Categories: ଜାତୀୟ

ମହିଳାଙ୍କୁ ଆତଙ୍କବାଦ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ଆତଙ୍କବାଦୀ…

ଶ୍ରୀନଗର,୨୭।୧୧ : କାଶ୍ମୀରର ତିନୋଟି ଜିଲା ଆତଙ୍କବାଦରୁ ମୁକ୍ତ ହୋଇଛି। ଚଳିତ ବର୍ଷ ୧୮୯ ଆତଙ୍କବାଦୀଙ୍କର ଏନକାଉଣ୍ଟର କରାଯାଇଛି ବୋଲି ଏଡିଜିପି କଶ୍ମୀର ଜୋନ ବିଜୟ କୁମାର କହିଛନ୍ତି। ସେମାନଙ୍କ ମଧ୍ୟରେ ୧୨୭ ଜଣ ସ୍ଥାନୀୟ ଏବଂ ୪୨ ଜଣ ବିଦେଶୀ ଆତଙ୍କବାଦୀ ଥିଲେ।

ବର୍ତ୍ତମାନ କଶ୍ମୀର ଜୋନରେ ମୋଟ ୮୧ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଜଣ ବିଦେଶୀ ଏବଂ ୨୯ ଜଣ ସ୍ଥାନୀୟ ଆତଙ୍କବାଦୀ। ବିଜୟ କୁମାର କହିଛନ୍ତି ଯେ ସମସ୍ତ ୮୧ ଆତଙ୍କବାଦୀକୁ ଏନକାଉଣ୍ଟର କରାଗଲେ ମଧ୍ୟ ଉପତ୍ୟକାରୁ ଆତଙ୍କବାଦକୁ ସମାପ୍ତ କରିବାର କୌଣସି ଗ୍ୟାରେଣ୍ଟି ଦେଇ ହେବନାହିଁ।

ବିଜୟ କୁମାର କହିଛନ୍ତି ଯେ ହିଜବୁଲ ମୁଜାହିଦ୍ଦିନ ବ୍ୟତୀତ ବାକି ଆତଙ୍କବାଦୀ ସଂଗଠନର କାଶ୍ମୀରରେ କୌଣସି ନେତା ନାହାଁନ୍ତି। ସମଗ୍ର କାଶ୍ମୀରରେ ଏହାର ନେତା ଫାରୁକ ନାଲିଙ୍କ ସମେତ ଚାରିଜଣ ଆତଙ୍କବାଦୀ ଅଛନ୍ତି। ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଦୁଇ ବର୍ଷ ପୂର୍ବେ କାଶ୍ମୀରରେ ପ୍ରାୟ ୮୦ ଆତଙ୍କବାଦୀ କମାଣ୍ଡର ଥିଲେ। ବର୍ତ୍ତମାନ କେବଳ ତିନିଜଣ ବାକି ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି।

ଏବେ ନିଶା ଦ୍ରବ୍ୟ ଚୋରା କାରବାର କଶ୍ମୀରରେ ଆତଙ୍କବାଦର ଏକ ନୂତନ ମାଧ୍ୟମ ପାଲଟିଛି। ସୋସିଆଲ ମିଡିଆ, ଇଣ୍ଟରନେଟ, କୋଡିଂର ନୂତନ ପଦ୍ଧତି ଦ୍ୱାରା ଯୁବବର୍ଗମାନଙ୍କର ରଣନୀତି ସାମ୍ନାକୁ ଆସୁଛି। ଏପରି କିଛି ମାମଲା ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ବାଳିକା ଏବଂ ମହିଳାମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିଲେ ଏବଂ ସେମାନଙ୍କୁ ଅସ୍ତ୍ର ଯୋଗାଇ ଦେଇଥିଲେ।

ଫଳରେ ଏଥିରୁ ପ୍ରମାଣି ହେଉଛି ଯେ ମହିଳାଙ୍କୁ ଆତଙ୍କବାଦ କାର୍ଯ୍ୟରେ ଆତଙ୍କବାଦୀ ନିୟୋଜିତ କରୁଛନ୍ତି । ସେହିପରି ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଯୋଗାଣ ଏକ ବଡ଼ ଆହ୍ବାନ ପାଲଟିଥିବା ସେ କହିଛନ୍ତି।

Share