Categories: ଜାତୀୟ

ଜେଲରେ ହଙ୍ଗର ଷ୍ଟ୍ରାଇକରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ

ନୂଆଦିଲ୍ଲୀ,୨୩ ।୭: ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲିକ ଜେଲ ଭିତରେ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି । ଆତଙ୍କବାଦୀ ୟାସିନଙ୍କ ଅଭିଯୋଗ ହେଉଛି ତାଙ୍କ ଉପରେ ଯେଉଁ ମାମଲା ବିଚାରାଧିନ ରହିଛି ତାହାର ଯାଞ୍ଚ ଠିକ ଭାବେ ହେଉନାହିଁ ସେଥିପାଇଁ ସେ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି । ଜେଲ କର୍ତ୍ତୁପକ୍ଷ ତାଙ୍କ ସହ କଥା ହୋଇଥିଲେ ବି ସେ ନିଜ ଜିଦରେ ଅଟଳ ରହିଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଲିକ ୧୩ ଜୁଲାଇରେ ଦିଲ୍ଲୀର ବିଶେଷ ଅଦାଲତରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଇଦଙ୍କ ଝିଅ ରୁବିୟା ସଇଦଙ୍କ ଅପହରଣ ସହ ଜଡିତ ମାମଲାରେ ପ୍ରତ୍ୟେକ୍ଷ ଭାବେ ହାଜର ହେବା ଓ ସାକ୍ଷୀଙ୍କ ସହ ନିଜେ କଥା ହେବାକୁ ଅନୁମତି ମାଗିଥିଲେ । ୟାସିନ କହିଥିଲେ ତାଙ୍କୁ ଅନୁମତି ନ ମିଳିଲେ ସେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ହଙ୍ଗର ଷ୍ଟ୍ରାଇକରେ ବସିବେ ।

Share