ଆମେରିକାରେ ପ୍ରବେଶ କରୁଛନ୍ତି ଆତଙ୍କବାଦୀ ,ସୀମାରେ ବଡ଼ ଧରଣର ଆକ୍ରମଣ ଆଶଙ୍କା: ଟ୍ରମ୍ପଙ୍କ ଚେତାବନୀ…

ଓ୍ବାଶିଂଟନ,୨୯।୧ : ଆମେରିକାର ସୀମା ନିକଟରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଆମେରିକା-ମେକ୍ସିକୋ ସୀମା ସମ୍ବନ୍ଧରେ ହୋଇଥିବା ଚୁକ୍ତି ବିପର୍ଯ୍ୟୟ ଆଣିପାରେ। ସେ ଆମେରିକାର ଦକ୍ଷିଣ ସୀମାକୁ ବିଶ୍ୱ ଇତିହାସରେ ସବୁଠାରୁ ଖରାପ ଅଞ୍ଚଳ ବୋଲି ବର୍ଣ୍ଣନା କରିବା ସହ ଆମେରିକାରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର ହୋଇଥିବା ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ’ତିନି ବର୍ଷ ପୂର୍ବେ ଆମ ସୀମା ଆମେରିକାର ଇତିହାସରେ ସବୁଠାରୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ଥିଲା। ଆଜି ବିପର୍ଯ୍ୟୟକୁ ଅପେକ୍ଷା କରିଛି । ଏଗୁଡ଼ିକ ଦୁନିଆର ଇତିହାସର ସବୁଠାରୁ ଖରାପ ସୀମା ଏବଂ ସେଗୁଡ଼ିକ ଆମ ଦେଶ ପାଇଁ ଖୋଲା କ୍ଷତ ପରି। ଟ୍ରମ୍ପ ଲେଖିଛନ୍ତି ସାରା ବିଶ୍ୱରୁ ଆତଙ୍କବାଦୀମାନେ ଆମ ଦେଶରେ ପ୍ରବେଶ କରୁଛନ୍ତି। ଆମେରିକାର ସୀମା ନିକଟରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଶତପ୍ରତିଶତ ସମ୍ଭାବନା ରହିଛି।

Share