ବଢ଼ିବ ଆତଙ୍କବାଦୀ ଆକ୍ରମଣ, ଭୟଙ୍କର ହେବ ପାଗ

ନୂଆଦିଲ୍ଲୀ,୬ା୧୧: ପ୍ରଖ୍ୟାତ ଭବିଷ୍ୟବକ୍ତା ବୁଲ୍‌ଗେରିଆର ସନ୍ଥ ବାବା ଭାଙ୍ଗା ୨୦୨୪ ବର୍ଷ ପାଇଁ ଭବିଷ୍ୟବାଣୀ କରିଯାଇଛନ୍ତି। ଆସନ୍ତାବର୍ଷ ଆତଙ୍କବାଦୀ ଆକ୍ରମଣ ବଢ଼ିବା ସହ ପାଗ ଭୟଙ୍କର ହେବ ବୋଲି ସେ କହିଛନ୍ତି। ୧୯୯୬ରେ ପ୍ରାଣ ହରାଇଥିବା ଏହି ରହସ୍ୟମୟ ବାବା ତାଙ୍କ ମୃତ୍ୟୁର ପରବର୍ତ୍ତୀ ବହୁବର୍ଷ ପର୍ଯ୍ୟନ୍ତ କ’ଣ ଘଟିବ ତା’ର ପୂର୍ବାନୁମାନ କରିଯାଇଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭବିଷ୍ୟତରେ କ’ଣ ସବୁ ଘଟିବ, ତାହା ସେ ବହୁ ପୂର୍ବରୁ କହିଥିଲେ। ବାଲକାନ୍ସର ନୋଷ୍ଟ୍ରାଡମସ୍‌ ଭାବେ ପରିଚିତ ବାବା ଭାଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ, ପ୍ରିନ୍ସ ଡାଏନାଙ୍କ ମୃତ୍ୟୁ, ଚେନୋବିଲ୍‌ ବିପର୍ଯ୍ୟୟ ଏବଂ ବ୍ରେକ୍‌ଜିଟ୍‌ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲେ ବୋଲି କୁହାଯାଏ।
ବାବା ଭାଙ୍ଗା ୨୦୨୪ ବର୍ଷ ପାଇଁ ୭ଟି ଭବିଷ୍ୟବାଣୀ କରିଛନ୍ତି। ଆସନ୍ତାବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କୁ ତାଙ୍କ ନିଜ ଦେଶର ଜଣେ ବ୍ୟକ୍ତି ହତ୍ୟା କରିବ ବୋଲି ଏଥିରେ ଉଲ୍ଲେଖ ରହିଛି। ୟୁରୋପରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବ ଏବଂ ଏକ ବଡ଼ ଦେଶ ଜୈବିକ ଅସ୍ତ୍ର ପରୀକ୍ଷା କରିବ କିମ୍ବା ଏଥିରେ ଆକ୍ରମଣ କରିବ। ତୃତୀୟରେ ଆସନ୍ତାବର୍ଷ ଗୁରୁତର ଆର୍ଥତ୍କ ସଙ୍କଟ ଦେଖାଦେବ ଏବଂ ଏହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ। ଋଣ ସ୍ତର ବୃଦ୍ଧି ଏବଂ ଭୂରାଜନୈତିକ ଉତ୍ତେଜନା ଯୋଗୁ ଏଭଳି ସ୍ଥିତି ଉପୁଜିବ ବୋଲି ବାବା ଭବିଷ୍ୟବାଣୀ କରିଯାଇଛନ୍ତି। ଆସନ୍ତାବର୍ଷ ଭୟଙ୍କର ପାଗ ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ ହେବ। ସାଇବର ଆକ୍ରମଣ ବୃଦ୍ଧି ପାଇବ। ହ୍ୟାକରମାନେ ବିଦ୍ୟୁତ୍‌ ଗ୍ରୀଡ୍‌, ଜଳ ପରିଚାଳନା ପ୍ଲାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିବେ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବେ। ୨୦୨୪ରେ ଆଲଜିମର ଏବଂ କ୍ୟାନ୍‌ସର ଚିକିତ୍ସାର ନୂଆ ପଦ୍ଧତି ବାହାରିବ। କ୍ୱାଣ୍ଟମ୍‌ କମ୍ପ୍ୟୁଟିଂରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଭବିଷ୍ୟବାଣୀରେ କୁହାଯାଇଛି। ସୂଚନାଯୋଗ୍ୟ, ୧୯୧୧ରେ ବାବା ଭାଙ୍ଗାଙ୍କ ଜନ୍ମ। ୧୨ ବର୍ଷ ବୟସରେ ଏକ ଝଡ଼ ଯୋଗୁ ରହସ୍ୟଜନକ ଭାବେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥିଲା। କିଛିଦିନ ପରେ ପରିବାର ଲୋକେ ତାଙ୍କୁ ଖୋଜି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri