ଏକ କୋରାନ, ଦୁଇଟି ଫୋନ ଓ ୧୨ ଇଞ୍ଚ୍‌ର ଗୋଟିଏ ଛୁରି ଜବତ ହୋଇଛି।

Share