Categories: ଜାତୀୟ

ଆତଙ୍କବାଦୀ ନିହତ, ଯବାନ ଶହୀଦ

ଶ୍ରୀନଗର,୯।୭: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଅନୁପ୍ରବେଶବେଳେ ସେନା ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଘଟଣାରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜଣେ ସେନା ଯବାନ ଶହିଦ ହୋଇଛନ୍ତି। କେତେଜଣ ଆତଙ୍କବାଦୀ କଶ୍ମୀର ଜିଲା ଗୁରାନ ନାଲ୍ଳାହ ଆମରୋହି ଏଲ୍‌ଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ସ୍ଥାନୀୟ ପୋଲିସ କହିଛି। ତେବେ ମୃତ ଆତଙ୍କବାଦୀ ନିକଟରୁ ଏକେ ରାଇଫଲ, ୩ଟି ଏକେ ମାଗାଜିନ୍‌, ୨୦୦ ଏକେ ରାଉଣ୍ଡ ଗୁଳି , ୪ ପିସ୍ତଲ ସାଙ୍ଗକୁ ୪ଟି ହ୍ୟାଣ୍ଡ ଗ୍ରେନେଡ ପୋଲିସର ହସ୍ତଗତ ହୋଇଛି। ଘଟଣାସ୍ଥଳରେ ସେନା ଓ ପୋଲିସର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share