Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଠାବ ହେଲା ଆତଙ୍କବାଦୀ ଶିବିର, ଏକେ ୪୭ର କିଛି ରାଉଣ୍ଡ ଗୁଳି ଜବତ

ଜମ୍ମୁ,୧୦ ।୫: ଜମ୍ମୁ-କଶ୍ମୀର ପୁଂଛ ଜିଲାର ଜଙ୍ଗଲ ଅଞ୍ଚଳରେ ଏକ ତଲାସି ଅଭିଯାନ କରାଯାଇଥିଲା । ଫଳରେ ସେଠାରେ ଥିବା ଆତଙ୍କବାଦୀ ଶିବିର ସମ୍ପର୍କରେ ସୂଚନା ମିଳିବା ସହ ଏକେ ୪୭ର କିଛି ରାଉଣ୍ଡ ଗୁଳି ଜବତ କରାଯାଇଥିବା ସୂଚନା ମିଳିଛି । ପୁଚ୍ଛର ଏସଏସପି ରୋହିତ ବସକୋତ୍ରା କହିଛନ୍ତି, ସେନାର ୪୮ ଆରଆର ଓ ଜମ୍ମୁ-କଶ୍ମୀର ପୋଲିସର ବିଶେଷ ଅଭିଯାନ ସୁରନକୋଟରେ ଡେରା ଗଳି ନିକଟରେ ପିର ଟୋଟା ଜଙ୍ଗଲରେ ତଲାସି ଅଭିଯାନ ଆରମ୍ଭ କରି ଏକ ଆତଙ୍କବାଦୀ ଶିବିରର ପତା ଲଗାଇଛନ୍ତି । ମିଳିତ ଟିମ ୧୦୦ ଏକେ ୪୭ ରାଉଣ୍ଡ, ୨୪ ଡ୍ୟୁରାସେଲ ବ୍ୟାଟେରୀ, ୨ଟି ଟର୍ଚ୍ଚ, ପେନ କିଲର ଗୋଟିଏ ପ୍ୟାକେଟ, ୬ ଯାଡା ଜୋତା, ୨ ଅଣ୍ଟାବନ୍ଧା ଓ ବାସନ ଜବତ କରିଛନ୍ତି । ଏହି ତଲାସି ଅଭିଯାନ ଏବେବି ଜାରି ରହିଥିବା ଏସଏସପି ସୂଚନା ଦେଇଛନ୍ତି ।

Share