Categories: ଜାତୀୟ

ଧମକ ଦେଲା ଆତଙ୍କବାଦୀ ସଂଗଠନ ୟୁଏଲ୍‌ଏଫ୍‌…

ଶ୍ରୀନଗର,୨୭।୧୦: ଆତଙ୍କବାଦୀ ସଂଗଠନ ୟୁଏଲ୍‌ଏଫ୍‌ ପକ୍ଷରୁ ଜମ୍ମୁ-କଶ୍ମୀରର ବାସିନ୍ଦା ନ ଥିବା ଲୋକଙ୍କୁ ଧମକ ଦିଆଯାଇଛିି। ୟୁଏଲ୍‌ଏଫ୍‌ କହିଛି ଯେ, ଅଣ-କଶ୍ମୀର ବାସିନ୍ଦା ଶୀଘ୍ର ରବିବାର ଦିନ ଘଟଣା ଭାରତ ପାକିସ୍ତାନ ଟି-୨୦ ମ୍ୟାଚ୍‌ ନେଇ କ୍ଷମା ପ୍ରାର୍ଥନା କରନ୍ତୁ । ନଚେତ ଆସନ୍ତା ୪୮ଘଣ୍ଟା ମଧ୍ୟରେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଏହି ସଂଗଠନ ଚେତାବନୀ ଦେଇଛି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।

ପାକିସ୍ତାନ ଟିମ୍‌ର ବିଜୟ ପରେ ଉତ୍ସବ ପାଳନ କରିଥିବା ଶ୍ରୀନଗର ମେଡ଼ିକାଲ କଲେଜ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଲୋକଙ୍କୁ ୟୁଏଲ୍‌ଏଫ୍‌ ଧମକ ଦେଇଛି। ଉତ୍ସବ ପାଳନ କରୁଥିବା ଲୋକେ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ସାମ୍ବା ଜିଲାର ୬ ଜଣଙ୍କୁ ଗିରଫ କରାଯାଇଛି।

Share